Odia Short Story

New Odia Short Story Martyara Parirani

Download Odia Books Online

Hellow Everyone,

Today we are publishing another odia short story. You can find other stories in our Odia Short Story portal. This story is a beautiful story.  You must love this story Enjoy this story and discuss it among your family and friends. Thank you.

Odia Short Story Martyara Parirani

ଗୋଟିଏ ଗାଆଁରେ ବହୁଲୋକଙ୍କର ଝାଡା ବାନ୍ତି ହେଉଥାଏ । କାହାକୁ ବା ଜ୍ୱର ଧରି ଛାଡୁ ନଥାଏ । ହଳଦିଆକାମ୍ଳ, ଟାଇଫଏଡ୍ ଇତ୍ୟାଦି ରୋଗ ଅତି ସାଘାଂତିକ ଅବସ୍ଥା କରି ଦେଇଥାଏ । ସରକାରୀ ସ୍ତରରୁ ଡାକ୍ତରମାନେ ଔଷଧ ଦେଇଥାଆନ୍ତି । ସେହି ସମୟରେ ଖରାପ ପାଣି ପିଇବାକୁ ତ ଡାକ୍ତରମାନେ ବାରଣ କରୁଥାଆନ୍ତି । ନିଜ ନିଜ ହାତ ସାବୁନ୍ରେ ଧୋଇବା ପାଇଁ କହୁଥାଆନ୍ତି । ଏପରିକି ସଫା ସୁତୁରା ରହିବା ପାଇଁ ମଧ୍ୟ ସତର୍କ କରୁଥାଆନ୍ତି । ସେ ଗାଁର ବିଦ୍ୟାଳୟଗୁଡିକୁ ଶିକ୍ଷା ସଚିବ ଚିଠି ପଠାଇ ନିୟମାବଳୀ ସାହାଯ୍ୟରେ ସମସ୍ତଙ୍କୁ ସତର୍କ କରାଉ ଥାଆନ୍ତି । ଏପଟେ ପ୍ରଧାନଶିକ୍ଷକମାନଙ୍କୁ ମଧ୍ୟ ପୂର୍ଣ୍ଣ ସଚେତନତା କରାଉଥାଆନ୍ତି । ପ୍ରକୃତ କଥା, ଏ ପଦକ୍ଷେପ କେତେ ମହତ ସିନା । ଶିକ୍ଷା ସଚିବଙ୍କ ଏପରି ପଦକ୍ଷେପ, ଏହାର ନିରାକରଣ ତା ପାଇଁ ଯେଉଁ ସଚେତନ କାର୍ଯ୍ୟକ୍ରମ ଯେ କୌଣସି ଶିକ୍ଷକ କିମ୍ବା ଜନତା ପ୍ରଶଂସା ନ କରି ଆଦୌ ରହିପାରିବ ନାହିଁ । କାରଣ ”ଶରୀର ସୁସ୍ଥ ହିଁ ରୋଗରୁ ମୁକ୍ତି” । ତେଣୁ ରୋଗରୁ ମୁକ୍ତି ପାଇଁ ସଫା ସୁତୁରା ହେବା ପ୍ରତ୍ୟେକଙ୍କର ବଡ ଦାୟିତ୍ୱ । ସେ ବିଦ୍ୟାଳୟରୁ ପିଲାମାନେ ଶୃଙ୍ଖଳା, ଶିକ୍ଷା, ସହଯୋଗ, ସହାନୁଭୂତି, ସେବା ପରାୟଣତା, ପ୍ରତିଭା, କାର୍ଯ୍ୟଧାରା ଇତ୍ୟାଦି ଉତ୍ତମ ଭାବରେ ଶିଖିବା ପାଇଁ ଶିକ୍ଷକମାନଙ୍କୁ ତାଲିମ୍ ଦିଆଯାଉଛି । ଉଚ୍ଚପଦସ୍ଥ କର୍ମଚାରୀମାନଙ୍କ ଉତ୍ତମ ସହଯୋଗ ”ସର୍ବଶିକ୍ଷା କାର୍ଯ୍ୟକ୍ରମ”ର ଧାରାକୁ ସୁସଂହତି କରି ପ୍ରଗତି ସ୍ରୋତରେ ବୋହିନେଉଛି ।

ସେ ବିଦ୍ୟାଳୟଟି ଥାଏ ଗାଆଁର ଶେଷ ମୁଣ୍ଡରେ । ତାର ନାଁଟି ପାଟେଣି ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ସେଠାରେ ମନ୍ଦିରଟିଏ ଦୁଇବର୍ଷ ହେଲା ନିର୍ମିତ ହୋଇଛି । ତାହା ଜଗନ୍ନାଥ ମନ୍ଦିର । ସେଠାକାର ନନା ଅତି ଉତ୍ତମ ଓ ଶିକ୍ଷିତ ଲୋକ । ସେ ଗାଁ ଟିରେ ମଧ୍ୟ ଉଚ୍ଚ ଶିକ୍ଷିତ ବ୍ୟକ୍ତିମାନେ ବାସ କରନ୍ତି । ସୁନାମ ଧନ୍ୟ ଭାଗିରଥି ଦାସ, ଯେ କି ଜଣେ ବଡ ଔପନ୍ୟାସିକ ଆଠ ଶହ ବହିର ନିର୍ମାତା ଏବଂ ବାଣୀପୁତ୍ର ଭାବେ ସେ ନାମିତ, ତାଙ୍କ ଘର ମଧ୍ୟ ଏହି ପାଟେଣି ଗାଁରେ । ସେଠାକାର ଲୋକମାନେ ଭାରି ପରିଶ୍ରମୀ ଏବଂ ସାହାଯ୍ୟକାରୀ । ତେଣୁ ସେ ବିଦ୍ୟାଳୟଟି ଅତି ଶାନ୍ତି ଓ ଶୃଙ୍ଖଳା ମଧ୍ୟରେ ତାର ସମସ୍ତ କାର୍ଯ୍ୟଧାରା ଚଳାଇଥାଏ । ସେହି ବିଦ୍ୟାଳୟର ପ୍ରଧାନଶିକ୍ଷକ ଭ୍ରମରବର ମୁଦୁଲି ଜଣେ ଦେବୋପମ ଲୋକ । ସେ ଅତ୍ୟନ୍ତ ମିଷ୍ଟଭାଷୀ ଏବଂ ଛାତ୍ର ବତ୍ସଳଭାବେ ପରିଚିତ । ସରକାରୀ ସ୍ତରରୁ ଆଗତ ପ୍ରତ୍ୟେକ କାର୍ଯ୍ୟକୁ ସେ ଠିକ୍ ଠିକ୍ ଭାବେ କରିଥାଆନ୍ତି । ସେଥିପାଇଁ ସେଠାକାର ଗ୍ରାମବାସୀମାନେ ତାଙ୍କୁ ବହୁ ସମ୍ମାନ ଦିଅନ୍ତି ଓ ଭଲ ବି ପାଆନ୍ତି ।

ସେ ବିଦ୍ୟାଳୟକୁ ଲାଗି ହାଇସ୍କୁଲ୍ ଏବଂ ବଟ ଗୋସାଇଁଙ୍କ ମନ୍ଦିର । ବିରାଟ ଏକ ବରଗଛ, ଓହଳ ଓରରେ ଲମ୍ବାଇ ବଢିଯାଇଛି । ଚାରିଆଡକୁ ବି ତାର ଛାୟା ବିସ୍ତାରିତ ହୋଇଅଛି । ସମସ୍ତେ ସେଠାରେ ଖରାଦିନେ ବସିବାକୁ ଖୁବ୍ ଭଲ ପାଆନ୍ତି । ସେହି ମନ୍ଦିରର ଗୋଟିଏ ପଟରେ ବରଗଛକୁ ଲାଗି ଦୁଇଟି ବଡ ଗାତ ଥାଏ । ନାଗ ଓ ନାଗୁଣୀ ଦୁଇଟି ସେଠାରେ ବାସ କରନ୍ତି । ଦେବତା ଠାକୁର ବୋଲି ସମସ୍ତେ ତାଙ୍କୁ ଦେଖି ଲମ୍ବ ହୋଇ ପ୍ରଣାମ କରନ୍ତି । କ୍ଷୀର ତାଟିଆରେ ରଖନ୍ତି ସାପ ଦୁଇଟି ସେହି କ୍ଷୀରକୁ ପିଇସାରି ଗାତ ଭିତରେ ରହନ୍ତି ।

ଦିନେ ରାତିରେ ଗୋଟିଏ ଝିଅ, ତାର ନାମ ଶାନ୍ତିପ୍ରିୟା, ସେହି ପାଟେଣୀ ଗାଁରେ ସେ ପଢୁଥାଏ । ଥରେ ସେ ସ୍ୱପ୍ନ ଦେଖିଲା ଯେ, ନାଗ ଓ ନାଗୁଣୀ ତାଙ୍କ ବିଦ୍ୟାଳୟ ଚାରିପଟେ ବୁଲୁଛନ୍ତି, କିନ୍ତୁ ସାପ ରୂପରେ ନୁହେଁ । ଅତି ସୁନ୍ଦର ରୂପଯୁକ୍ତ ଯୁବକ ଓ ଯୁବତୀ ଭାବରେ । ସେମାନଙ୍କର ମୁଣ୍ଡରେ ସାପର ଫଣା ରହିଛି । ଏଣେ ସେମାନେ ବିଦ୍ୟାଳୟ ଭିତରକୁ ଆସି ପ୍ରଧାନ ଶିକ୍ଷକ ଭ୍ରମର ବାବୁଙ୍କୁ କହୁଛନ୍ତି ତୁମେ ଜଣେ ଭଲ ମଣିଷ । ବିଦ୍ୟାଳୟକୁ ଉତ୍ତମ ଭାବରେ ପରିଚାଳନା କରୁଥିବାରୁ ତୁମକୁ ସମସ୍ତେ ଭଲ ପାଉଛନ୍ତି । ପ୍ରତି ଶନିବାର ଦିନ ପ୍ରତିଭା ପାଇଁ ଯେଉଁ କାର୍ଯ୍ୟକ୍ରମ କରୁଛ, ଆମେ ପବନ ସ୍ୱରୂପୀ ହୋଇ ସେସବୁ ଦେଖିପାରୁଛୁ । ମୋତେ ଏସବୁ ଅତି ଭଲ ଲାଗୁଛି । ଶାନ୍ତିପ୍ରିୟା ତ ଏସବୁ ସ୍ୱପ୍ନରେ ଦେଖୁଥାଏ । ହଠାତ୍ ପ୍ରଧାନଶିକ୍ଷକ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ତୁମେମାନେ କିଏ ମୁଁ ତ ଚିହ୍ନିପାରୁନି, ମୋତେ ନିଜ ନିଜର ପରିଚୟ ଦିଅନ୍ତୁ ।

ତହୁଁ ସେମାନେ କହିଲେ –

”ଆମେ ମରତର ନାଗ ଓ ନାଗୁଣୀ,

ନାଗୁଣୀ – ନାଗୁଣୀ ମୁଁ ଅଟେ ମର୍ତ୍ତ୍ୟ ପରୀରାଣୀ!

ନାଗ – ଈଶ୍ୱର ପ୍ରେରିତ ଦୂତ ମୁହିଁ ନାଗ,

ନାଗରାଜା ସିନା, ନାହିଁ ମୋର ରାଗ ।

ରହି ଆସିଲୁଣି ବହୁ ବର୍ଷ ଧରି,

ଏ ପରିବେଶକୁ ଛାଡିବୁ କିପରି ।

ଅତି ସୁନ୍ଦରିଆ ଜାଗା ଏହି ସ୍ଥାନ,

ଛାତ୍ରଛାତ୍ରୀମାନେ ଅତି ଭାଗ୍ୟବାନ ।

ଠିକ୍ ସମୟରେ ଠିକ୍ କାମ ହୁଏ,

ଆଦର୍ଶ ସ୍କୁଲ୍ ଗାଆଁ ସାରା କୁହେ ।”

ଏହି ସମୟରେ ହଠାତ୍ ଶାନ୍ତିପ୍ରିୟାର ନିଦ ଭାଙ୍ଗିଗଲା । ତାପରେ ସେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲା । ଏପରି ସ୍ୱପ୍ନ ସେ କାହିଁକି ଦେଖିଲା ବୋଲି ଭାବିଲା । ନିଶ୍ଚୟ କାଲି ବିଦ୍ୟାଳୟରେ ତାର ଶ୍ରେଣୀ ଶିକ୍ଷୟତ୍ରୀଙ୍କୁ ସେ ଏସବୁ କହିବ ଓ ପ୍ରଧାନ ଶିକ୍ଷକଙ୍କୁ ମଧ୍ୟ କହିବ ।

ରାତି ପାହିଲା । ନିଜର ସମସ୍ତ ନିତ୍ୟକର୍ମ ସାରି ଶାନ୍ତିପ୍ରିୟା ତା ବିଦ୍ୟାଳୟକୁ ଗଲା । ସେଠାରେ ସେ ଯାହା ଦେଖିଲା ଆଶ୍ଚର୍ଯ୍ୟ ନ ହୋଇ ରହିପାରିଲା ନାହିଁ । ଉଚ୍ଚକୋଟୀର ଜଣେ ମହିଳା ମହାଶୟା ଏବଂ ଚାରିପାଂଚ ଜଣ ଅଫିସର ସେହି ବିଦ୍ୟାଳୟର ଅଫିସ୍ ଘରେ ବସିଛନ୍ତି । ଶାନ୍ତିକୁ ଦେଖି ସେମାନେ କହିଲେ, ତୁମେ ଝିଅ ପ୍ରାର୍ଥନା ପରେ ଆସିଛ! ଆଉ କେବେ ଡେରି କରିବ ନାହିଁ ।

ଶାନ୍ତି ସେମାନଙ୍କୁ ନମସ୍କାର କରି ଜାଣିଲା ଯେ, ଏମାନେ ବିଦ୍ୟାଳୟ ପରିଦର୍ଶନରେ ଆସିଛନ୍ତି । ସେମାନେ ସେଠାରୁ ଉଠି ରୋଷେଇ ଘରର ରୋଷେୟାଙ୍କୁ କହୁଥାଆନ୍ତି, ତୁମେ ସାବୁନରେ ହାତ ଧୋଇ ରୋଷେଇ କାମ କରୁଛ ତ? ପରିଷ୍କାର ପରିଚ୍ଛନ୍ନ ଭାବେ ରୋଷେଇ କର । ଯେମିତି ପିଲାମାନଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ରୋଗ ବି ମୁକ୍ତ ହେବ । ବିଦ୍ୟାଳୟ ପରିଦର୍ଶନ କରି ଆଗନ୍ତୁକ କାର୍ରେ ବସି ଚାଲିଗଲେ । ପ୍ରଧାନଶିକ୍ଷକ ତାଙ୍କୁ ଗେଟ୍ ପାଖରେ ଛାଡି ବିଦ୍ୟାଳୟକୁ ଆସିଲେ । ପ୍ରତ୍ୟେକ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ସେ କହିଲେ, ଆମେ ଉତ୍ତମ କାର୍ଯ୍ୟ କରୁଥିବାରୁ ଶିକ୍ଷା ସଚିବ ମହାଶୟା ଆମ ବିଦ୍ୟାଳୟକୁ ବହୁ ପ୍ରଶଂସା କରିଲେ । ଏମିତିକି ଆମ ବିଦ୍ୟାଳୟ ଉପରେ ବି ସେ ବହୁତ ଖୁସି ହୋଇଛନ୍ତି ।

ଶ୍ରେଣୀରେ ପହଁଚି ଶାନ୍ତିପ୍ରିୟା ତାର ଶ୍ରେଣୀ ଶିକ୍ଷୟତ୍ରୀଙ୍କ ଆଗରେ ସବୁ କଥା ଗୋଟି ଗୋଟି କରି କହିଲା, ଆଉ ଗୋଟିଏ ପିରିଅଡ୍ ପରେ ସେ ପ୍ରଧାନଶିକ୍ଷକଙ୍କୁ କହିଥିଲା । ସେମାନଙ୍କର ଏଭଳି ଖୁସି ଦେଖି ଶାନ୍ତି ଜାଣିଲା ଯେ, ପ୍ରକୃତରେ ଏଥିରେ କିଛି ରହସ୍ୟ ରହିଛି । କାହିଁ ସେମାନେ ତ କିଛି କରୁ ନାହାଁନ୍ତି । କିଛିଟା କଥା ବିଦ୍ୟାଳୟରେ ପ୍ରତିଫଳିତ ହୋଇଗଲା । ଏସବୁ ଦେଖି ଶାନ୍ତିପ୍ରିୟା ମର୍ମେ ମର୍ମେ ଅନୁଭବ କଲା । ସେ ନାଗ ନାଗୁଣୀ ଦୁଇଜଣ ସତରେ କ’ଣ ମର୍ତ୍ତ୍ୟର ପରୀ ଏବଂ ଈଶ୍ୱରଙ୍କ ପ୍ରେରିତ ଦୂତ । ଆଗତ ଘଟଣା ଏପରି ଘଟିବ ବୋଲି ସେମାନେ ତାକୁ କ’ଣ ସ୍ୱପ୍ନାଦେଶ କରିଥିଲେ କି?

ଏହି ଘଟଣା ସ୍ୱପ୍ନରେ ଦେଖିଲା ପରେ ରାତି ପାହିଲା ବେଳକୁ ଶାନ୍ତିକୁ ଜଣାପଡୁଥିଲା, କିଛି ଗୋଟାଏ ନିଶ୍ଚୟ ଘଟିବ ।

ତାପରେ ଶାନ୍ତି ମନ୍ଦିର ନନାଙ୍କୁ ଏହି କଥା କହିଲା, ସେ ନନାଙ୍କର ତ ବହୁ ଜ୍ଞାନ ଅଛି ଏ ସବୁ ଘଟଣାରେ । ତେଣୁ ସେ କହିଲେ, ନାଗ ନାଗୁଣୀ ଦୁଇଜଣ ନିଶ୍ଚୟ ମର୍ତ୍ତ୍ୟର ପରୀରାଣୀ ଓ ପ୍ରେରିତ ଦୂତ ।

ମୁଁ ମଧ୍ୟ ସ୍ୱପ୍ନ ଦେଖିଥିଲି । ତେଣୁ ତୋ କଥାକୁ ମୁଁ ବିଶ୍ୱାସ କରୁଛି । ମୋତେ ଅତି ସୁନ୍ଦରିଆ ରୂପରେ ଫଣା ଥିବା ରୂପ ସ୍ୱପ୍ନରେ ଦେଖା ହୋଇଥିଲା । ସେ ବିଦ୍ୟାଳୟରେ ସମସ୍ତ କାର୍ଯ୍ୟକୁ ନିରୀକ୍ଷଣ କରୁଛନ୍ତି ବୋଲି ମୋତେ ବି କହୁଥିଲେ । କୌଣସି କାରଣରୁ ଯଦି ସେ କିଛିବି ତ୍ରୁଟି ଦେଖନ୍ତି, ତା ହେଲେ ଯାହାକୁ ହେଲେ ବି ସେ ସ୍ୱପ୍ନାଦେଶ କରୁଛନ୍ତି । ପାହାନ୍ତା ରାତିରେ ରୁଣୁଝୁଣୁ ଶବ୍ଦ ଓ ସୁନ୍ଦର ଗୀତ ମଧ୍ୟ ମୁଁ ଶୁଣିପାରୁଛି । ଦୁହେଁ ବିଦ୍ୟାଳୟର ବାହାର ଚାରିପଟେ ବୁଲୁଛନ୍ତି । କାହାରି କ୍ଷତି ସେମାନେ କେବେବି କରିବେ ନାହିଁ । କିନ୍ତୁ ସେମାନେ ବହୁ ଉପକାର କରୁଛନ୍ତି । ସତର୍କ ଓ ସଚେତନ ମଧ୍ୟ କରୁଛନ୍ତି । ମର୍ତ୍ତ୍ୟର ସେ ପରୀରାଣୀ ନିଶ୍ଚୟ ନାଗୁଣୀଟି । ସେଦିନ ଶାନ୍ତିପ୍ରିୟା ନନାଙ୍କ ଏପରି କଥା ଶୁଣି ଅତ୍ୟଧିକ ଭାବ ବିହ୍ୱଳ ହୋଇପଡିଥିଲା । ତେଣୁ ସେ କେବଳ ଏତିକି କହିଥିଲା –

”ବିଚିତ୍ର ଦୁନିଆ, ବିଚିତ୍ର କଥା

ସ୍ପପ୍ନ ଦର୍ଶନଟି ନୁହେଁ ଅନ୍ୟଥା ।

ମର୍ତ୍ତ୍ୟର ପରୀରାଣୀ ନାଗୁଣୀ ଗୋଟି

ନଇଁ ଯାଏ ମୋର କୁନି ମଥାଟି ।

ପ୍ରଣାମ ଜଣାଇ ଘରକୁ ବାହାରିଲା ଶାନ୍ତିପ୍ରିୟା ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।

Comments

comments

Leave a Reply

Your email address will not be published. Required fields are marked *

Back to top button
X