OdiaWeb- Odia Film, Music, Songs, Videos, SMS, Shayari, Tourism, News

ସାଦାସିଧା ଖେଚୁଡି

Sadhasoidha khichdi recipe

Sadhasoidha khichdi recipe

ସାମଗ୍ରୀ:
୧ କପ୍ ଅରୁଆ ଚାଉଳ
୧ ଟା ବାଇଗଣ
ଖଣ୍ଡେ ଛୋଟ କଖାରୁ
୩ ସେ.ମି ଅଦା
୬ଟା କଞ୍ଚା ଲଙ୍କା
୨ ଟା ଶୁଖିଲା ଲଙ୍କା
୨ ଟା ତେଜପତ୍ର
୧ ଟେବୁଲ ଚାମଚ ଫୁଟଣ
୨ ଟେବୁଲ ଚାମଚ ତେଲ
ହେଙ୍ଗୁ ଟିକେ ପରିମାଣ ମୁତାବକ ଲୁଣ ଓ ହଳଦୀ

ପ୍ରସ୍ତୁତ:
ଯାହା ପରିବା ଘରେ ଥିବ ସବୁ ପରିବା ପକାଇ ପାରିବେ |ଡାଲି ଓ ଚାଉଳ ମିଶି ୨ କପ୍ ହେଲେ ପରିବା କଟା ଛୋଟ କଂସାରେ କଂସାଏ ଦେବେ |ପ୍ରଥମେ ଡାଲିକୁ ଭଲ ଭାବରେ ଭାଜି ନେବେ |ଭଜା ମୂଗଡାଲି ଓ ଚାଉଳ ମିଶାଇ ଧୋଇ ରଖିବେ |ଗୋଟିଏ ଡେକଚିରେ ୮ କପ୍ ପାଣି ଦେଇ ଲୁଣ ,ହଳଦୀ ଓ ତେଜପତ୍ର ପକାଇବେ |ଡାଲି,ଚାଉଳ ଧୋଇ ସେଥିରେ ପକାଇବେ |ଡାଲି, ଚାଉଳ ଅଧା ସିଝିଲା ବେଳକୁ ସେଥିରେ ପରିବା ପକାଇବେ |ପରିବା ସିଝି ସିଝି ସେଥିରେ ମିଶିଯିବ |ସେଥିରେ ଅଦାଛେଚା ଓ କଞ୍ଚାଲଙ୍କା ଚିରି ପକାଇବେ |ଏହା ଖିରି ପରି ପାଣିଆ ଥିବ ଓ ଓହ୍ଲାଇ ନେବେ |କଡାଇରେ ତେଲ ଗରମ କରି ସେଥିରେ ଲଙ୍କା,ଫୁଟଣ ଓ ହେଙ୍ଗୁ ଫୁଟାଇ ଖେଚଡି ଉପରେ ଢାଳିବେ|ଏହାକୁ ପ୍ରେସର କୁକ୍ ରେ କରିପାରନ୍ତି |କୁକର ରେ କଲେ ପରିବା ଟିକେ ବଡ ବଡ ଖଣ୍ଡ କରି କାଟି ଏକା ସାଙ୍ଗରେ ପକାଇବେ |କୁକର ରେ ପାଣି ୨ କପ୍ ଦେଲେ ହେବ |ଇଚ୍ଛାହେଲେ ଖେଚୁଡି ଉପରେ ଘିଅ ପକାଇ ଖାଇପାରନ୍ତି |ଏହି ଖେଚୁଡି ଗରମ ଗରମ ଖାଇବେ |

Comments

comments