OdiaWeb- Odia Film, Music, Songs, Videos, SMS, Shayari, Tourism, News

ଜୀବନରେ ସଫଳ ହେବା ପାଇଁ ଏବଂ ଆତ୍ମ ସନ୍ତୋଷର ସହ ବଞ୍ଚିବା ପାଇଁ ଆପଣାନ୍ତୁ ଏହି ୧୦ଟି ଉପାୟ

ଏ ଜୀବନ ଇଶ୍ବରଙ୍କର ଏକ ବରଦାନ | ଜୀବନ ଜିଇବାର ଅର୍ଥ ଜଣେ ମନୁଷ୍ୟ କେତେ ବର୍ଷ ବଞ୍ଚିଲା ତାହା ନୁହେଁ | ବରଂ କିପରି ଭବେ ନିଜ ଜୀବନ ବଞ୍ଚିଲା ତହା ଗୁରୁତ୍ବପୂର୍ଣ | ଜୀବନ ଜିଇବା ଏକ କଳା ଯାହା ଖୁବ କମ ଲୋକଙ୍କ ପାଖରେ ଦେଖିବାକୁ ମିଳେ| ତେଣୁ ଏଠାରେ ଆମେ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁ ଯେ କେତୋଟି ମାତ୍ର ଛୋଟ ଛୋଟ କଥାକୁ ଧ୍ୟାନ ଦେଲେ ଜୀବନ ନିଶ୍ଚୟ ସରସ ସୁନ୍ଦର ଓ ମଧୁମୟ ହେବା ସହ ଜୀବନ ଯେ ବାସ୍ତବରେ ଇଶ୍ବରଙ୍କ ବରଦାନ ତାହା ଅନୁଭୂତ ହୋଇ ପାରିବ |
Top Facts in Odia For Success and Happiness in Odia language
Top Facts in Odia For Success and Happiness in Odia language
୧.ପ୍ରଥମତଃ ପ୍ରତ୍ୟେକ ଦିନ ଇଶ୍ବରଙ୍କୁ ସ୍ମରଣ କରି ଶଯ୍ୟା ତ୍ୟାଗ କରନ୍ତୁ ଏବଂ ଇଶ୍ବର ଆପଣଙ୍କୁ ଏକ ନୂଆ ସକାଳ ଦେଖାଇ ଥିବାରୁ ସେହି ପରମପିତାଙ୍କୁ ଅନ୍ତରରୁ କୃତଜ୍ଞତା ଜ୍ଞାପନ କରନ୍ତୁ |
୨. ଶଯ୍ୟା ତ୍ୟାଗ କରିବା ପୂର୍ବରୁ ବିଛଣାରେ ବସି ପୂର୍ବାଭିମୁଖୀ ହୋଇ ନିଜର ଦୁଇ ହସ୍ତକୁ ଯୋଡି ଦେଖନ୍ତୁ ଏବଂ ନିଜ ହସ୍ତ ଦ୍ବୟକୁ ଚୁମ୍ବନ ଦେଇ ଏହି ମନ୍ତ୍ରଟି ମନେ ମନେ ସ୍ମରଣ କରନ୍ତୁ “କରାଗ୍ରେ ବସତେ ଲକ୍ଷ୍ମୀ, କର ମଧ୍ୟେ ସରସ୍ବତୀ, କର ମୂଳେ ତୁ ଗୋବିନ୍ଦ….ପ୍ରଭାତେ କର ଦର୍ଶନମ୍|”
୩. ଆପଣ ଇଶ୍ବରଙ୍କ ସନ୍ତାନ, ସର୍ବଶକ୍ତିମାନ, ଯେକୌଣସି କାର୍ଯ୍ୟ ଆପଣ କରିବାକୁ ସମର୍ଥ …ଏପରି କିଛି ନିଜ ମନ ମଧ୍ୟରେ ସକରାତ୍ମକ ଚିନ୍ତାଧାର ରଖନ୍ତୁ | ଯେତେବେଳେ ବି ନକରାତ୍ମକ ଚିନ୍ତା ମନକୁ ଆସୁଛି ସେତେବେଳେ କୌଣସି ମୋଟିଭେସନଲ ଭିଡିଓ, ଗୀତ ବା ବହିରେ ମନୋନିବେଶ କରନ୍ତୁ ଅଥବା ଅତୀତରେ ପାଇଥିବା ନିଜର କୌଣସି ସଫଳତାକୁ ମନେ ପକାନ୍ତୁ |
୪. ଯେପରି ରାତି ଓ ଦିନ ପରସ୍ପରର ସ୍ଥିତିକୁ ସୂଚାନ୍ତି ସେହି ପରି ଦୁଃଖ ଓ ସୁଖ ଜୀବନର ଅସ୍ତିତ୍ବକୁ ଦର୍ଶାଇ ଥା’ନ୍ତି | ତେଣୁ ଦୁଃଖ ସମୟରେ ବିଚଳିତ ବା ସୁଖ ସମୟରେ ଉତ୍ଫୁଲିତ ନ ହୋଇ ବରଂ ଦୁଇଟିକୁ ସମାନ ଭାବେ ଦେଖନ୍ତୁ | କାରଣ ମନେ ରଖନ୍ତୁ; ସୁଖ ବା ଦୁଃଖର ସ୍ଥିତି ଅସ୍ଥାୟୀ |
୫. ମନ୍ଦିରରେ ଦାନ ଦେବା ବା ହୋମ, ଜଜ୍ଞ ଆଦିରେ ନିଜର କଷ୍ଟୋପାର୍ଜିତ ଅର୍ଥ ଶ୍ରାଦ୍ଧ କରିବା ଅପେକ୍ଷା ବିନା କୌଣସି ପ୍ରତିଦାନର ଆଶାରେ ନିଜ ସାମର୍ଥ୍ୟ ମତେ ଦୁଃଖି ଜନ ସେବା ବା ସମାଜ ମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରନ୍ତୁ |
୬. ଗୀତ ଗାଇବା, ଗଳ୍ପ ବା କବିତା ରଚନା କରିବା, ଚିତ୍ର ବା ନୃତ୍ୟ କରିବା ଆଦି ନିଜର କୌଣସି ଭଲ ରୁଚିକୁ ନିଜର ବଳକା ସମୟରେ ଅଭ୍ୟାସ କରନ୍ତୁ |
୭. ନିଜ ପରିବାର, ବନ୍ଧୁଙ୍କ ପାଇଁ ସମୟ ଦିଅନ୍ତୁ ଏବଂ କାହାର ପଛରେ ଅଯଥା ଆକ୍ଷେପମୂଳକ ସମାଲୋଚନା କରିବା ଠାରୁ ନିଜକୁ ଦୂରେଇ ରଖନ୍ତୁ|
୮.ନିଜର ଅତୀତର କୌଣସି ଅସଫଳତା, ଦୁଃଖ ବା ନିଜ ପାଖରେ ଯାହା ନାହିଁ ତାହା ବିଷୟରେ ଅନ୍ୟଥା ଭାବି ସମୟ ନଷ୍ଟ କରନ୍ତୁ ନାହିଁ ବରଂ ନିଜ ପାଖରେ ଯାହା ଅଛି ସେତିକିରେ ସନ୍ତୁଷ୍ଟ ହୁଅନ୍ତୁ| ନିଜର ସାମର୍ଥ୍ୟକୁ ନେଇ ସନ୍ଦେହ ବା ନିଜକୁ ଅନ୍ୟ ସହ ତୁଳନା କରିବାର ଭାବନା ପରିହାର କରି ସର୍ବଦା ବର୍ତ୍ତମାନକୁ ଗୁରୁତ୍ବ ଦେଇ ଦୃଢ ଆତ୍ମବିଶ୍ବାସର ସହ ବଞ୍ଚନ୍ତୁ |
୯. ବିଫଳତାରେ ଭାଙ୍ଗି ନ ପଡି ତାହାକୁ ସଫଳତା ପାଇବା ପାଇବା ପାଇଁ ଏକ ମାଧ୍ୟମ ବା ଶିକ୍ଷା ଭାବେ ଗ୍ରହଣ କରନ୍ତୁ|
୧୦.ସୁଖ ,ସନ୍ତୋଷ ଓ ସଫଳତା ପାଇଁ ଜୀବନରେ ପବିତ୍ର ଭଗବତ ଗୀତାର ଆଦର୍ଶକୁ ଆପଣାନ୍ତୁ |
ଧନ୍ୟବାଦ

Comments

comments