OdiaWeb- Odia Film, Music, Songs, Videos, SMS, Shayari, Tourism, News

New Odia Short Story Ati Lobha Karanahi

Hi Everyone,

How are you doing. You can find other small stories in our Odia Short Story portal.This story content is donot much more greedy from this story it’s learn that, what god is giving to everyone, in that he will try to happy. so much greedy is having to sorrowful. you wil enjoy this odia story and will share with your friends and family.

                                                            Odia Short Story Ati Lobh Karanahi

କାମ୍ବୋଡିଆର ଲୋକକଥା । ସୃଷ୍ଟି ସର୍ଜନା ବେଳେ ଈଶ୍ୱର ସମସ୍ତ ପ୍ରାଣୀଙ୍କୁ ଗୋଟିଏ ଲେଖାଏଁ ଜିଭ ଦେଇଥିଲେ । ହେଲେ ମଣିଷକୁ ଜିଭଟିଏ ଦେଇ ନଥିଲେ । ଏହା ଦେଖି ମଣିଷ ଗୁହାରୀ ଜଣାଇବା ପାଇଁ ଈଶ୍ୱରଙ୍କ ନିକଟରେ ପହଁଚିଗଲା ।

ଅଭିଯୋଗ ଶୁଣିଲାପରେ ଈଶ୍ୱର କହିଲେ, ”ମଣିଷ, ତୁ କାହିଁକି ମନ ଦୁଃଖ କରୁଛୁ? ତୋତେ ଜିଭସିନା ଦେଇନି ପ୍ରଖର ବୁଦ୍ଧିତ ଦେଇଛି । ଏଥିପାଇଁ ଏତେ ଚିନ୍ତା କରିବା ଠିକ୍ ନୁହେଁ ।”

ଏକଥା ଲୁଚି ରହି ସୈତାନ୍ ଟିଏ ଶୁଣୁଥିଲା । ଈଶ୍ୱରଙ୍କ କାର୍ଯ୍ୟକୁ ବିଫଳ କରାଇବା ଥିଲା ସୈତାନର ଚିନ୍ତା । ସୁତରାଂ ମଣିଷ ଈଶ୍ୱରଙ୍କ ନିକଟରୁ ନିରାଶ ହୋଇ ଫେରିବା ବେଳେ ସୈତାନ୍ ବାଟରେ ଅଟକାଇ କହିଲା, ”ହେ ମଣିଷ ଭାଇ! ତୁ ଜିଭ ଚାହୁଁଛୁ ନା, ମୁଁ ତୋତେ ଜିଭଟିଏ ଦେବି । ତୁ କାଳେ ଜିଭ ପାଇଲେ ଈଶ୍ୱରଙ୍କ ସହିତ ଯୁକ୍ତିତର୍କ କରି ଟକ୍କର ଦେବୁ, ସେଇଥିପାଇଁ କପଟ କରି ତୋତେ ଜିଭ ଦେଇ ନାହାନ୍ତି । ଏବେ ଈଶ୍ୱରଙ୍କର ଅକଲ ଗୁଡୁମ୍ କରିବା ଚାଲ ।”

ମଣିଷ ଏବେ ସୈତାନ୍ ର ଫନ୍ଦି ଫିକର ଜାଣି ପାରିଲା ନାହିଁ । ସେ ସୈତାନ୍ କଥାରେ ଭଳିଗଲା । ସୈତାନ ତହୁଁ ନିଜ ଆଖିରୁ ଅଗ୍ନି ସୃଷ୍ଟିକରି ସେଥିରୁ ଜିଭଟିଏ ବାହାର କଲା । ତାକୁ ମଣିଷ ପାଟିରେ ଲଗାଇଦେଲା ।

ସେହିଦିନଠାରୁ ମଣିଷ ଜିଭଟିଏ ପାଇ ବେଶ୍ ଖୁସି ହୋଇଗଲା । ଏଥର ମଣିଷ ନିଜର ମନର ଭାବକୁ ଜିଭ ସାହାଯ୍ୟରେ ଅନ୍ୟ ଆଗରେ ପ୍ରକାଶ କରି ପାରିଲା ସିନା ସୈତାନ୍ ପାଲଟିଗଲା । ସୈତାନ୍ କଥାରେ ମଣିଷ ଏବେ ପରିଚାଳିତ ହେଲା । କଥାକଥାକେ ମଣିଷ ମଣିଷ ଭିତରେ ପରସ୍ପର କଥାବାର୍ତ୍ତାରୁ କଳହ ଘଟିଲା, ଶତ୍ରୁତା ବଢି ଚାଲିଲା । ମଣିଷର କଳହ କଳରାବରେ ସାରା ପୃଥିବୀ ଚମକି ଉଠିଲା । ଭୟାବହ ପରିଣତି ସୃଷ୍ଟିହେଲା ।

ଏକଥା ଏବେ ଈଶ୍ୱରଙ୍କୁ ଗଭୀର ଚିନ୍ତାରେ ପକାଇଦେଲା । ହେଲେ ସେ କ’ଣ ବା କରିବେ? ମଣିଷତ ଗୋଟାପଣେ ସୈତାନ୍ ର ଦାସ ପାଲଟିଗଲାଣି ।

ଦିନକର କଥା । ଭଗବାନ ରାତିରେ ଆସି ମଣିଷ ଉପରେ ସ୍ୱର୍ଗରୁ ଆଣିଥିବା ଜଳ ଢାଳିଦେଲେ, ଫଳରେ ତା’ର ଜିଭରେ ନିଆଁର ଯେଉଁ ଜ୍ୱାଳା ଜଳୁଥିଲା ତାହା ହଠାତ୍ ଲିଭିଗଲା । ସକାଳୁ ଉଠି ମଣିଷମାନେ ମିଠା କଥାବାର୍ତ୍ତା ହେଲେ ।

ଏଥର ମଣିଷ ଜାତି ବୁଝିପାରିଲା ନିଜର ଭୁଲ୍ । ସେ ପୁଣି ଈଶ୍ୱରଙ୍କ ନିକଟକୁ ଯାଇ ନିଜ ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା ବି କଲା ।

ତହୁଁ ଭଗବାନ ମଣିଷକୁ କହିଲେ, ”ତୋର ଏ ଜିଭ ହେଉଛି ନିଆଁ । ଏହା ଅକାରଣରେ ଭଲ ସଂପର୍କ ଭିତରେ ନିଆଁ ଲଗେଇ ଦେଇ ବହୁତ କ୍ଷତି ଘଟାଏ । ତେଣୁ ଏହାକୁ ବ୍ୟବହାର କଲାବେଳେ ଅତି ସଂଯତ ହୋଇ ରହିବାକୁ ହେବ ।”

ସେହିଦିନଠାରୁ ମଣିଷ ଜାତି ଭଗବାନଙ୍କ କଥା ମାନି ଚଳିଲା । ଯିଏ କଥା ମାନିଲା ସିଏ ଭଲରେ ରହିଲା, ଆଉ ଯିଏ ନ ମାନିଲା ସମସ୍ତଙ୍କର ଶତ୍ରୁ ପାଲଟିଗଲା ।

ଏହି ଗଳ୍ପରୁ ଶିକ୍ଷାମିଳେ, ଭଗବାନ ଯାହାକୁ ଯାହା ଦେଇଛନ୍ତି ସେତିକିରେ ଖୁସି ହେବା ଦରକାର । ଅଧିକ ଲୋଭ କଲେ କେବଳ ଦୁଃଖ ଭୋଗ ହିଁ ସାରହେବ ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍।

Comments

comments