ସାମଗ୍ରୀ:
୫୦୦ଗ୍ରାମ୍ ଶିମ
୧ଟା ପିଆଜ
ଟିକେ ଅଦା
୪ପାଖୁଡା ରସୁଣ
୪ଟା ଲଙ୍କା
୧ ଚେବୁଲ୍ ଚାମଚ ତେଲ
ଦରକାର ମୁତାବକ ଲୁଣ ଓ ହଳଦୀ
ପ୍ରସ୍ତୁତି:
ଶିମ ୩ସେ.ମି. ସାଇଜର କାଟି ରଖ ,ପିଆଜ ,ଅଦା,ରସୁଣ ଓ ଲଙ୍କା ଚିକ୍କଣ କରି ବାଟ |କଡାଇରେ ତେଲ ଦେଇ ଶିମ ପକାଅ |ଲୁଣ ଓ ହଳଦୀ ଦେଇ ଢାଙ୍କୁଣୀ ଦେଇ ଦିଅ |ଶିମ ଅଧା ସିଝି ଆସିଲେ ସେଥିରେ ମସଲା ବଟା ଦେଇ ଭାଜ |ଭାଜି ଭାଜି ବାଦାମୀ ରଙ୍ଗ ହୋଇ ଆସିଲେ ଏହାକୁ ଓହ୍ଲାଇ ଦିଅ |