OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rashiphala Friday 10th Jun 2022

Odia Rashiphala

Odia Rashiphala

ଶତ୍ରୁତାର ଅବସାନ ଘଟାଇ ମାନସିକ ଶାନ୍ତି ଫେରିପାଇବେ। ମିତ୍ରମାନଙ୍କଠାରୁସହାୟତା ମିଳିବ। କର୍ମଚଞ୍ଚଳ ରହିବେ। କାର୍ଯ୍ୟବ୍ୟସ୍ତ ଥାଇ ବି ସେବାରେ ତଲ୍ଲୀନ ହୋଇପାରନ୍ତି।
ଦୁଃସାହସିକ ପଦକ୍ଷେପ ନେଇ ଗରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବେ। ବିଦ୍ୟାଭ୍ୟାସୀ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତି ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସଖୁପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ।
ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଧର୍ମମାର୍ଗରେ ମନୋନିବେଶ କରିବେ। ନୃତ୍ୟସଙ୍ଗୀତ ପ୍ରିୟ ହେବେ। କୃଷିକର୍ମରେ ଲାଭବାନ୍‌ ହେବେ। ପରିଶ୍ରମ କଠିନ ହେଲେ ବିତା’ର ମୂଲ୍ୟ ମିଳିବ।
ସକଳ ଗୁଣର ଆଧାର ହେବେ। କାବ୍ୟଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଆର୍ଥିକ ଅନୁଦାନ ମିଳିପାରେ। ଦିନଟି ମଙ୍ଗଳମୟ ହେବ। ସର୍ବତ୍ର ବିଜୟୀ ହେବେ।
ଶ୍ରମ ସାର୍ଥକ ହେବ। ବନ୍ଧୁ ସହାୟତା ମିଳିବ। ଶତ୍ରୁଦମନ କରିବାରେ ସିଦ୍ଧହସ୍ତ ହେବେ। ଧନ ଭୋଗ ସହିତ ଐଶୂର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ତେଜୀୟାନ ହେବେ। ତ୍ୟାଗଶୀଳ ହୋଇପାରନ୍ତି।
ଆୟ ଊଣା ହେବ ନାହିଁ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ।
ଅଯଥା ବିତର୍କରୁ ଓହରିଯାଇ ପାରନ୍ତି।ଶତ୍ରୁଙ୍କ ସହିତ ମୁକାବିଲାର ସମ୍ମୁଖୀନ ହୋଇପାରନ୍ତି। ଧନ ମିଳିବାର ସୂଚନା ମିଳୁଛି। ଉତ୍ତମ ବଂଶରୁ କନ୍ୟା ଆଣିପାରନ୍ତି । ଆଖିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିବେ।
ଅଧିକ ଜ୍ଞାନ ଅର୍ଜନ ପାଇଁଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତି ସୁଯୋଗ ସୃଷ୍ଟି ହୋଇଛି। ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ।
ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ। ଉଚ୍ଚ ସମ୍ମାନ ଲାଭ କରିବେ। ଜ୍ଞାନର ପ୍ରଦୀପ ପ୍ରଜ୍ୱଳନ କରିକର୍ମକାଣ୍ଡର ପ୍ରସାର ଘଟାଇ ପାରନ୍ତି। ରାଜପୂଜିତ ଓ ବାହନଯୁକ୍ତ ହୋଇପାରନ୍ତି।ବହୁ ପୋଷକ ହେବେ।
କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। ଆୟ ବୃଦ୍ଧିର ସୂଚନା ମିଳୁଛି। ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିପାରେ। ଦେବ ପୂଜା ରେ ନିମଗ୍ନ ହୋଇପାରନ୍ତି। ଯାନବାହନଯୁକ୍ତ ହେବେ। ନିତ୍ୟାନନ୍ଦ ‌ଭୋଗ କରିବେ।
ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହେବେ। ବିବିଧ ଧନଯକ୍ତୁ ହୋଇପାରନ୍ତି। କର୍ମଫଳ ବିଧାନକୁଅଟଳ ଓ ଅକାଟ୍ୟ ରଖିପାରନ୍ତି। ବିବେକରୂପୀ ମହାର୍ଘ ସମ୍ପଦର ସୁବିନିଯୋଗ କରି ପ୍ରଶଂସାର ପାତ୍ର ହେବେ।
ଆଜିଦିନ ଭିତରେ ଯାହା ଘଟଣା ଘଟିବ, ତାହା ସୁଖବୋଧ ହେବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ପର ଧନରେ ଧନୀ ହୋଇପାରନ୍ତି। ପ୍ରିୟଭାଷୀ ହେବେ। ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2022

Comments

comments