OdiaWeb- Odia Film, Music, Songs, Videos, SMS, Shayari, Tourism, News

New Odia Short Story Anoobhutiru Asala Gyana Mile

Hello Everyone,

Today we are publishing another odia short story. You can find other small stories in our Odia Short Story portal. This story conternt is knowledge occur from feeling. In this story the teacher was understand to said to madhu & jadu that real education is gain from knowledge & feeling. you wil enjoy this story and will share with your friends and family.

anoobhutiru asala gyana mile

ଗୋଟିଏ ଆଶ୍ରମରେ ଜଣେ ସନ୍ନ୍ୟାସୀ ଓ ତାଙ୍କର ଦୁଇଜଣ ଶିଷ୍ୟ ରହୁଥିଲେ । ଯଦୁ ଓ ମଧୁ ନାମରେ ଶିଷ୍ୟ ଦୁଇଜଣ ସନ୍ନ୍ୟାସୀଙ୍କର ଖୁବ୍ ଆଜ୍ଞାବହଥିଲେ । ଗୁରୁ ଯେଉଁ ଦିନ ଯାହା ଶିକ୍ଷାଦାନ ଦେଉଥାନ୍ତି ଯଦୁ ତାକୁ ମନ ଦେଇ ଶୁଣେ ଓ ତା’ର ଟିପାଖାତାରେ ଟିପି ଦିଏ । ମାତ୍ର ମଧୁ କେବଳ ଶୁଣେ ।

ଯଦୁ ସବୁବେଳେ ମଧୁକୁ କହୁଥାଏ, ”ହଇରେ, ଗୁରୁଙ୍କ କଥା ତୁ କେବେ ମନେ ରଖିବୁ? ତାକୁ ମୋ ଭଳି ଖାତାରେ ଟିପି ରଖିଲେ ସିନା ଦରକାର ବେଳେ କାମରେ ଆସିବ ।

ଦିନକର ଘଟଣା । ଶିଷ୍ୟ ଦୁହିଁଙ୍କୁ ଆଶ୍ରମ ଦାୟିତ୍ୱ ଦେଇ ଗୁରୁ କୌଣସି କାର୍ଯ୍ୟରେ ବାହାରକୁ ଯିବା ପାଇଁ ବାହାରିଲେ । ରାତିରେ ଶୋଇଥିବା ବେଳେ ହଠାତ୍ ଶିଷ୍ୟ ଦୁହେଁ ଶୁଣିଲେ ବାହାରୁ କ’ଣ ଗୋଟିଏ ଶବ୍ଦ ଶୁଣାଯାଉଛି । ଦୁହେଁ ଝରକା ଖୋଲି ଦେଖିଲେ, ଦୁଇଜଣ ଦୁର୍ଦ୍ଧାନ୍ତ ବାହାରପଟୁ କବାଟ ଠକ୍ ଠକ୍ କରୁଛନ୍ତି । ସେମାନେ ବଝିଗଲେ ଯେ, ଏ ଦୁଇ ଜଣ ହେଉଛନ୍ତି ଡକାୟତ ।

ଏବେ ମଧୁ ଯଦୁକୁ କହିଲା, ”ଭାଇ! ମହାସମସ୍ୟା ଆସି ଉପସ୍ଥିତ । ଚାଲ ଆଶ୍ରମ ପଛ ପାଖ କୋଠରିରେ ଲୁଚିଯିବା ।”

ତହୁଁ ଯଦୁ କହିଲା, ”ନା, ନା, ଗୁରୁପରା ଗତକାଲି ଆମକୁ କହିଥିଲେ ସମସ୍ୟାକୁ ଡରି ପଳାଅ ନାହିଁ, ତାର ସମ୍ମୁଖୀନ ହୁଅ । କାରଣ ଏହାକୁ ଡରିଲେ ସେ ତୁମର ପିଛା ଛାଡିବ ନାହିଁ । ଏକଥା କ’ଣ ତୋର ମନେ ନାହିଁ କି? ମୁଁ ପରା ଏହାକୁ ଖାତାରେ ଲେଖି ରଖିଛି, ଦେଖୁନୁ ।” ଏହା କହି ସେ ମଧୁକୁ ତା’ର ଟିପାଖାତାଟି ବଢାଇଦେଲା ।

ଏବେ ମଧୁ ଯଦୁକଥା ନ ଶୁଣି ନିଜେ ଯାଇ ଭିତର ଘରେ ଲୁଚିଗଲା । ହେଲେ ଯଦୁ ସମସ୍ୟାକୁ ସାମ୍ନା କରିବା ପାଇଁ ଅଂଟାଭିଡି ବାହାରିଲା । ସେ ଆଶ୍ରମର କବାଟ ଖୋଲି ଦେବାରୁ ଚୋର ଦୁଇଟି ଘର ଭିତରକୁ ପଶି ଆସିଲେ । ଯଦୁର ବେକକୁ ଜାବୁଡି ଧରି କହିଲେ, ”ବୁଢା କେଉଁଠି କ’ଣ ରଖିଛି କହ, ନଚେତ୍ ତୋତେ ମାରିଦେବୁ ।”

ଏକଥା ଶୁଣି ଯଦୁ ଭୟରେ ଥରିବାକୁ ଲାଗିଲା । ଏବେ ସେ ଭଣ୍ଡାରଘରର ଚାବି ଚୋରକୁ ବଢାଇ ଦେଲା । ସେମାନେ ଘର ଖୋଲି ଦେଖିଲେ, ସେମିତି କିଛି ମୂଲ୍ୟବାନ ଜିନିଷପତ୍ର ଘରେ ନାହିଁ । ମନରେ ଭାବିଲେ ସତକଥା ତ, ଜଣେ ସନ୍ନ୍ୟାସୀ ପାଖରେ କ’ଣ ବା ଥିବ? ତହୁଁ ସେମାନେ ଜିନିଷପତ୍ର ନ ପାଇ ରାଗିଗଲେ ଓ ଯଦୁକୁ ଭୀଷଣ ମାଡଦେଇ ସେଠାରୁ ଚାଲିଗଲେ ।

ଚୋରମାନେ ଚାଲିଗଲା ପରେ ମଧୁ ଲୁଚିଥିବା ସ୍ଥାନରୁ ବାହାରି ଆସି ଯଦୁ ପାଖରେ ପହଁଚିଲା । ଯଦୁ ମାଡଖାଇ ଯନ୍ତ୍ରଣାରେ ଛଟପଟ ହେଉଥାଏ । ସେ ମଧୁକୁ ପାଖରେ ଦେଖି ନୋଟ୍ ଖାତା ବାହାର କରି ଦେଖାଇ କହିଲା, ”ସତରେ ମଧୁ, ଗୁରୁ କହିଥିଲେ ଅନୁଭୂତିରୁ ହିଁ ଅସଲଶିକ୍ଷା ମିଳେ । ଆଜି ମୁଁ ଏହି ଘଟଣାରୁ ଶିଖିଲି ଯେ ଚୋର ଆସିଲା ମାତ୍ରେ ଲୁଚିଯିବ । ନହେଲେ ମାଡ ଖାଇବା ସାର ହେବ ।”

Buy odia novels online from most trusted ecommerce site of Odisha, OdishaShop.

Comments

comments