OdiaWeb- Odia Film, Music, Songs, Videos, SMS, Shayari, Tourism, News

ସୋରିଷଦିଆ ଇଲିସି:

Sorishadia ilishi

Sorishadia ilishi

ଉପାଦାନ: ତଟକା ଇଲିସି ମାଛ ୧ କିଲୋ
ସୋରିଷ ୭୫ ଗ୍ରାମ୍
ରସୁଣ ୨ ଟା,ହଳଦୀ ଗୁଣ୍ଡ ୧ ଚାମଚ,ଦହି ୨ ଚାମଚ
ପିଆଜ ୧ ଟା
କଟା ଟୋମାଟୋ ୧
କଞ୍ଚାଲଙ୍କା ୪ଟା,ସୋରିଷ ତେଲ ୨ ଚାମଚ,କଟା ଧନିଆପତ୍ର ଅଳ୍ପ
ଆବଶ୍ୟକ ପରିମାଣର ଲୁଣ

ପ୍ରସ୍ତୁତି:

ପ୍ରଥମେ ମାଛକୁ କାତି ଛଡାଇ ଭଲ ଭାବେ ଧୋଇ ଦିଅନ୍ତୁ |ଏହାପରେ ତାହାକୁ ଖଣ୍ଡେ ଖଣ୍ଡେ କରି କାଟି ଏକ ଡେକ୍‌ଚିରେ ରଖନ୍ତୁ |ସେଥିରେଲୁଣ,ହଳଦୀ,ଦହି,ସୋରିଷ ଓ ରସୁଣ ବଟା ,ପିଆଜ ଓ ଟମାଟୋ କଟା ତାପରେ ସେଥି ଉପରେ ତେଲ ପକାଇ ସିଧାସଳଖ ଧିମା ଆଞ୍ଚରେ ବସାଇ ଦିଅନ୍ତୁ |ସବୁ ଜିନିଷ ପ୍ରାୟ ୧୦ମିନିଟ୍ କଷି ହୋଇଯିବା ପରେ ଦରକାର ଥିଲେ ପାଣିଦେଇ ପୁଣି କିଛି ସମୟ ଫୁଟାନ୍ତୁ |ଜୁକ୍‌ ଜୁକ୍‌ ହୋଇଗଲେ ତଲକୁ ଓହ୍ଲାଇ ଗରମ ଗରମ ଅରୁଆ ଭାତ ସହିତ ପରଷନ୍ତୁ ଓ ଉପରେ ଧନିଆ ପତ୍ର ପକାନ୍ତୁ |

Comments

comments