Hi Everyone,
How are you doing. You can find other small stories in our Odia Short Story portal.This story content is dependent life this story based on dog & jackal. Here, it learned that which happiness is living in independent, that happiness is nothing in dependent. you wil enjoy this odia story and will share with your friends and family.
ବିଲୁଆଟିଏ କିଆବୁଦାରେ ବସା ବାନ୍ଧିଥାଏ । ସେ କେତେବେଳେ ଖାଇବାକୁ ପାଏ ତ କେତେବେଳେ ପାଏ ନାହିଁ । ଏବେ ସେ ରହୁଥିବା ଅଂଚଳରୁ ଖାଦ୍ୟ ସରିଆସିବାରୁ ତାକୁ ଖାଦ୍ୟ ପାଇବା କଷ୍ଟ ହେଲା । ତେଣୁ ସେ ଆଉ ଖାଦ୍ୟ ନ ଖୋଜି ଘରେ ଚୁପ୍ ହୋଇ ବସିଗଲା । ଦିନକୁ ଦିନ ତା’ର ଶରୀର କ୍ଷୀଣ ହେବାରେ ଲାଗିଲା ।
କିଛି ଦିନ ପରେ ବିଲୁଆ ବାଧ୍ୟହୋଇ ଅନ୍ୟ ଏକ ଅଂଚଳକୁ ଖାଦ୍ୟ ଅନ୍ୱେଷଣରେ ବାହାରିଥାଏ । ବାଟରେ ଦେଖିଲା ଗୋଟିଏ ଘର । ସେଠାରେ ଏକ ମୋଟାସୋଟା କୁକୁର ସହିତ ତା’ର ଭେଟ ହୋଇଗଲା । କିଛି ସମୟ କଥାବାର୍ତ୍ତା ପରେ ବିଲୁଆ ତା’ କାମରେ ଚାଲିଗଲା ।
ନିତି ଏହିଭଳି ବିଲୁଆ – କୁକୁର ଭେଟ ହୁଏ । ଫଳରେ ଦୁହିଁଙ୍କ ଭିତରେ ବନ୍ଧୁତା ବଢିଗଲା । ଦିନେ କଥାଛଳରେ କୁକୁର ବିଲୁଆକୁ ପଚାରିଲା, ”ଭାଇ! ତୁମର ଏଭଳି ଦୁର୍ବଳ ଅବସ୍ଥା କାହିଁକି?”
ଏହା ଶୁଣି ବିଲୁଆ ଖାଦ୍ୟାଭାବରୁ ଏଭଳି ଅବସ୍ଥାବୋଲି କହିଦେବାରୁ କୁକର କହିଲା, ”ତୁମେ ସତରେ ବଡ ମୂର୍ଖ । ଏଭଳି ଅବସ୍ଥାରେ ତୁମେ ଗାଡ ଭିତରେ ପଡି ରହିଛ କାହିଁକି? ଆସ ମୋ ମାଲିକ ପାଖକୁ ତୁମକୁ ନେଇଯିବି । ତୁମେ ବି ଦିନ କେଇଟାରେ ମୋ ଭଳି ମୋଟାସୋଟା ହୋଇଯିବ । ମୋ ମାଲିକ ଭାରି ଭଲ ଲୋକ । ତୁମର ସେଠାରେ କିଛି ଅସୁବିଧା ହେବ ନାହିଁ ।”
ଏବେ ବିଲୁଆ କହିଲା, ”ତୁମ ମାଲିକ ମୋତେ ଖାଇବାକୁ ଦେଲେ ତା’ବଦଳରେ ମୋତେ କି କାମ କରିବାକୁ ହବ?”
କୁକୁର କହିଲା, ”ଆମେ ଦୁହେଁ କେବଳ ଗୋଟିଏ କାମ କରିବା ତାଙ୍କର ଘର ଜଗିବା ଓ ଅଚିହ୍ନା ଲୋକ ଦେଖିଲେ ଭୁକିବା ।”
ବିଲୁଆ କହିଲା, ”ସତ ଯେ, ହେଲେ ମୁଁ ତ ତୁମଭଳି ଭୁକି ପାରିବି ନାହିଁ ।”
କୁକୁର କହିଲା, ”ଚଳିବ । ସବୁଠାରୁ ବଡ କଥା ହେଲା, ତୁମେ ତ ମୋ ଭଳି ଦେଖାଯାଉଛ, ଏଥିରେ କିଛି ଅସୁବିଧା ହେବ ନାହିଁ । ମାଲିକ ତୁମକୁ କୁକୁର ବୋଲି ଧରିନେବେ ।”
କୁକୁର କଥାରେ ବିଲୁଆ ରାଜି ହୋଇ ଏବେ ଘରଭିତରକୁ ଗଲା । ଯିବା ବେଳେ ତା’ର ନଜର ପଡିଗଲା କୁକୁର ବେକରେ ବନ୍ଧାଯାଇଥିବା ଚମଡା ଫିତା ଉପରେ । ଏହା ଦେଖି ବିଲୁଆ କହିଲା, ”ଭାଇ ! ଟିକିଏ ରହିଯା’, ତୁମ ବେକରେ ଥିବା ଏହି ଫିତାଟା କ’ଣ କି?”
ତହୁଁ କୁକୁର କହିଲା, ”ଆରେ ବୋକା, ସେଇଟାକୁ କହନ୍ତି ବେଲ୍ଟ । ସକାଳହେଲେ ମାଲିକ ମୋତେ ଗୋଟିଏ ଚେନ୍ ରେ ବେକକୁ ବାନ୍ଧିପକାଏ । ଦିନଯାକ ମୁଁ ବନ୍ଧାହୋଇ ପଡିଥାଏ । ରାତିରେ ମୋତେ ଛାଡି ଦିଆଯାଏ । ମୁଁ ଘର ଜଗେ ।
ଏହାଶୁଣି ବିଲୁଆ ଫେରିଯିବାକୁ ବସିଲା । କହିଲା, ”ଭାଇ, ଏବେ ମୁଁ ମୋର ଗାତକୁ ଫେରିଲି । ସେଠାରେ ମୁଁ ନଖାଇ ମରିଯିବି ପଛେ, କାହା ପାଖରେ ବନ୍ଧାହୋଇ ପରାଧୀନ ହୋଇ ରହିପାରିବି ନାହିଁ ।”
ସତରେ ସ୍ୱାଧୀନ ହୋଇ ବଂଚିବାରେ ଯେଉଁ ଆନନ୍ଦ ଥାଏ, ତାହା ପରାଧୀନରେ ନଥାଏ ।
Buy odia novels online from most trusted ecommerce site of Odisha, OdishaShop.
Comments
comments