OdiaWeb- Odia Film, Music, Songs, Videos, SMS, Shayari, Tourism, News

ସୋଲା ଡାଲି ତରକାରୀ

sola dali tarakari

sola dali tarakari

ସାମଗ୍ରୀ:

୨କପ୍ ସୋଳାଡାଲି
ଛୋଟ କଂସାରେ କଂସାଏ ପରିବା କଟା(କଖାରୁ,କଦଳୀ,ଖଡା,ଆଳୁ,ବାଇଗଣ,ବଡି କିମ୍ବା ଘରେ ଯାହା ପରିବା ଥିବ ୤
୬ଟା କଞ୍ଚାଲଙ୍କା
୧ଟା ଶୁଖିଲା ଲଙ୍କା
୧ ଚାମଚ ଫୁଟଣ
ଛୋଟ ଖଣ୍ଡେ ଅଦା
୧ଟେବୁଲ୍ ଚାମଚ ତେଲ
୧ଚାମଚ ଜିରାଗୁଣ୍ଡ
ଦରକାର ମୁତାବକ ଲୁଣ ଓ ହଳଦୀ |

ପ୍ରସ୍ତୁତି:

ଡାଲି କଟା ପରିବା:ଲୁଣ ଓ ହଳଦୀ ଦେଇ ସିଝାଅ |ଡାଲି ଓ ପରିବା ସିଝିଗଲେ ଓହ୍ଲାଇ ରଖ |ସେଥିରେ କଞ୍ଚାଲଙ୍କା ଚିରିକରି ପକାଅ |ତେଲରେ ଲଙ୍କା,ଫୁଟଣ ଦେଇ ଡାଲି ବଘାରି ଦିଅ |ଅଦା ବଟା ଓ ଜିରାଗୁଣ୍ଡ ଦେଇ ଓହ୍ଲାଇ ନିଅ |

Comments

comments