OdiaWeb- Odia Film, Music, Songs, Videos, SMS, Shayari, Tourism, News

New Odia Short Story Kukarmara Bishaphala

Hi Everyone,

How are you doing. You can find other small stories in our Odia Short Story portal.This content about is bad result of sinful act. so that the nature of people makes good or bad in others. you wil enjoy this odia story and will share with your friends and family.

                                                         Odia Short Story Kukarmara Bishaphala

ଗୋଟିଏ ଗାଁରେ ବଟ ଓ ନଟ ଦୁଇଭାଇ ଥିଲେ । ସ୍ୱଭାବରେ ବଟ ଅତ୍ୟନ୍ତ ଶାନ୍ତଶିଷ୍ଟ ଥିଲା, ହେଲେ ନଟ ଥିଲା ବହୁତ ଦୁଷ୍ଟ । ବଟ ଘରକାମରେ ବାପାଙ୍କୁ ସାହାଯ୍ୟ କରେ, ହେଲେ ଅମାନିଆ ନଟ କାହା କଥା ଶୁଣେନି । ଘରେ ବାହାରେ ସବୁଠି ଦୁଷ୍ଟାମୀ କରେ, ଅଯଥାରେ ବୁଲି ବୁଲି ସମୟ ନଷ୍ଟ କରିଦିଏ । ଲୋକମାନେ ନଟର ଏପ୍ରକାର କୁପ୍ରବୃତିକୁ ଘୃଣା କରନ୍ତି ।

ଦୁଇଭାଇ ସାଙ୍ଗ ହୋଇ ଗୋଟିଏ ସ୍କୁଲରେ ପାଠପଢନ୍ତି । ଦିନେ ଗୁରୁଜୀ ଦୁହିଁଙ୍କୁ ଡାକି କହିଲେ, ”ଆଶ୍ରମ ନିକଟରେ ଯେଉଁ ନଦୀ ବହିଯାଇଛି, ସେଠାରେ ଜଣେ ସାଧୁ ତପସ୍ୱୀ ରହୁଛନ୍ତି । ତୁମେ ଦୁଇଜଣଯାକ ପ୍ରତ୍ୟହ ତାଙ୍କ ପାଖକୁ ଯାଇ କିଛି ଶାସ୍ତ୍ରଜ୍ଞାନ ଆହରଣ କର । ତୁମମାନଙ୍କର ସ୍କୁଲପାଠ ସହିତ ଶାସ୍ତ୍ରଜ୍ଞାନ ବି ଲୋଡା ।”

ଏବେ ଗୁରୁଜୀଙ୍କ କଥାରେ ଦୁଇଭାଇ ଚାଲିଲେ ସାଧୁଙ୍କ ଆଶ୍ରମକୁ । ତାଙ୍କୁ ମୁଣ୍ଡିଆ ମାରି ଆସିବାର ଅଭିପ୍ରାୟ ଜଣାଇଲେ ।

ସାଧୁବାବା ଦୁହିଁଙ୍କୁ ପରୀକ୍ଷା କରି ଏବେ ବଟକୁ ଶାସ୍ତ୍ରଜ୍ଞାନ ଶିକ୍ଷା ଲାଗି ଅନୁମତି ଦେଲେ । ମାତ୍ର ନଟକୁ ମନା କରିଦେଲେ ତାର ନଟଖଟିଆ ପ୍ରକୃତି ଲାଗି । ଏହାଦ୍ୱାରା ଶିକ୍ଷକ ନଟକୁ ପିଲାଙ୍କ ଆଗରେ ତିରସ୍କାର କରିବାରୁ ନଟ ଏବେ ସାଧୁଙ୍କ ଉପରେ ଭୀଷଣ ରାଗିଗଲା । ସେ ମନେ ମନେ ଠିକ୍ କଲା ଆଶ୍ରମକୁ ଟେକା ପଥର ମାରି ଭାଙ୍ଗି ଦେଲେ ସାଧୁବାବା ଏଠା ଛାଡି ଚାଲିଯିବେ । ଶିକ୍ଷକ ଆଉ ଶାସ୍ତ୍ରଜ୍ଞାନ ଅଧ୍ୟୟନ ପାଇଁ ପଠାଇବେ ନାହିଁ । ଏହି କଥା ମନରେ ଭାବି ନଟ ସାଧୁଙ୍କ ଆଶ୍ରମକୁ ସାଧୁ ଧ୍ୟାନରେ ବସିଥିଲା ବେଳେ ଟେକା ପଥର ଫିଙ୍ଗିଲା ।

ଆଶ୍ରମକୁ ପ୍ରବଳ ଟେକା ପଥର ମାଡ ହେବାରୁ ଆଶ୍ରମ ଭାଙ୍ଗିଗଲା । ତା’ ସହିତ ସାଧୁବାବାଙ୍କର ଧ୍ୟାନ ବି ଭାଙ୍ଗିଗଲା । ଏବେ ସାଧୁ ବାହାରକୁ ଆସି ଦେଖିଲେ ନଟର ଏ କାମ । ସୁତରାଂ ଭୀଷଣ ରାଗିଯାଇ କମଣ୍ଡଳୁରୁ ମନ୍ତୁରା ଜଳ ନଟ ଉପରକୁ ଫିଙ୍ଗି କହିଲେ, ”ଏବେଠାରୁ ବାରଘଂଟା ଭିତରେ ତୁ ଏକ ଅଚଳ ବୃକ୍ଷ ପାଲଟି ଯାଆ ।”

ପରଦିନ ନଟ ଏକ ବୃକ୍ଷ ପାଲଟିଗଲା । ବଟ ଏହା ଦେଖି ଭାରି ଦୁଃଖିତ ହେଲା । ଭାଇ ମନ ତ ଆଉ କି ସମ୍ଭାଳେ । ସେ ଠିକ୍ କଲା କୌଣସି ପ୍ରକାରେ ସାଧୁବାବାଙ୍କୁ ସନ୍ତୁଷ୍ଟ କରାଇ ଭାଇକୁ ଏଭଳି ବିପଦରୁ ରକ୍ଷା କରିବ ।

ତହୁଁ ସେ ଚାଲିଲା ସାଧୁଙ୍କ ଆଶ୍ରମକୁ । ସେ ମନଦୁଃଖରେ ଆସି ସାଧୁଙ୍କର ଆଶ୍ରମକୁ ସଫାସୁଫି କରି ପରିଷ୍କାର କରିଦେଲା । ପଥର ମାଡରେ ଯେଉଁ ଭଙ୍ଗାରୁଜା ହୋଇଥିଲା ତାକୁ ସଜାଡିଲା । ଆଶ୍ରମର ପୂର୍ବାବସ୍ଥାକୁ ଫେରାଇ ଆଣିଲା । ସେତେବେଳେ ସାଧୁବାବା କୁଆଡେ ବାହାରକୁ ଯାଇଥିଲେ । ସବୁକାମ ଶେଷକରି ବଟ ବାବାଙ୍କ ଫେରିବା ବାଟକୁ ଚାହିଁ ରହିଲା ।

ସଂଧ୍ୟାବେଳକୁ ସାଧୁବାବା ଫେରି ଯାହା ଦେଖିଲେ ନିଜ ଆଖିକୁ ବିଶ୍ୱାସ କରି ପାରିଲେ ନାହିଁ । ବଟ ହାତର ଚମତ୍କାର ଦ୍ୱାରା ଆଶ୍ରମ ପୂର୍ବାପେକ୍ଷା ଅଧିକ ସୁନ୍ଦର ଦେଖାଯାଇ ଝଟକୁଥିଲା । ଏବେ ସାଧୁଙ୍କର ରାଗ ଶାନ୍ତ ହୋଇଗଲା । ସେ ହସି ହସି ବଟକୁ କହିଲେ, ”ବତ୍ସ! ଏବେ ମୁଁ ତୁମ ଆଚରଣରେ ଖୁବ୍ ଖୁସି । କି ବର ମାଗୁଛ ମାଗ?”

ନିଜର ଭାଇ ନଟକୁ ଅଭିଶାପ ମୁକ୍ତ କରିଦେବା ଲାଗି ବଟ ବର ମାଗି ବସିଲା । ହେଲେ ସାଧୁବାବା ଏଥିରେ ରାଜି ହେଲେ ନାହିଁ, ”ତେବେ ମୋତେ ମଧ୍ୟ ସେହି ବୃକ୍ଷ କରି ଦିଅନ୍ତୁ ବୋଲି ବଟ କହିଲା ।”

ଏଥର ସାଧୁବାବା ତଥାସ୍ତୁ କହି ପୁଣି କହିଲେ, ”ତୁମେ ଦୁହେଁ ଆପଣାଆପଣା ସ୍ୱଭାବ ଅନୁସାରେ ଅଲଗା ଅଲଗା ହୋଇଯାଅ ।” ସତକୁ ସତ ନଦୀ କୂଳରେ ଦୁଇଟି ବୃକ୍ଷ ଠିଆ ହୋଇଗଲା । ଗୋଟିକରେ ଫଳିଲା ସ୍ୱାଦିଷ୍ଟ ଫଳ ଯାହାକୁ ଖାଇ ଲୋକମାନେ ଖୁସି ହେଲେ ଓ ଅନ୍ୟଟି ଥିଲା ବିଷଫଳ ଯାହାକୁ ଖାଇ ଲୋକ ମଲେ । ସୁତରାଂ ସେ ଗଛପାଖ କେହି ମାଡିଲେ ନାହିଁ ।

ସୁତରାଂ ମଣିଷର ସ୍ୱଭାବ ହିଁ ତାକୁ ଅନ୍ୟମାନଙ୍କ ପାଖରେ ପ୍ରିୟ ଓ ଅପ୍ରିୟ କରିଦେଇଥାଏ ।

Buy odia novels online from most trusted ecommerce site of Odisha, OdishaShop.

Comments

comments