OdiaWeb- Odia Film, Music, Songs, Videos, SMS, Shayari, Tourism, News

New Odia Short Story Buddhira Karamati

Hello Everyone,

Today we are publishing another odia short story. You can find other small stories in our Odia Short Story portal. In this story the image of bright sun-light in the water by the rabbit’s intelligence the elephant eyes are born to see that. They are eyes had became small. After that day they are not found in that place. This happened only the intelligence of the rabbit then they are lived in happy.you wil enjoy this story and will share with your friends and family.

                                                                Odia Short Story buddhira karamati

ଜଙ୍ଗଲରେ ଦଳେ ହାତୀ ଥାଆନ୍ତି । ଗଛର ଡାଳପତ୍ର ଖାଇ ଓ ପାହାଡ ଝରଣାରୁ ପାଣିପିଇ ସେମାନେ ଆନନ୍ଦରେ ଥାଆନ୍ତି । ଜଙ୍ଗଲର ପାଦଦେଶରେ ଏକ ପ୍ରକାଣ୍ଡ ପୋଖରୀ ଥାଏ । ତା’କୂଳ କିଆ ବୁଦା ଭିତରେ ଠେକୁଆମାନେ ବସାବାନ୍ଧି ଥିଲେ ।

ଖରାଦିନେ ଝରଣା ଶୁଖିଯିବାରୁ ହାତୀମାନେ ପାଣି ପିଇବା ପାଇଁ ପୋଖରୀକୁ ଆସିଲେ । ଯେତେବେଳେ ହାତୀପଲ ପୋଖରୀ ଭିତରକୁ ଯାଆନ୍ତି କିଆବୁଦା ଉପରେ ପାଦ ପକାଇ ଗଲାବେଳେ ଅନେକ ଠେକୁଆ ମୃତାହତ ହେଲେ । ହାତୀମାନଙ୍କର ଏହା ନିତିଦିନିଆ ଅଭ୍ୟାସ ପାଲଟିଗଲା । ସୁତରାଂ ଅନ୍ୟ ଠେକୁଆମାନେ ସେ ସ୍ଥାନ ଛାଡି ଅନ୍ୟତ୍ର ଚାଲିଗଲେ ସିନା ଶାନ୍ତିରେ ରହିପାରିଲେ ନାହିଁ ।

ଦିନେ ଠେକୁଆମାନଙ୍କର ଦଳପତି ଏକ ସଭା ଡକାଇଲେ । ସଭାରେ ସବୁ ଠେକୁଆଙ୍କୁ ସମ୍ବୋଧନ କରି କହିଲେ, ”ହେ ମୋର ପ୍ରିୟ ସାଥୀମାନେ, ମୁଁ ଦୁଃଖିତ ଯେ ତୁମ୍ଭମାନଙ୍କର ଦଳପତି ହୋଇ ମଧ୍ୟ କିଛି ସୁରକ୍ଷା ଦେଇପାରିଲି ନାହିଁ । ଏଡେ ବଡବଡ ଜୀବ ସେମାନଙ୍କର ପାଦରେ ଦଳି ଆମ୍ଭମାନଙ୍କର ବସାକୁ ଖିନ୍ ଭିନ୍ କରିଦେଲେ ମଧ୍ୟ ଆମେ କିଛି କରିପାରିଲେ ନାହିଁ ବରଂ ଭୟରେ ଲୁଚି ରହିଛେ । ହେଲେ ଆମେ ଆଉ ଭୟଭୀତ ହୋଇ ରହିଲେ ଚଳିବ ନାହିଁ । ଏହି ବଡ ଜୀବମାନଙ୍କ ଦାଉରୁ ରକ୍ଷା ପାଇବା ପାଇଁ ମୁଁ ଉପାୟ ଚିନ୍ତା କରିଛି । ଏହାକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ହେବ ।”

ଆଉ ଦିନକର କଥା । ଠେକୁଆଙ୍କ ଦଳପତି ଆଉ କେତେ ନେତୃସ୍ଥାନୀୟ ଠେକୁଆଙ୍କୁ ସାଥୀରେ ନେଇ ହାତୀପଲ ପାଖରେ ପହଁଚିଗଲେ । ସେତେବେଳେ ହାତୀପଲ ପୋଖରୀରୁ ପାଣି ପିଉଥାନ୍ତି ।

ତହୁଁ ଠେକୁଆଙ୍କ ଦଳପତି ହାତଯୋଡି କହିଲେ, ”ହେ ମହାନ୍ ଜୀବଗଣ । ଆମ୍ଭେମାନେ ହେଉଛୁ ସୂର୍ଯ୍ୟ ଦେବତାଙ୍କ ଦୂତ । ସେ ଆପଣଙ୍କ ପାଖକୁ ଆମ୍ଭମାନଙ୍କୁ ପଠାଇଛନ୍ତି । ପଠାଇବାର କାରଣ ହେଲା, ଏହି ପୋଖରୀରେ ସୂର୍ଯ୍ୟଦେବତା ପ୍ରତିଦିନ ପାଣି ପିଉଥିଲେ । ଆପଣମାନେ ଯେଉଁଦିନଠାରୁ ପାଣି ପିଇଲେଣି ସେହିଦିନଠାରୁ ଏହାର ଜଳ ଅପବିତ୍ର ହୋଇଯିବାରୁ ସେ ଆଉ ପିଉନାହାନ୍ତି । ତେଣୁ ଅନେକ ଦିନ ଧରି ସୂର୍ଯ୍ୟଦେବ ତୃଷାର୍ତ୍ତ ରହିଲେଣି । ସେ ଯଦି ରାଗିଯିବେ ସବୁ ଅନର୍ଥ ଘଟିବ । ସେ ଆକାଶରେ ଆଉ ଦେଖାଯିବେ ନାହିଁ । ଫଳରେ ଗଛ ପତ୍ର ଆଉ କଅଁଳିବ ନାହିଁ । ଆପଣମାନେ ଖାଇବେ କ’ଣ? ଦିନେହେଲେ ଗଛପତ୍ର ଅମ୍ଳଜାନ ଦେଇ ପାରିବେ ନାହିଁ । ଫଳରେ ସବୁଜୀବ ମରିଯିବେ, ଆପଣମାନେ ବି ଛାଡ ପାଇ ପାରିବେ ନାହିଁ । ଦୟାକରି ଆପଣମାନେ ଏ ସ୍ଥାନ ଛାଡି ଚାଲି ଯାଆନ୍ତୁ ।”

ଏହାଶୁଣି ହାତୀମାନଙ୍କର ଦଳପତି ରାଗିଯାଇ କହିଲେ, ”କାହାନ୍ତି ତୁମର ସୂର୍ଯ୍ୟ ଦେବତା ଆମକୁ ଦେଖାଇପାରିବ?”

ଏବେ ଠେକୁଆମାନଙ୍କର ଦଳପତି ପାଣି ଭିତରେ ସୂର୍ଯ୍ୟଙ୍କର ପ୍ରତିବିମ୍ବକୁ ଦେଖାଇଦେବାରୁ ହାତୀମାନେ ପୋଖରୀ ଜଳକୁ ଚାହିଁରହିଲେ । ସୂର୍ଯ୍ୟଙ୍କ ପ୍ରତିବିମ୍ବର ଉଜ୍ଜ୍ୱଳ ଆଲୋକ ରଶ୍ମି ହାତୀଙ୍କର ଆଖିକୁ ଝଲସାଇ ଦେବାରୁ ସେମାନେ ସମସ୍ତେ ଜଳକା ହୋଇଗଲେ । ସେମାନଙ୍କର ଆଖି ବି ଅତି ଛୋଟ ଛୋଟ ହୋଇଗଲା । ସେମାନଙ୍କୁ ଚାରିଆଡ ଅନ୍ଧାର ଦେଖାଗଲା । ହାତୀମାନେ ଏବେ ସୂର୍ଯ୍ୟଙ୍କ ଶକ୍ତି ଦେଖି ଭୟରେ ସେ ସ୍ଥାନ ଛାଡି କିଏ କୁଆଡେ ଗଲେ ଯେ ସେମାନଙ୍କର ଆଉ ପତ୍ତା ବି ମିଳିଲା ନାହିଁ ।

ଏବେ ଠେକୁଆମାନେ ନିଶ୍ଚିନ୍ତରେ ଖୁସିରେ ରହିଲେ । ଏହା କେବଳ ସେମାନଙ୍କର ବୁଦ୍ଧିବଳର କରାମତି ହିଁ ଥିଲା ।

Comments

comments