OdiaWeb- Odia Film, Music, Songs, Videos, SMS, Shayari, Tourism, News

ବନ୍ଧାକୋବି ପକୋଡି

bandhakobi pokada

bandhakobi pokada

ସାମଗ୍ରି:
ଫାଳେ ବନ୍ଧାକୋବି
୧କପ୍ ବେସନ
ଅଧ ଚାମଚ ବେକିଂ ପାଉଡର
ଗୋଟିଏ ପିଆଜ
୮ଟା କଞ୍ଚାଲଙ୍କା
ଦେଢ ସେ.ମି ଅଦା
କିଛି ଧନିଆପତ୍ର
୧ଟେବୁଲ୍ ଚାମଚ ପୋସ୍ତକ ପରିମାଣ ମୁତାବକ ଲୁଣ
ଛାଣିବା ପାଇଁ ତେଲ

ପ୍ରସ୍ତୁତି:
ବନ୍ଧାକୋବି ଖୁବ୍ ପତଳା ଓ ଲମ୍ବା ଚୁନେଇ କାଟି ଦେବେ |ପିଆଜ ବି ସେମିତି ପତଳା ଲମ୍ବା କାଟିବେ |ଲଙ୍କା,ଅଦା କାଟିବେ |ଲୁଣ ଦେଇ ପରିବାକୁ କିଛି ସମୟ ହାତରେ ଚକଟି ନେବେ |ସେଥିରେ ପୋସ୍ତକ,ବେସନ ଓ ଖାଇବା ସୋଡା ଦେଇ ଚକଟି ନେବେ |ସେଥିରେ ପାଣି ଦେବେନି |ହାତରେ ମୁଠା କରି ଧରିବେ |ସେଇ ମୁଠାଟିକୁ ଚାପି ଚାପି ଗରମ ତେଲରେ ଛାଣିବେ |ଏଇ ପକୋଡି ଲମ୍ବା ଲମ୍ବା ଗଇଁଠା ପରି ଛାଣିବେ |ଏହା କମ୍ ନିଆଁରେ ଛାଣିବେ |ଯେପରି ବନ୍ଧାକୋବି ଭଲ ଭାବରେ ସିଝିଥିବ |

Comments

comments