OdiaWeb- Odia Film, Music, Songs, Videos, SMS, Shayari, Tourism, News

ହରଡ ଡାଲି ଖେଚୁଡି

ସାମଗ୍ରୀ:
୧ କପ୍ ହରଡ ଡାଲି
୧ କପ୍ ଅରୁଆ ଚାଉଳ
୨ ଟେବୁଲ ଚାମଚ ଘିଅ
୧ ଟେବୁଲ ଚାମଚ ଜିରା
୪ଟା ତେଜପତ୍ର
୪ଟା ଶୁଖିଲା ଲଙ୍କା
ଅଧ ଚାମଚ ଲଙ୍କାଗୁଣ୍ଡ
ଅଧ ଚାମଚ ହେଙ୍ଗୁ
ପରିମାଣ ମୁତାବକ ଲୁଣ ଓ ହଳଦୀ

ପ୍ରସ୍ତୁତ:
୮କପ୍ ପାଣି ଡେକ୍ ଚିରେ ବସାଇବ ୤ହରଡ ଡାଲି ଅଧା ସିଝି ଆସିଲାବେଳକୁ ଚାଉଳ ପକାଇବ |ଲୁଣ ଓ ହଳଦୀ ପକାଇବ |ତେଜପତ୍ର ପକାଇବ |ଭାତ ଓ ଡାଲି ପୂରା ସିଝିଯିବ |ଖିରି ପରି ଟିକେ ମିଶି ମିଶି ଯିବ,ଏପରି ସମୟରେ ଏହାକୁ ଓହ୍ଲାଇ ନେବେ |ଘିଅ ଗରମ କରି ଲଙ୍କା ଭାଙ୍ଗି ଭାଙ୍ଗି ପକାଇବେ |ଜିରା ଓ ହେଙ୍ଗୁ ପକାଇବେ |ଲଙ୍କାଗୁଣ୍ଡ ପକାଇ ଏହି ଘିଅକୁ ଖେଚୁଡି ଉପରେ ଢାଳିଦେବେ |ଏହା ଗରମ ଗରମ ଖାଇବେ |ଚଟଣୀ ଯେ କୌଣସି ଭଜା କିମ୍ବା ଏହି ବହିରେ ଆଚାର ଥିବା ତିଆରି କରି ତା ସହିତ ଖାଇବେ |

Comments

comments