OdiaWeb- Odia Film, Music, Songs, Videos, SMS, Shayari, Tourism, News

ମାଲପୁଆ

malpua

malpua

ଉପାଦାନ: ଅମୁଲ ୧୫୦ ଗ୍ରାମ୍‌, ସୁଜି ୧ ବଡ଼ ଚାମଚ, ଚିନି ୫୦୦ ପାଣି ଅଧଲିଟର, ଡାଲ୍ଡା ଘିଅ ୨ ୫୦ ଗ୍ରାମ୍‌, ଗୋଲମରିଚ ଗୁଣ୍ଡ ଆବଶ୍ୟକତା ଅନୁସାରେ, ମଇଦା ୫୦ ଗ୍ରାମ୍‌ ।

ପ୍ରସ୍ତୁତି: ପ୍ରଥମେ ଏକ ପାତ୍ରରେ ମଇଦା, ଅମୁଲ ଓ ସୁଜିକୁ ଅଳ୍ପ ପାଣିରେ ଗୋଳାଇ ରଖନ୍ତୁ । ଏଥିରେ ଗୋଲମରିଚର ଗୁଣ୍ଡ ମିଶାଇ ଦିଅନ୍ତୁ । ଏହା ପରେ ଏକ କଡ଼ାରେ ଘିଅକୁ ଗରମ କରନ୍ତୁ । ଘିଅ ଗରମ ହେଲା ପରେ ଧିମା ଆଞ୍ଚରେ ରଖି ଏକ ଚାମଚରେ ମିଶ୍ରଣରୁ ଏକ ଚାମଚ ପକାଇ ଛାଣନ୍ତୁ । ଦୁଇପଟ ଯାକ ବାଦାମୀ ହାଉଆସିଲେ ଏହାକୁ ପାତ୍ରରୁ କାଢ଼ନ୍ତୁ । ପୂର୍ବରୁ ଅନ୍ଯ ଏକ ପାତ୍ରରେ ଚିନିର ପତଳା ସିରା ପ୍ରସ୍ତୁତ କରି ରଖିଥିବେ । କଡ଼ାରୁ ମାଲପୁଆ କାଢ଼ି ଏହି ସିରାରେ ପକାନ୍ତୁ । ରସ ପିଇଗଲା ପରେ ପାତ୍ରରୁ ମାଲପୁଆଗୁଡ଼ିକୁ ଅନ୍ୟ ଏକ ପାତ୍ରକୁ କାଢ଼ି ଗରମ ଗରମ ଖାଆନ୍ତୁ ।

Comments

comments