OdiaWeb- Odia Film, Music, Songs, Videos, SMS, Shayari, Tourism, News

New Odia Short Story Karma hin jibanara manadanda

Hello Everyone,

Today we are publishing another odia short story. You can find other small stories in our Odia Short Story portal. This story is based on a good content. This content is work is criteria of life. It have to known that, It was not a honourable speech that Abhraham Lincoln will get the position of president. He was died in card bullets when he was in president position, It was also very sad incident so, then now his great ideal have been a inspiration for society. you wil enjoy this story and will share with your friends and family.

                                                  Odia Short Story Karma hin jibanara manadanda

ବଡଲୋକଙ୍କର ଜୀବନୀ ପୁସ୍ତକ ପଢି ପ୍ରଭାବିତ ହେଲା ବାଳକ

ଆମେରିକା ରାଷ୍ଟ୍ରପତି ପଦ ଦିନେ ସେ ବାଳକ କରିଲା ଅଳଙ୍କୃତ ।

ସମ୍ଭ୍ରାନ୍ତ ସ୍ୱଚ୍ଛଳ ପରିବାରେ ଜାତ ଆଣେ ନାହିଁ ଜୀବନେ ସାର୍ଥକତା

ସତ୍କର୍ମବଳେ ନିଃସ୍ୱ ମାନବ ବି ହୋଇପାରେ ଦିନେ ଜଗତଜିତା ।

ସମ୍ଭ୍ରାନ୍ତ, ସ୍ୱଚ୍ଛଳ ପରିବାରରେ ଜନ୍ମଗ୍ରହଣ କରିଦେଲେ ଜଣେ କଦାପି ମଧ୍ୟ ବଡ ମଣିଷ ହୋଇପାରେ ନାହିଁ । ଜଣେ ନିଃସ୍ୱ ମଣିଷ ବି ତା’ର ସତ୍କର୍ମ ବଳରେ ଖ୍ୟାତି ଲାଭ କରିପାରେ । ଏହାର ଅନେକ ଦୃଷ୍ଟାନ୍ତ ବଡଲୋକଙ୍କ ଜୀବନରେ ଦେଖିବାକୁ ମିଳେ । ସେଥିରୁ ଗୋଟିଏ ଦୃଷ୍ଟାନ୍ତ ହେଲା ଆବ୍ରାହମ୍ ଲିଙ୍କନ୍ ଙ୍କ ଜୀବନାଦର୍ଶ ।

ଆମେରିକାରୁ ଘୃଣ୍ୟ ଦାସତ୍ୱ ପ୍ରଥାର ବିଲୋପ ପାଇଁ ଲଢେଇ କରି ସଫଳତା ହାସଲ କରିଥିବା ଆବ୍ରାହମ୍ ଲିଙ୍କନ୍ ଅତି ଦରିଦ୍ର ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ପିଲାଟି ଦିନରୁ ଦାରିଦ୍ର୍ୟ କଷଣ ସବୁ ଧୈର୍ଯ୍ୟର ସହିତ ସହିଯିବା ତାଙ୍କର ଜୀବନର ବିଶେଷତ୍ୱ ଥିଲା ।

ଅଭାବୀ ପରିବାରରେ ଜନ୍ମ ଗ୍ରହଣ କରି ଲିଙ୍କନ୍ ସୁଖ କ’ଣ ଜାଣି ନଥିଲେ ସିନା କିନ୍ତୁ ସେ ବେଶ୍ ଦୃଢପ୍ରତିଜ୍ଞ ଥିଲେ । ପିଲାଦିନେ ଲିଙ୍କନଙ୍କୁ ତାଙ୍କ ପରିବାର ପ୍ରତିପୋଷଣ ପାଇଁ କେବେ ନୌକା ଚଳାଇବାକୁ ତ ଆଉ କେବେ କାଠ ବିକ୍ରି କରିବାକୁ ପଡୁଥିଲା । ଜୀବନଯାପନ ଲାଗି ଏଭଳି ଛୋଟ କର୍ମ କରିବାକୁ ସେ କେବେବି ଘୃଣା କରିନଥିଲେ କି ସାମାନ୍ୟ ହତୋତ୍ସାହିତ ମଧ୍ୟ ହୋଇ ନଥିଲେ ।

ପିଲାଟି ଦିନରୁ ଲିଙ୍କନ୍ ମହାପୁରୁଷଙ୍କ ଜୀବନୀ ପୁସ୍ତକ ପଢିବାପାଇଁ ବେଶ୍ ଆଗ୍ରହ ପ୍ରକାଶ କରୁଥିଲେ । ହେଲେ ବହିଖଣ୍ଡିଏ କିଣି ପଢିବା ପାଇଁ ତାଙ୍କ ପକ୍ଷରେ ଆଦୌ ସମ୍ଭବପର ନଥିଲା । ତେଣୁ ସେ ଅନ୍ୟଠାରୁ ମାଗିଆଣି ବହି ପଢୁଥିଲେ ।

ଆବ୍ରାହମ୍ ପିଲାଦିନୁ ଆମେରିକାର ପ୍ରଥମ ରାଷ୍ଟ୍ରପତି ଜର୍ଜ ୱାଶିଂଟନଙ୍କର ଜୀବନଦର୍ଶନ ଦ୍ୱାରା ବେଶ୍ ପ୍ରଭାବିତ ହୋଇଥିଲେ । ସେ ତାଙ୍କ ବିଷୟରେ ଅଳ୍ପ କିଛି ଜାଣିଥିଲେ । ମାତ୍ର ଯେତେବେଳେ ଲିଙ୍କନ୍ ଜାଣିବାକୁ ପାଇଲେ ଯେ, ତାଙ୍କର ଜଣେ ଧନୀ ପଡୋଶୀଙ୍କ ପାଖରେ ୱାଶିଂଟନଙ୍କର ପୂର୍ଣ୍ଣାଙ୍ଗ ଜୀବନୀ ସମ୍ବଳିତ ପୁସ୍ତକଟିଏ ଅଛି, ସେ ତାହାକୁ ପଢିବା ପାଇଁ ମନ ବଳାଇଲେ । ସୁତରାଂ ସେ ତାଙ୍କ ପଡୋଶୀଙ୍କୁ ବହିଟି ପଢିବା ପାଇଁ ମାଗିଲେ ।

ମାତ୍ର ସେ ପଡୋଶୀ ଜଣକ ଲିଙ୍କନଙ୍କ ଭଳି ଜଣେ ଗରିବ ପିଲାକୁ ଏଡେ ସୁନ୍ଦର ମୂଲ୍ୟବାନ ନୂଆ ବହିଟିକୁ ଦେବା ପାଇଁ ଇଚ୍ଛା ପ୍ରକାଶ କଲେ ନାହିଁ । ମାତ୍ର ପିଲାଟିର ପଢିବାକୁ ଥିବା ଆଗ୍ରହ, ନିଷ୍ଠା ତଥା ରୁଚିକୁ ସେ ପଡୋଶୀ ଜଣକ ଆଦୌ ଏଡାଇ ଦେଇ ପାରିନଥିଲେ । ସୁତରାଂ ଖୁବ୍ କମ୍ ଦିନ ଭିତରେ ବହିଟିକୁ ପଢି ଅକ୍ଷତ ଅବସ୍ଥାରେ ଫେରାଇ ଦେବାର ସତର୍କ ସୂଚନା ଦେଇ ସେ ପଡୋଶୀ ଜଣକ ଲିଙ୍କନଙ୍କୁ ଉକ୍ତ ବହିଟି ଦେଇଦେଲେ ।

ପୁସ୍ତକଟି ପାଇ ଲିଙ୍କନ୍ ଖୁବ୍ ଖୁସି ହୋଇଗଲେ । ସେ ଭୋକ ଶୋଷ ଭୁଲି ତାକୁ ଖାଲି ପଢିବାରେ ଲାଗିଲେ । ରାତି ଅଧାରୁ ଅଧିକ ଗଡିଗଲାଣି, ହେଲେ ସେ ଲିଙ୍କନଙ୍କର କିନ୍ତୁ ବହିପଢା ଶେଷ ହୋଇନଥାଏ । ତାଙ୍କୁ ନିଦ ଲାଗିବାରୁ ବହିଟିକୁ ସେ ଝରକା ପାଖରେ ରଖି ଶୋଇପଡିଲେ । ସେଦିନ ପାହାନ୍ତି ପହର ଅଚାନକ ପ୍ରବଳ ବର୍ଷା ତାଙ୍କ ଉପରେ ଦାଉ ସାଧିଲା । ପ୍ରବଳ ବର୍ଷା ଯୋଗୁଁ ତାଙ୍କର ଝୁମ୍ପୁଡି ଘର ଝରକା ଦେଇ ଘରଭିତରକୁ ପାଣି ଛିଟିକା ପଶିଲା । ଲିଙ୍କନଙ୍କର ନିଦ ଭାଙ୍ଗିଲା ବେଳକୁ ସେ ବହିଟି ପବନରେ ଉଡି ତାଙ୍କ ଘରର ମାଟି ଚଟାଣରେ ପଡିଯାଇଛି ଏବଂ ପାଣିରେ ତାହା ସମ୍ପୂର୍ଣ୍ଣ ଭିଜିଯାଇଛି ।

ଠିକ୍ ଏହିସମୟରେ ହଠାତ୍ ଲିଙ୍କନଙ୍କର ନିଦ ଭାଙ୍ଗିଗଲା । ତାଙ୍କର ଅତି ଆଦରର ବହିଟିର ଏଭଳି ଦୟନୀୟ ଅବସ୍ଥା ଦେଖି ସତେ ଯେମିତି ତାଙ୍କର ବୁଦ୍ଧି ହଜିଗଲା । ତା’ପରେ ସେ ମନଦୁଃଖରେ ଭାଙ୍ଗିପଡିଲେ । ସେ କ’ଣ କହି କିଭଳି ଭାବରେ ପଡୋଶୀଙ୍କୁ ବୁଝାଇବେ କିଛି ବି ଚିନ୍ତା କରି ପାରିଲେ ନାହିଁ । ତଥାପି ମଧ୍ୟ ସେ ବ୍ୟଥିତ ମନରେ ପଡୋଶୀଙ୍କୁ କ୍ଷମା ମାଗିନେବା ପାଇଁ ଯାଇ କହିଲେ, ”ମୁଁ ଆପଣଙ୍କଠାରୁ ନେଇଥିବା ବହଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ସେଥିଲାଗି ମୋତେ କ୍ଷମା କରିଦିଅନ୍ତୁ । ମୁଁ ପରିଶ୍ରମ କରି ଆପଣଙ୍କୁ ନୂଆ ବହିଟିଏ ଦେବି । ମାତ୍ର ସେଥିଲାଗି ଅବଶ୍ୟ ଟିକିଏ ଡେରି ହୋଇପାରେ ।”

ଲିଙ୍କନଙ୍କର ଦାରିଦ୍ର୍ୟ ସମ୍ପର୍କରେ ସେ ପଡୋଶୀ ଜଣକ ତ ବହୁ ଆଗରୁ ବେଶ୍ ଭଲ ଭାବରେ ଜାଣିଥିଲେ । ତହୁଁ ସେ ପଚାରିଲେ କିଭଳି ପରିଶ୍ରମ କରି ମୋତେ ପୁସ୍ତକଟି ଫେରାଇ ପାରିବ?

ପଡୋଶୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଲିଙ୍କନ କହିଲେ, ”ସେଥିଲାଗି ଆପଣ ଆଦୌ ଚିନ୍ତା କରନ୍ତୁ ନାହିଁ । ମୋର ମୋ ନିଜ ଶକ୍ତି ଉପରେ ଢେର୍ ଭରସା ଅଛି । କାଲିଠାରୁ ମୁଁ ଆପଣଙ୍କ ଶସ୍ୟକ୍ଷେତ୍ରରେ କାମକରି ସେ ପୁସ୍ତକର ଦୁଇଗୁଣା ଦାମ୍ ଦେଇଦେବି ।”

ବାଳକ ଲିଙ୍କନ୍ଠାରୁ ଏଭଳି ଉତ୍ତର ଶୁଣି ସେ ପଡୋଶୀ ଜଣକ ଅତ୍ୟନ୍ତ ଖୁସି ହୋଇଗଲେ । ଆଉ କହିଲେ, ”ଠିକ୍ ଅଛି । ତୁମେ କାମ କରି ବହିଟିର ମୂଲ୍ୟ ଶୁଝିଦିଅ ଏବଂ ବର୍ଷାଜଳଭିଜା ସେ ବହିଟିକୁ ସଜାଡି ଯତ୍ନସହକାରେ ତୁମେ ତୁମ ପାଖରେ ରଖ ।”

ସତକୁ ସତ ତା’ପରଦିନ ସକାଳୁ ଲିଙ୍କନ ଯାଇ ତାଙ୍କ ପଡୋଶୀ ଲୋକଟିର ଜମିରେ କାମ କଲେ । କଠୋର ପରିଶ୍ରମ କରି ବହିଟିର ମୂଲ୍ୟ ତ ସେ ଶୁଝିଦେଲେ ଆଉ ନଷ୍ଟ ହୋଇଥିବା ସେ ବହିଟିକୁ ନିଜର ସମ୍ପତ୍ତି ଭଳି ତାଙ୍କ ଘରୋଇ ପାଠଗାରରେ ପ୍ରଥମ ପୁସ୍ତକ ସ୍ୱରୂପ ସାଇତି ରଖିଲେ, ଯାହାକୁ କି ସେ ନିଜର ପରିଶ୍ରମ ବଳରେ ହିଁ ପାଇଥିଲେ ।

ଏଇଠି ଜାଣିବାର କଥା ଯେ, ଅତୀତର ସେଇ ନିଃସ୍ୱ ବାଳକଟି ନିଜର ଦୃଢ ଇଚ୍ଛାଶକ୍ତି, କଠୋର ସାଧନା ଓ ନିଷ୍ଠାବଳରେ ଦିନେ ଆମେରିକାର ଲକ୍ଷ ଲକ୍ଷ ନିଗ୍ରୋ କ୍ରିତଦାସଙ୍କର ତ୍ରାଣକର୍ତ୍ତା ପାଲଟି ଯାଇଥିଲେ । ଆମେରିକାରେ ପ୍ରଚଳିତ ଥିବା କଳା ଗୋରା ଭେଦଭାବ ଓ ଦାସତ୍ୱ ପ୍ରଥାର ବିଲୋପ କରି ସେ ଚିରଦିନ ଲାଗି ଅମର ହୋଇ ରହିଯାଇଛନ୍ତି । ଆବ୍ରାହମ୍ ଲିଙ୍କନ୍ ଆମେରିକାର ରାଷ୍ଟ୍ରପତି ପଦ ଅଳଙ୍କୃତ କରିବା ତାଙ୍କ ପାଇଁ କିଛି କମ୍ ବଡ ଗୌରବର କଥା ନଥିଲା । ସେ ରାଷ୍ଟ୍ରପତି ପଦରେ ଥାଇ ଆତତାୟୀ ଗୁଳିରେ ନିହତ ହେବା ଅତି ଦୁଃଖର ବିଷୟ ଥିଲା ସିନା ହେଲେ ତାଙ୍କର ବଳିଷ୍ଠ ଆଦର୍ଶ ମାନବ ସମାଜ ପାଇଁ ପ୍ରେରଣାର ଉତ୍ସ ପାଲଟି ଯାଇଛି ।

Comments

comments