ସାମଗ୍ରୀ:
୧କିଲୋଗ୍ରାମ୍ ଲାଉ
୨ଟା ଆଳୁ
୬ଟା ବଡି
୨ଟା ଟମାଟୋ
୨ ଚାମଚ ସୋରିଷ
୬ପାଖୁଡା ରସୁଣ
୪ଟା ଲାଲ ଲଙ୍କା
୩ଟେବୁଲ୍ ଚାମଚ ତେଲ
୧ଚାମଚ ଫୁଟଣ
ଦରକାର ମୁତାବକ ଲୁଣ ଓ ହଳଦୀ
ପ୍ରସ୍ତୁତ:
ବଡି ଭାଜି ଦେଇ ଅଧା ଭଙ୍ଗା କରି ରଖିବ |ଲାଉ ଛୋଟ ଛୋଟ କାଟିବ |ଆଳୁ ଚୋପା ଛଡାଇ ଛୋଟ ଛୋଟ କାଟିବ |ଟମାଟୋ କାଟି ରଖିବ |ସୋରିଷ ,ରସୁଣ ଲଙ୍କା ଚିକ୍କଣ କରି ବାଟିବ |କଡାଇରେ ତେଲ ଦେଇ ଫୁଟଣ ଫୁଟାଅ |ଫୁଟଣ ଫୁଟିଲେ ଲାଉ ଆଳୁକଟା ଦେଇ ଲୁଣ ,ହଳଦି ପକାଇ ଢାଙ୍କୁଣୀ ଦେଇ ଦିଅ |ଆଳୁ ଶୁଖି ଆସିଲେ ବଡି ଭଙ୍ଗା ଦେଇ ତରକାରି ଓହ୍ଲାଇ ଦିଅ |ଧନିଆପତ୍ର ଥିଲେ ଚୂନା ଚୂନା କରି କାଟି ସେଥିରେ ପକାଇବ |