Odia Short Story

Odia Ghost Story Wood Cutter and four Ghost

କାଠୁରିଆ ପୁଅ ଓ ଦୁଇ ଭୂତୁଣୀ

Today here is an exciting Odia Ghost Story which will make your day adventurous. Read this odia story and share with your friends and family.

ସମସ୍ତିପୁର ବୋଲି ଗୋଟିଏ ଗାଁ ଥିଲା । ସେ ଗାଁରେ ଜଣେ କାଠୁରିଆ, ତା୍‌ ସ୍ତ୍ରୀ ଓ ସେମାନଙ୍କର ଏକ ବାରବର୍ଷର ପୁଅ ଦିପୁ ବି ରହୁଥିଲେ । କାଠୁରିଆ ସେ ଗାଁ ନିକଟରେ ଥିବା ଜଙ୍ଗଲ ମଧ୍ୟକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଏ । ତା୍‌ର ସେହି କାର୍ଯ୍ୟରେ ତା୍‌ର ସ୍ତ୍ରୀ ମଧ୍ୟ ତାକୁ ସାହଯ୍ୟ କରିଥାଏ । ଖୁବ୍ ଛୋଟ ଦିନରୁ ଦିପୁ ବି ତା ବାପାମା୍‌ଙ୍କ ସହିତ ସେ ଜଙ୍ଗଲ ମଧ୍ୟକୁ ଯାଏ । ତେଣୁ ସେ ଜଙ୍ଗଲର ପରିବେଶ ସହିତ ଦିପୁ ବେଶ ପରିଚିତ ହୋଇଥାଏ । ସେ ଜଙ୍ଗଲରେ ରହୁଥିବା ସମସ୍ତ ବଣୁଆ ଜୀବଜନ୍ତୁ ଦିପୁର ସାଙ୍ଗଭଳି । ଏମିତିକି ସେ ଜଙ୍ଗଲର ସବୁ ପଶୁପକ୍ଷୀ ବୃକ୍ଷଲତା ଦିପୁକୁ ବହୁତ ଆଦର କରନ୍ତି ।

ସେହି ଜଙ୍ଗଲରେ ଦୁଇ ଭୂତୁଣୀ ଗୋଟିଏ ବରଗଛରେ ଘର କରି ରହୁଥାନ୍ତି । ସେମାନେ କିନ୍ତୁ ଏ ଦିପୁର ପ୍ରଶଂସାକୁ ଆଦୌ ସହିପାରୁନଥାନ୍ତି । ତେଣୁ ସେମାନେ ସର୍ବଦା ଦିପୁକୁ ହଇରାଣ କରିବାକୁ ଚାହୁଁଥାନ୍ତି । ଦିନକର କଥା । କାଠୁରିଆର ଦେହ ହଠାତ୍ ଖରାପ୍ ହେଲା । ତେଣୁ ସେ କାଠୁରିଆ ଆଉ କାଠ ହାଣିବାକୁ ଯାଇପାରିବନି ବୋଲି ତା୍‌ ସ୍ତ୍ରୀକୁ ସଫା ସଫା କହିଲା । ତାପରେ କାଠୁରିଆ ଓ ତା୍‌ ସ୍ତ୍ରୀ ଦିପୁକୁ କହିଲେ – ‘ବାପାରେ, ତୁ ଯା । ଆଜି ସେ ଜଙ୍ଗଲରୁ ଏକାକି କାଠ କାଟି ଆଣିବୁ । ଆମେ ଆଜି ମୋଟେ ଯାଇପାରିବୁ ନାହିଁ । ଦେହ ଭଲ ହୋଇଗଲେ ପଛେ ଆମେ ସମସ୍ତେ ସାଙ୍ଗ ହେଇକି ଯିବା ।୍‌

ଦିପୁ ବାପା ମା୍‌ଙ୍କ ଏପରି କଥା ଶୁଣି କହିଲା – “ଜଙ୍ଗଲର ରାସ୍ତା ଘାଟ ସବୁ ମତେ ଜଣା ଅଛି । ମୋର କିଛିବି ହେଲେ ଅସୁବିଧା ହବନି । ତୁମ୍ଭେ ଦୁଇଜଣ ସେଥିଲାଗି ଆଦୌ ଚିନ୍ତା କର ନାହିଁ । ମୁଁ କାଠ ହାଣି ଅତି ଶୀଘ୍ର ଫେରି ଆସିବି ।” ସେଦିନ ଦିପୁ ଏକୁଟିଆ ସେ ଜଙ୍ଗଲ ମଧ୍ୟକୁ କାଠ ହାଣିବାକୁ ଗଲା । ତାକୁ ଜଙ୍ଗଲରେ ଏକୁଟିଆ ଦେଖି ଦୁଇ ଭୂତୁଣୀ ବହୁତ ଖୁସି ହୋଇଗଲେ । ତାପରେ ସେମାନେ କହିଲେ – ଆଜି ଏ ଟୋକାଟା ଏକୁଟିଆ । ଆଜି ହିଁ ସୁବର୍ଣ୍ଣ ସୁଯୋଗ । ଆଜି ହିଁ ଆମେ ଏ ପିଲାଟିକୁ ଅପହରଣ କରି ନେଇ ଗୁମ୍ଫାରେ ରଖିବା । ଆସନ୍ତା ଅମାବାସ୍ୟା ତିଥିରେ ଏହି ପିଲାଟିକୁ ହତ୍ୟା କରି ଏହାର ରକ୍ତ ପିଇଲେ ଯାଇ ଆମ୍ଭେମାନେ ମୁକ୍ତ ହୋଇଯିବା ।

Odia Ghost Story Wood Cutter and four Ghost
Odia Ghost Story Wood Cutter and four Ghost

ଏହି ଦୁଇ ଭୂତୁଣୀଙ୍କ କଥା ଏକ ଶୁଆ ଶୁଣୁଥାଏ । ଏହି ଶୁଆଟି ବଣରେ ଦିପୁ ସହିତ କଥା ହୁଏ । ଦିପୁ ବି ସେ ଶୁଆଟିକୁ ମିଠା ମିଠା ଫଳ ଖାଇବାକୁ ଦେଇଥାଏ । ଦିପୁର ଭବିଷ୍ୟତ କଥା ଶୁଣି ସେ ଶୁଆଟି ହଠାତ୍ ଚିନ୍ତାରେ ପଡିଗଲା । ତାପରେ ସେ ଭୂତୁଣୀ ରହୁଥିବା ଗଛରୁ ଫୁରକିନା ଉଡିଯାଇ ଦିପୁ ପାଖରେ ପହଁଚିଲା । ସେ ଶୁଆଟି ଦିପୁକୁ ଦୁଇ ଭୂତୁଣୀଙ୍କ ସବୁ କଥା କହିଲା । ମାତ୍ର ଦିପୁ ଏସବୁ କଥା ସେ ଶୁଆ ପାଟିରୁ ଶୁଣି କେବଳ ହସିବାକୁ ଲାଗିଲା । ତାପରେ ସେ କହିଲା – “ସେ ଭୂତୁଣୀଙ୍କୁ ଆଦୌ ବିଶ୍ୱାସ କରେ ନାହିଁ । ଏ ସବୁ ଖାଲି ଅନ୍ଧ ବିଶ୍ୱାସର କଥା ।”

ଦିପୁ କାଠ ହାଣିବ ବୋଲି ଗୋଟିଏ ଗଛ ଖୋଜୁଥାଏ । ଏମିତି ଖୋଜି ଖୋଜି ଶେଷରେ ଦିପୁ ଯାଇ ସେ ଦୁଇ ଭୂତୁଣୀ ରହିବା ଗଛ ତଳେ ପହଁଚିଲା । ଦିପୁ ଯେମିତି ସେ ଗଛକୁ ଚୋଟଟିଏ ପକାଇଛି ସେହି କ୍ଷଣି ସେ ଦୁଇ ଭୂତୁଣୀ ଦିପୁକୁ ଘେରିଗଲେ । କହିଲେ – ଆମ୍ଭେମାନେ ଏ ଗଛରେ ରହୁ । ତେଣୁ ଏ ଗଛରେ କେହି କେବେବି ହାତ ମାରନ୍ତି ନାହିଁ । ଆଉ ପୁଣି ତୋର ଏ ଗଛ କାଟିବାକୁ ସାହସ ହେଲା କିପରି । ସବୁ ଶୁଣି ଦିପୁ କହିଲା – ତୁମ୍ଭେମାନେ ଏଠାରେ ରହୁଥିବା କଥା ଜାଣିଥିଲେ ମୁଁ କେବେବି ହେଲେ ଚୋଟଟିଏ ପକାଇନଥାନ୍ତି । ଏକଥା ଶୁଣି ସେ ଦୁଇ ଭୂତୁଣୀ କହିଲେ – ତୁ ଘୋର ଅପରାଧ କରିଛୁ । ତତେ ତ ଏହାର ପରିଣାମ ନିଶ୍ଚୟ ଭୋଗିବାକୁ ପଡିବ । ଏକଥା କହି ସେ ଦୁଇ ଭୂତୁଣୀ ଦିପୁକୁ ଏକ ଗୁମ୍ଫା ମଧ୍ୟକୁ ଟେକି ନେଇଗଲେ । ଏସବୁ କଥା ତ ସେ ଶୁଆଟି ଦେଖୁଥାଏ । ହଠାତ୍ ତା୍‌ର ଦିପୁ ପ୍ରତି ଟିକେ ଦୟା ଆସିଲା । କାରଣ ସେ ଠିକ୍ ଜାଣିଥିଲା ଯେ, ଏହି ଦିପୁ ବିନା ତା୍‌ ବାପାମା୍‌ ମରିଯିବେ ।

ସଂନ୍ଧ୍ୟା ଯାଇ ରାତି ହେଲା । ଏଣେ ଦିପୁର ବାପାମା୍‌ ଗଭୀର ଚିନ୍ତାରେ ପଡିଗଲେ । ସେମାନେ କହିଲେ – ଛୋଟ ପିଲାଟିଏ । ଏତେ ବଡ ଜଙ୍ଗଲ ମଧ୍ୟରେ ଆଉ ହଜିଗଲା କି । କୌଣସି ଜୀଜନ୍ତୁଙ୍କ ହାବୁଡରେ ପଡିଲା କି! ଏହି ଚିନ୍ତାରେ ପଡିଗଲେ । ଏହି ସମୟରେ ସେ ଶୁଆ ଆସି ଦିପୁର ବାପାମା୍‌ଙ୍କୁ ଦୁଇ ଭୂତୁଣୀଙ୍କ କଥା କହିଲା । ଦିପୁର ବାପମା୍‌ ସେ ଶୁଆଠାରୁ ସବୁଶୁଣି ଖାଲି ହସିବାକୁ ଲାଗିଲେ । କହିଲେ – ଆମ ଦିପୁ ବହୁତ ବୁଦ୍ଧିମାନ ଓ ଚତୁର । ସେ ସେହି ଦୁଇ ଭୂତୁଣୀଙ୍କୁ ଉଚିତ୍ ଶିକ୍ଷା ଦେବ । ଏକଥା କହି କାଠୁରିଆ ଓ ତା୍‌ ସ୍ତ୍ରୀ ଶୋଇ ପଡିଲେ । ମାତ୍ର ସେ ଶୁଆଟି ପରିସ୍ଥିତି ବିଷୟରେ ଅବଗତ ଥିବାରୁ ସେ ଖାଲି ପ୍ରମାଦ ଗଣିବାକୁ ଲାଗିଲା । ତେଣୁ ସେ ଭାବିଲା – ଏବେ ଦିପୁକୁ ଆଉ କେହିବି ରକ୍ଷା କରିପାରିବେନି ।

ଅମାବାସ୍ୟା ଆହୁରି ପାଂଚଦିନ ଥାଏ । ପ୍ରଥମ ଭୂତୁଣୀ କହିଲା – ଏଡେ ବକଟେ ପିଲାଟା । ମୁଁ ଏକୁଟିଆ ଜଗିବି । ତୁ ଏଠାରେ କ୍‌ଣ କରିବୁ । ଦ୍ୱିତୀୟ ଭୂତୁଣୀ କହିଲା – ତା ହେଲେ ଠିକ୍ ଅଛି । ତୁ ଏ ଟୋକାଟାକୁ ଜଗିଥା । ମୁଁ ଯାଉଛି । କିଛି ଖାଇବା ନେଇ ଆସିବି । ପ୍ରଥମ ଭୂତୁଣୀ ତ ଦିପୁକୁ ଜଗିଥାଏ । ଏହି ସମୟରେ ଦିପୁ ତାକୁ ପଚାରିଲା – ତୁମେ ଏ ଭୂତୁଣୀ ରୂପ ପାଇଲ କେମିତି? ଏକଥା ଶୁଣି ସେ ପ୍ରଥମ ଭୂତୁଣୀ କହିଲା – “ମୁଁ ଜଣେ ଜମିଦାରଙ୍କ ଝିଅ । ମୋ ବାପା ଗରିବଙ୍କ ଉପରେ ବହୁତ ଅତ୍ୟାଚାର କରୁଥିଲେ । ଏହି କାରଣରୁ କିଛି ଗ୍ରାମବାସୀ ଗାଁ ଛାଡି ପଳେଇଗଲେ । ଏହିପରି ଭାବେ ଆସ୍ତେ ଆସ୍ତେ ଗାଁଟା ପୁରାପୁରି ଲୋକ ଶୂନ୍ୟ ହୋଇଗଲା । ଗୁମାସ୍ତା କହିଲେ – ଜମିଦାରଙ୍କର ଏସବୁ ଅଘଟଣ କେବଳ ତାଙ୍କ ଝିଅ ପାଇଁ ହିଁ ହଉଛି । ଗାଁ ତ ସମ୍ପୁର୍ଣ୍ଣ ରୂପେ ଜନଶୂନ୍ୟ ହୋଇଗଲାଣି । ତେଣୁ ଜମିଦାର ମହାଶୟ ବି ଧିରେ ଧିରେ ଗରିବ ହୋଇଯାଉଛନ୍ତି । ତାପରେ ଜମିଦାର ତାଙ୍କ ଗୁମାସ୍ତାଙ୍କ କଥାରେ ପଡି ମତେ ସେ ଘରୁ ବାହାର କରିଦେଲେ । ଦିନେ ଗାଁ ଲୋକମାନେ ମତେ ଏକୁଟିଆ ବୁଲିବାର ଦେଖିପକାଇଲେ । ସେହି ଗାଁ ଲୋକଙ୍କ ଡରରେ ମୁଁ ଗୋଟିଏ କୂଅ ଭିତରକୁ ଡେଇଁପଡିଲି । ଆଉ ସେ କୂଅ ଭିତରେ ବହୁତ ପାଣିଥିଲା । ତେଣୁ ସେ ପାଣିରେ ବୁଡି ମୁଁ ମରିଗଲି ଓ ତା୍‌ପରେ ତ ମୁଁ ଏଇ ଭୂତୁଣୀ ରୂପରେ ଘୂରିବୁଲୁଛି ।”

ଏ କଥା ଶୁଣି ଦିପୁର ସେ ପ୍ରଥମ ଭୂତୁଣୀ ପ୍ରତି ଟିକେ ଦୟା ଆସିଲା । ତହୁଁ ସେ ଦିପୁ କହିଲା – ତୁମେ ଯଦି ମୋ କଥା ମାନିବ ତେବେ ମୁଁ ତୁମକୁ ତୁମ ପୂର୍ବ ରୂପ ନିଶ୍ଚୟ ଫେରାଇ ଦେଇପାରିବି । ତୁମେ ଭୂତୁଣୀରୁ ପୁଣି ଝିଅଟିଏ ହୋଇପାରିବ । ଏକଥା ଶୁଣି ସେ ପ୍ରଥମ ଭୂତୁଣୀର ଦିପୁ ପ୍ରତି ଟିକେ ସନ୍ଦେହ ହେଲା । କିନ୍ତୁ ଦିପୁ ସେ ଭୂତୁଣୀର ମନ କଥା ଜାଣିପାରି କହିଲା – ତୁମେ ମୋ ଉପରେ ଆଦୌ ସନ୍ଦେହ କରନାହିଁ । ମୁଁ ଯାହା ବି କହୁଛି ସେ ସବୁ ସତ କଥା । ମୋ ଉପରେ ବିଶ୍ୱାସ ରଖ । ସବୁ ଶୁଣି ଏଥର ସେ ପ୍ରଥମ ଭୂତୁଣୀ କହିଲା – ତେବେ ମୁଁ କ୍‌ଣ କରିବି କୁହ । ଏ ଭୂତୁଣୀ ରୂପ ମତେ ବି ଆଉ ଭଲ ଲାଗୁନି । ଦିପୁ କହିଲା – ଅମାବାସ୍ୟା ଦିନ ତୁମ୍ଭେ ତ ମତେ ହତ୍ୟା କରିବ ସତ ମାତ୍ର ତୁମେ ଯେପରି ମୋ ମଲା ଦେହକୁ ନ ଦେଖ । କାରଣ ତୁମେ ମୋର ମଲା ଦେହ ଦେଖିଲେ ତୁମେ ବି ମରିଯିବ । ଦିପୁର ଏପରି କଥା ଶୁଣି ପ୍ରଥମ ଭୂତୁଣୀ କହିଲା – ଏପରି କାହିଁକି? ତହୁଁ ସେ ଦିପୁ କହିଲା – ତୁମକୁ ବାଳକ ହତ୍ୟା ଦୋଷ ଲାଗିଯିବ । ତାପରେ ତୁମ୍ଭେ ପୁଣି ସାତ ଜନମ ପାଇଁ ଏହି ଭୂତୁଣୀ ରୂପରେ ଘୂରିବୁଲିବ । ତେଣୁ ମତେ ହତ୍ୟା କରିବା ସମୟରେ ତୁମେ ନିଜ ଆଖିରେ କଳା କନା ପଟି ବାନ୍ଧି ଦେବ । ଯାହା ଫଳରେ କି ତୁମେ ଆଉ ମୋ ମଲା ଶରୀର ଦେଖିପାରିବ ନାହିଁ ।

ଏକଥା ଶୁଣି ସେ ପ୍ରଥମ ଭୂତୁଣୀ ଅତ୍ୟନ୍ତ ଖୁସି ହୋଇଗଲା । ଭାବିଲା – ଦ୍ୱିତୀୟ ଭୂତୁଣୀ ଏ ପିଲାଟିକୁ ହତ୍ୟା କରିବ ଓ ଦେଖିବ । ଆଉ ମୁଁ ନା ଦେଖିବି ନା ହତ୍ୟା କରିବି । ଅମାବାସ୍ୟା ରାତ୍ରୀ । ଅନ୍ଧାରରେ ତ କିଛି ବି ଦେଖାଯାଉନଥିବ । ବାସ୍, ସବୁ ଦୋଷ କେବଳ ସେ ଦ୍ୱିତୀୟ ଭୂତୁଣୀର ହିଁ ହେବ । ତାପରେ ମୁଁ ଚୁପ୍ କିନା ରକ୍ତ ପିଇଯିବି ଓ ମଣିଷ ରୂପ ପାଇଯିବି । ଏ କଥା ଭାବି ପ୍ରଥମ ଭୂତୁଣୀ ମନେ ମନେ ବହୁତ ଖୁସି ହେଲା ଓ ଆସନ୍ତା ଅମାବାସ୍ୟା ରାତ୍ରୀକୁ ଅପେକ୍ଷା କଲା । ଏହି ସମୟରେ ଦ୍ୱିତୀୟ ଭୂତୁଣୀ ଦୁଇ ତିନିଟା ଛୁଆ ହରିଣ ଓ ଠେକୁଆ ଧରି ଆସି ପହଁଚିଲା । ତାପରେ ଭୂତୁଣୀ ଦୁହେଁ ଖାଇ ପିଇ ରାତିସାରା ଖୁବ୍ ମଜା କଲେ ।

ତା୍‌ପର ଦିନ ସକାଳ ହେଲା । ଦ୍ୱିତୀୟ ଭୂତୁଣୀ କହିଲା – ଆଜି ମୁଁ ଏ ପିଲାକୁ ଜଗିବି । ତୁ ଯା ଖାଇବା ଆଣିବୁ । ଦ୍ୱିତୀୟ ଭୂତୁଣୀ କଥାରେ ପ୍ରଥମ ଭୂତୁଣୀ ବି ରାଜି ହେଲା । ପ୍ରଥମ ଭୂତୁଣୀ ସେଠାରୁ ଗଲାପରେ ଦିପୁ କହିଲା – ଆଚ୍ଛା ତୁମ୍ଭେ ଏ ଭୂତୁଣୀ ରୂପ କିପରି ପାଇଲ । ତହୁଁ ସେ ଦ୍ୱିତୀୟ ଭୂତୁଣୀ କହିଲା – ମୋ ବାପା ରାଜାଙ୍କ ଉଦ୍ୟାନରେ କାମ କରୁଥାନ୍ତି । ସେତେବେଳେ ତ ସେ ରାଜାଙ୍କର ବଗିଚାରେ ଅନେକ ଫଳ ଫୁଲ ଗଛ ଥାଏ । ଦିନକର କଥା । ମାଙ୍କଡ ପଲେ ଆସି ରାଜାଙ୍କ ଉଦ୍ୟାନକୁ ପୁରାପୁରି ନଷ୍ଟ କରିଦେଲେ । ରାଜା ତାଙ୍କ ଉଦ୍ୟାନ ନଷ୍ଟ ହେବାର ଦେଖି ମୋ ବାପାଙ୍କୁ ବନ୍ଦୀ କରି କାରାଗାରରେ ରଖିଲେ । ତାପରେ ମତେ ହିଁ ରାଜା ତାଙ୍କ ବଗିଚାରେ ନେଇ ଖଟାଇଲେ । କାମ କଷ୍ଟ ସହି ନପାରି ଶେଷରେ ମୁଁ ଆତ୍ମହତ୍ୟା କଲି ଓ ତା୍‌ପରଠାରୁ ମୁଁ ତ ଏ ଭୂତୁଣୀ ରୂପରେ ବୁଲୁଛି ।

ଏକଥା ଶୁଣି ଦିପୁ କହିଲା – ତୁମେ ତୁମ ପୂର୍ବ ରୂପ ନିଶ୍ଚୟ ଫେରିପାଇବ । ମାତ୍ର ଏକଥା ତୁମେ ଆଉ କାହାକୁ ବି କହିବନି । ପ୍ରଥମ ଭୂତୁଣୀ ଭଳି ଦ୍ୱିତୀୟ ଭୂତୁଣୀ ମଧ୍ୟ ଦିପୁକୁ ଟିକେ ସନ୍ଦେହ କଲା କିନ୍ତୁ ଦିପୁ ସେ ଦ୍ୱିତୀୟ ଭୂତୁଣୀକୁ ବିଶ୍ୱାସ ଦେଲା । ଦ୍ୱିତୀୟ ଭୂତୁଣୀ ଦିପୁ କହିଥିବା କଥା ଅନୁସାରେ ରାଜି ହେଲା ଓ ଅମାବାସ୍ୟା ରାତ୍ରୀକୁ ଅପେକ୍ଷା କଲା ।

ଅମାବାସ୍ୟା ରାତ୍ରୀର ଦ୍ୱିତୀୟ ପ୍ରହର । ଭୂତୁଣୀ ଦୁହେଁ ପୂର୍ବ ରୂପ ଫେରି ପାଇବା ଆଶାରେ ମନେ ମନେ ବହୁତ ଖୁସି ହଉଥାନ୍ତି । ତେଣୁ ସେ ଦୁହେଁ ନିଜ ନିଜ ଆଖିରେ କଳାକନା ପଟି ବାନ୍ଧିଲେ । ଦିପୁ ତ ଏସବୁ ଦେଖୁଥାଏ । ତାପରେ ସେ ଭୂତୁଣୀ ଦୁଇଜଣ ଦୁଇଟି ଖଣ୍ଡା ଧରି ଆସି ଦିପୁ ପାଖରେ ପହଁଚିଗଲେ । ପ୍ରଥମ ଭୂତୁଣୀ କହିଲା – ତୁ ହତ୍ୟା କର । ଦ୍ୱିତୀୟ ଭୂତୁଣୀ କହିଲା – ନା, ତୁ ହତ୍ୟା କର । ଏହିପରି ଭାବେ ସେ ଦୁଇ ଭୂତୁଣୀଙ୍କ ମଧ୍ୟରେ ହେଲା ଯୁଦ୍ଧ । ତାପରେ ସେ ଦୁଇ ଭୂତୁଣୀ ପରସ୍ପରକୁ ହାଣିବାରେ ଲାଗିଲେ । କିଛି ସମୟ ପରେ ସେ ଦୁଇ ଭୂତୁଣୀ ରକ୍ତ ଜୁଡୁବୁଡୁ ହେବାର ଦେଖି ଦିପୁ ସେହି ଗୁମ୍ଫା ଭିତରୁ ବାହାରକୁ ପଳେଇ ଆସିଲା ।

ଦୁଇ ଭୂତୁଣୀ ତ ପରସ୍ପର ମଧ୍ୟରେ ଯୁଦ୍ଧ କରି ରକ୍ତାକ୍ତ ହୋଇଗଲେ । ତେଣୁ ଏବେ ଆଉ ଉଠିବାକୁ ସେମାନଙ୍କ ପାଖରେ ଶକ୍ତି ନଥାଏ । ଏହି ସମୟରେ ଦିପୁ ଏକ ପଥର ନେଇ ସେ ଗୁମ୍ଫା ମୁହଁ ବନ୍ଦ କରିଦେଲା । ତାପରେ ସେ ଦୁଇ ଭୂତୁଣୀ ସେହି ଦିନଠାରୁ ସେହି ଗୁମ୍ଫା ମଧ୍ୟରେ ସେମିତି ବନ୍ଦୀ ହୋଇ ରହିଲେ । ଆଉ ସେ ଗୁମ୍ଫା ବାହାର ଗଛ ଡାଳରେ ବସି ଶୁଆ ଏସବୁ କଥା ଦେଖୁଥାଏ । ସେ ଦିପୁର ବୁଦ୍ଧିକୁ ଖୁବ୍ ତାରିଫ୍ କଲା । ତାପରେ ସେ ଗୁମ୍ଫା ପାଖରୁ ଲମ୍ବିଥିବା ରାସ୍ତାକୁ ଶୁଆ ଦିପୁକୁ ଦେଖାଉଥାଏ । ପରିଶେଷରେ ଦିପୁ ଆସି ତା୍‌ ଘରେ ପହଁଚିଗଲା । ବୁଦ୍ଧିମାନ ଦିପୁର ଚତୁରତାକୁ କାଠୁରିଆ ଓ ତା୍‌ ସ୍ତ୍ରୀ ବହୁତ ପ୍ରଶଂସା କଲେ ।

Comments

comments

Tags

One Comment

  1. I enjoyed this story.. I have just familiar with Oriya language, and this is very much important as I am an oriya learner.

Leave a Reply

Your email address will not be published. Required fields are marked *

Back to top button
Close
X