OdiaWeb- Odia Film, Music, Songs, Videos, SMS, Shayari, Tourism, News

New Odia Short Story Parara Manda Chinta Nahin

Hi Everyone,

How are you doing. You can find other small stories in our Odia Short Story portal.From this story we had known that never think bad for others. If we think bad for other then we will fall in loss. The jackal understood that, think bad for others that got bad result. so that he never think any bad things for other. you wil enjoy this odia story and will share with your friends and family.

                                                    Odia Short Story Parara Manda Chinta Nahin

ଜଙ୍ଗଲ ପାଦଦେଶରେ ଝଙ୍କାଳିଆ ଗଛଟିଏ, ତା’ଡାଳରେ ବସାବାନ୍ଧିଥାଏ କାଉଟିଏ । ଏକଦା କାଉ କେତୋଟି ଅଣ୍ଡାଦେଇ ତା’ ଉପରେ ବସିରହିଲା । ଅଣ୍ଡାଗୁଡିକ ଉଷୁମ୍ ହେଲେ ତା’ ଭିତରୁ ଛୁଆ ବାହାରିବେ ।

ଏତିକିବେଳେ କୁଆଡୁ ଗୋଟିଏ ବିଲୁଆ ବୁଲିବୁଲି ଆସି ସେଇ ଗଛମୂଳେ ପହଁଚିଗଲା । ଗଛ ମୂଳଟି ବେଶ୍ ଗହଳିଆ ଓ ଅନ୍ଧାରୁଆ ଥିବାରୁ ସେଇଠି ବସାବାନ୍ଧି ରହିବବୋଲି ଠିକ୍ କଲା ।

ବିଲୁଆ ସେଇ ଗଛମୂଳେ ବସିଛି । ମନେ ମନେ ଭାବୁଥାଏ ଏଠାରେ ବସାବାନ୍ଧି ରହିଲେ ଖାଇବି କ’ଣ? ଚାରିଆଡକୁ ଚାହୁଁ ଚାହୁଁ ହଠାତ୍ ଗଛ ଉପରେ ଥିବା କାଉ ବସାଉପରେ ତା’ର ନଜର ପଡିଗଲା । ମନେ ମନେ ଭାବିଲା କାଉ ବସାରେ ନିଶ୍ଚୟ ଅଣ୍ଡା କି କାଉ ଛୁଆ ଥିବେ । ନହେଲେ କାଉ ତା’ର ବସା ଛାଡି ଯାଉନାହିଁ କାହିଁକି?

ଏହି କଥା ଭାବି ବିଲୁଆ ନିରୀକ୍ଷଣ କରୁ କରୁ ଦେଖିଲା କାଉ ତା’ର ବସାରେ ଅଣ୍ଡାଗୁଡିକ ଜଗି ବସିଛି । ଅଣ୍ଡାଗୁଡିକ ଦେଖି ତା’ ପାଟିରୁ ଲାଳ ଗଡିଲା । ମନରେ ଭାବିଲା, ଅଣ୍ଡା ତ ଗଛ ଉପରେ, ଖାଇବ କେମିତି? ତାକୁ ଗଛ ଚଢା ଆସୁଥିଲେ ଅବା ଚଢିଯାଆନ୍ତା, ସୁତରାଂ ସେ ଗଛଟିକୁ ଧରି ହଲାଇବାକୁ ଲାଗିଲା । ଅଣ୍ଡା ତଳକୁ ଖସିପଡିଲେ ଖାଇବ ବୋଲି ଠିକ୍ କଲା ।

ବିଲୁଆର ମନ୍ଦବୁଦ୍ଧି କାଉକୁ ଅଛପା ରହିଲା ନାହିଁ । ତହୁଁ ସେ କାଆ କାଆ ଡାକି ଡାକି ବିଲୁଆ ପାଖରେ ଆସି ପହଁଚିଗଲା । ବିଲୁଆକୁ ଅତି ବିନୀତ ଭାବରେ କହିଲା, ”ଭାଇ! ତୁମକୁ ନେହୁରା ହେଉଛି, ଗଛକୁ ହଲାଅ ନାହିଁ । ମୋ’ ଅଣ୍ଡାଗୁଡିକ ଭାଙ୍ଗିଯିବ । ସେଥିରୁ ଛୁଆ ବାହାରିବେ ବୋଲି ମୁଁ କେତେ ପରିଶ୍ରମ କରୁଛି ତୁମେ କ’ଣ ଜାଣିନାହଁ? ବରଂ ତା’ ବଦଳରେ ଯାହା କହିବ ମୁଁ କରିବି ।”

ବିଲୁଆ ତା’ପରେ କାଉକୁ କହିଲା, ”ଠିକ୍ ଅଛି । ତୋ’ ଅଣ୍ଡାର ମୁଁ କିଛି କ୍ଷତି କରିବି ନାହିଁ । ହେଲେ ତୁ ମୋ’ ପାଇଁ ଗୋଟିଏ କାମ କରିଦେବୁ । ଯେଉଁଠି ଶବ ପଡିଥିବ ଦେଖିବୁ ମୋତେ ଖବର ଦେବୁ । ସେଠାକୁ ଯାଇ ମୁଁ ମାଂସ ଖାଇବି ।”

ସେହିଦିନଠାରୁ କାଉ ବିଲୁଆ କଥାରେ ରାଜିହୋଇ ପ୍ରତ୍ୟହ ଶବ ଖୋଜିବାରେ ବୁଲିଲା ଓ ବିଲୁଆକୁ ଜଣାଇଲା । ବିଲୁଆ ବି ଖବର ପାଇବା ମାତ୍ରେ ଧାଇଁଯାଏ, ପେଟପୂରା ମାଂସ ଖାଇ ଚାଲିଆସେ । ମାତ୍ର କେଉଁଦିନ ହେଲେ କାଉପାଇଁ ମାଂସ ପୁଳାଏ କି ହାଡ ଖଣ୍ଡିଏ ଆଣି ଦିଏ ନାହିଁ ।

ଏବେ କାଉ ବଡ ଅସୁବିଧାରେ ପଡିଗଲା । ବିଲୁଆ ସବୁ ମାଂସ ଖାଇ ଦେବାରୁ କାଉକୁ ଆଉ କିଛି ମିଳିଲା ନାହିଁ । ହେଲେ ଏକଥା ସେ କହିବ କାହାକୁ ନିଜେତ ଭୁଲ୍ କରିଛି?

ଦିନକର କଥା । କାଉର ଭେଟ ହେଲା ହେଟା ବାଘ ସହିତ । ସେ ହେଟାବାଘକୁ ତାର ଦୁଃଖ ଜଣାଇଲା । ଦୁଷ୍ଟ ବିଲୁଆକୁ ଶାସ୍ତି ଦେବାକୁ କହିବାରୁ ହେଟା ରାଜି ହୋଇଗଲା । କାରଣ ନିର୍ଦ୍ଧୋଷ କାଉର ଦୁଃଖ ତା’ର ହୃଦୟକୁ ତରଳାଇ ଦେଲା । ହେଟା ଏବେ ଏକ ଉପାୟ ପାଂଚି କାଉକୁ କହିଲା।

ତାପର ଦିନ ବିଲୁଆ ପଚାସଢା ମାଂସ ଖାଇ ଆରାମରେ ଶୋଇଥାଏ । କାଉ ଖବର ଦେଲା, ଜଙ୍ଗଲରେ ହେଟା ବାଘଟିଏ ମରିପଡିଛି । ହେଲେ ଏହା ଏକ ଷଡଯନ୍ତ୍ର ବୋଲି ବିଲୁଆ ଜାଣି ପାରିଲା ନାହିଁ । ଖବର ପାଇ ଆନନ୍ଦରେ ଦୌଡିଲା ।

ଯେତେବେଳେ ବିଲୁଆ ମିଛରେ ଶୋଇଥିବା ହେଟାକୁ ପୁଳାଏ କାମୁଡି ଦେଇଛି, ହେଟା ବିଲୁଆର ତଂଟିକୁ ଧରି କଂଟାବୁଦା ଭିତରକୁ ଫୋପାଡି ଦେଲା । ବିଲୁଆ ଯନ୍ତ୍ରଣାରେ ଛଟପଟ ହୋଇ ଗଁ ଗଁ ହେଉଥାଏ । ଦେହସାରା କଂଟାଗଳି ରକ୍ତଝରିଲା ।

ଏବେ ବିଲୁଆ ବୁଝିଗଲା, ପରମନ୍ଦ ଚିନ୍ତା କଲେ ଏଭଳି ଫଳମିଳେ । ସେହି ଦିନଠାରୁ ବିଲୁଆ, କାଉ ଅଣ୍ଡା ଦେଇଥିବା ଗଛମୂଳକୁ ଗଲାନାହିଁ, କି ପରର ମନ୍ଦ ଚିନ୍ତା କଲା ନାହିଁ ।

 

Comments

comments