ସାମଗ୍ରୀ:
(୨ କପ୍ ସୁଜି, ୨ଟା ବଡ଼ ପାଚିଲା କଦଳୀ ଫାଳେ ନଡ଼ିଆ, ୪ଟା ଗୁଜୁରାତି, ଅଧକପ୍ ଘିଅ, ୧ କପ୍ ଚିନି |)
ପ୍ରସ୍ତୁତି : ସୁଜିକୁ ଶୁଖିଲା କଡ଼ାଇରେ ଭାଜିନିଅ । ନଡ଼ିଆ କୋରିନିଅ । ଗୁଜୁରାତି ଗୁଣ୍ଡ କରି ରଖ । ସୁଜି ଥଣ୍ଡା ହୋଇଗଲେ ସେଥିରେ କଦଳୀ, ନଡ଼ିଆ କୋରା, ଘିଅ, ଚିନି ଓ ଗୁଜୁରାତି ଗୁଣ୍ଡ ଦେଇ ଭଲ ଭାବରେ ଚକଟି ରଖ । ପାତ୍ରରେ କଦଳୀ ପତ୍ର ଦେଇ ଘିଅମାରି ଏହି ମିଶ୍ରଣକୁ ଓଭନରେ କିମ୍ବା ଡାଲି ଡେକଚିତରେ ବେକ୍ କରିଦିଅ । ଥଣ୍ଡା ହେଲେ କିସିମିସ୍ ଦେଇ କାଟି ଖାଇବାକୁ ଦେବ ।