ଉପାଦାନ: ଅଧ କି.ଗ୍ରା ଖାସି ମାଂସ ,ପିଆଜ ଚାରୋଟି,ସୋରିଷ ତେଲ-୪ ଟେବୁଲ୍ ଚାମଚ,କର୍ଣ୍ଣ ଫ୍ଲୋର୍ -୧ ଚାମଚ ,ଭିନେଗାର-୧ ଟେବୁଲ୍ ଚାମଚ,ସୋୟା ସସ୍- ୧ ଟେବୁଲ୍ ଚାମୁଚ,ଚିଲି ଟମାଟୋ ସସ୍-୧ ଟେବୁଲ୍ ଚାମଚ୍ୱ,ମହୁ ୧ ଚାମଚ,୧୦ କୋଲା ରସୁଣ,ଅଦା ଇଞ୍ଚେ,ଲବଙ୍ଗ କଟା,ଜିରା ,ଧନିଆ,ଗୋଲମରିଚ,ଅଳେଇଚ-୧ ଟା, ଛୋଟ ଖଣ୍ଡେ ଡାଲଚିନି ,ସାମାନ୍ୟ ଜାଇ ଫଳଗୁଣ୍ଡ,ହଳଦୀ ଗୁଣ୍ଡ ୧ ଚାମଚ
ପ୍ରସ୍ତୁତ:
ପ୍ରଥମେ ମାଂସରେ ଭିନେଗାର,ମହୁ ,ସସ୍ କୁ ଭଲଭାବେ ଗୋଳାଇ ଅଧଘଣ୍ଟା ରଖି ଦିଅନ୍ତୁ |ଏହାପରେ ମାଂସକୁ ପ୍ରେସରେ ବସାଇ ଅଧ ଘଣ୍ଟା ସିଝାନ୍ତୁ |ମାଂସ ସିଝିବା ପରେ ପିଆଜକୁ ପତଳା ପତଳା କାଟି ପ୍ୟାନ୍ ରେ ତେଲ ଗରମ କରି ଭାଜନ୍ତୁ |ପିଆଜ ଲାଲ୍ ହୋଇଗଲେ ସିଝା ମାଂସକୁ ସେଥିରେ ପକାଇ ପାଣି ମରିବା ଯାଏ ଚୁଳିରେ ବସାନ୍ତୁ |କର୍ଣ୍ଣଫ୍ଲୋର୍ କୁ ଅଳ୍ପ ପାଣିରେ ଗୋଳାଇ ଏଥିରେ ମିଶାଇ ଦିଅନ୍ତୁ |ମାଂସରେ ରଙ୍ଗ ଲାଲ୍ ହୋଇଆସିଲେ ରସୁଣ ,ଅଦା,ଲବଙ୍ଗ,ଜିରା,ଧନିଆ,ଗୋଲମରିଚ,ଡାଲଚିନି,ଅଳେଇଚ,ଜାଇଫଳକୁ ଭଲଭାବରେ ବାଟି ଏଥିରେ ମିଶାଇ ଦିଅନ୍ତୁ | ହଳଦୀ ଆବଶ୍ୟକ ପରିମାଣରେ ଲୁଣ ଦେଇ ଏହାକୁ କଷନ୍ତୁ ,ଯେପରିକି ମାଂସ ଖଣ୍ଡରେ ଏସବୁ ମସଲା ଭଲଭାବେ ଭେଦିଯିବ |ଏବେ ସସ୍ ମଟନ୍ ପ୍ରସ୍ତୁତ |
Comments
comments