OdiaWeb- Odia Film, Music, Songs, Videos, SMS, Shayari, Tourism, News

New Odia Short Story Kuprakruti Badaligala

Hello Everyone,

Today we are publishing another odia short story. You can find other small stories in our Odia Short Story portal. In this story the thief had bend in the hermit excellency. He forgive to the hermit to under his feet, & understand his own fault. And he promised that he will not stolen in his life. The thief is changed in the hermit intromission. Read this odia story and share with your friends and family.

                                                           Odia Short Story Kuprakruti Badaligala

ଦିନେ ଆଜୀବନ ଜେଲ ଦଣ୍ଡ ଭୋଗୁଥିବା ଚୋରଟିଏ ଜେଲ୍ ର ପାଚେରି ଡେଇଁ ବାହାରକୁ ଚାଲିଆସିଲା । ହେଲେ ଜେଲ୍ ଜଗୁଆଳିମାନେ କିଛି ଜାଣି ପାରିଲେ ନାହିଁ । ପରେ ଖୋଜାଖୋଜି କରି ବି ପାଇଲେ ନାହିଁ ।

ଏଣେ ଚୋରଟି କ’ଣ କଲାନା, ଧରାପଡିଯିବା ଭୟରେ ଦୌଡିବାକୁ ଲାଗିଲା । ସେ ଦୌଡି ଦୌଡି ହାଲିଆ ହୋଇ ଗଲାଣି, ଚାଲିବାକୁ ଆଉ ବଳ ନାହିଁ । ପୁଣି ଭୋକରେ ପେଟ ଜଳିଲାଣି । ଏକାବେଳକେ ସବୁ ଅସୁବିଧା ମାଡି ଆସିବାରୁ ଉପାୟ ଶୂନ୍ୟ ହୋଇଗଲା ।

ଠିକ୍ ଏତିକିବେଳେ ରାସ୍ତାକଡରେ ଥିବା ଏକ ଗୋଟିକିଆ ଘରଦେଖି ଚୋରଟି ପଶିଗଲା ଭିତରକୁ । ପ୍ରକୃତରେ ସେଇ ଘରଟି ଥିଲା ଜଣେ ଋଷିଙ୍କର ଆଶ୍ରମ ।

ଏବେ ସନ୍ନ୍ୟାସୀ ମହାଶୟ ଲୋକଟିକୁ ଦେଖି ଜଣେ ଖଳ ପ୍ରକୃତିର ଲୋକ ବୋଲି ଠଉରାଇ ନେଲେ । ତଥାପି ସେ ତାଙ୍କର ଆଶ୍ରମରେ ଯେହେତୁ ପହଁଚିଛି ତାଙ୍କୁ ଅତିଥିଭାବରେ ସତ୍କାର କଲେ । ସେ ଭୋକିଲା ଥିବା ଜାଣି ଭୁରି ଭୋଜନ ଦେଲେ । ଖାଇସାରିବା ପରେ ଶେଯ ପାରି ଦେଲେ । ଶୀତ ଦିନ ହୋଇଥିବାରୁ ତାଙ୍କୁ ଜଣେ ଦାତା ଦେଇଥିବା ନୂଆ ଚଦରଟିକୁ ମଧ୍ୟ ଘୋଡେଇ ଦେଲେ । ଏହିଭଳି ଅତିଥି ସେବାକରି ଶେଷରେ ସନ୍ନ୍ୟାସୀ ଶୋଇବାକୁ ଗଲେ ।

ଚୋରର ନିଦ ରାତିର ଶେଷ ପ୍ରହରରେ ଭାଙ୍ଗିଗଲା । ସେ କି ତା’ର ପ୍ରକୃତି ଛାଡେ । ଦେଖିଲା ଆଶ୍ରମରେ ଚୋରି କରିବା ଭଳି କିଛି ଜିନିଷ ନାହିଁ । ସୁତରାଂ ସେ ନୂଆ ଚଦର ଖଣ୍ଡିକ ଧରି ଆଶ୍ରମରୁ ଚମ୍ପଟ ମାରିଲା ।

ଠିକ୍ ଏତିକିବେଳେ ରାସ୍ତାରେ ପହରା ଦେଉଥିବା ପ୍ରହରୀ ହାତରେ ଚୋରଟି ଧରା ପଡିଗଲା । ଯେହେତୁ ଚୋରଟି ଆଶ୍ରମରୁ ଦୌଡି ଆସିଥିଲା, ତେଣୁ ସେଠାରୁ କ’ଣ ଚୋରି କରିଥିବ ବୋଲି ଭାବି ଏବେ ପ୍ରହରୀମାନେ ଚୋରକୁ ଧରି ସନ୍ନ୍ୟାସୀଙ୍କ ପାଖରେ ପହଁଚିଗଲେ ।

ପ୍ରହରୀମାନେ ସନ୍ନ୍ୟାସୀଙ୍କୁ ପଚାରିଲେ, ”ଆପଣ ଏହାକୁ ଆପଣଙ୍କ ଆଶ୍ରମରେ ଆଶ୍ରୟ ଦେଇଥିଲେ କି?”

ସନ୍ନ୍ୟାସୀ ହଁ ଭରିବାରୁ ପ୍ରହରୀ କହିଲେ, ”ଏ ଜଣେ ଚୋର । ଆପଣ ଏହାକୁ ଖୁଆଇ ପିଆଇ ଆଶ୍ରୟ ଦେଇଥିଲେ ସିନା ହେଲେ ସେ ଆପଣଙ୍କର ନୂଆ ଚାଦରଟି ନେଇ ଯାଇ ପଳାଉଥିଲା ।”

ତହୁଁ ସନ୍ନ୍ୟାସୀ କହିଲେ, ”ନାଇଁ ତ, ମୁଁ ତାଙ୍କୁ ଗତରାତିରେ ଆଶ୍ରୟ ଦେଇଛି ସତ, କିନ୍ତୁ ସେ ମୋର ଚାଦର ଚୋରି କରି ନାହାନ୍ତି । ବରଂ ମୁଁ ତାଙ୍କୁ ଦେଇଥିଲି ।”

ସନ୍ନ୍ୟାସୀଙ୍କଠାରୁ ଏଭଳି କଥା ଶୁଣି ପ୍ରହରୀମାନେ ଚୋରକୁ ସେଠାରେ ଛାଡି ଚାଲିଗଲେ । ମାତ୍ର ଆଶ୍ରମରେ ଏକ ଅଚିନ୍ତନୀୟ ଘଟଣା ଘଟିଲା । ସନ୍ନ୍ୟାସୀଙ୍କର ମହାନୁଭବତା ଆଗରେ ଚୋରର ମୁଣ୍ଡ ନଇଁଗଲା । ସେ ତତ୍ କ୍ଷଣାତ୍ ତାଙ୍କର ଗୋଡତଳେ ପଡି ନିଜର ଭୁଲ୍ ପାଇଁ କ୍ଷମା ମାଗିବା ସହିତ ଜୀବନରେ ଆଉ କେବେ ଚୋରି କରିବନାହିଁ ବୋଲି ପ୍ରତିଜ୍ଞା କଲା ।

ସତରେ ସନ୍ନ୍ୟାସୀଙ୍କ ସଂସ୍ପର୍ଶରେ ଆସି ଚୋରର କୁପ୍ରବୃତି ବଦଳିଗଲା ଓ ସେ ଜଣେ ସାଧୁ ବ୍ୟକ୍ତି ପାଲଟି ଯାଇ ସେହି ଆଶ୍ରମରେ ହିଁ ରହିଲା ।

 

Comments

comments