ଆବଶ୍ଯକ: ୫୦୦ ଗ୍ରାମ୍ ହାଡ଼ ନ ଥିବା ଛୋଟ ମାଂସ ଖଣ୍ଡ, ୧ ଚାମଚ ହଳଦୀ ଗୁଣ୍ଡ, ଅଧ ଚାମଚ ଲଙ୍କା ଗୁଣ୍ଡ, ୫ ଗ୍ରାମ୍ ସାହି ଜୀରା, ୫୦୦ ଗ୍ରାମ୍ ତଟକା ଦହି, ୨୦୦ ମିଲି ପାଣି, ୧ ଚାମଚ ଅଦା ବଟା, ୧ ଚାମଟ୍ କରି ପାଉଡ଼ର, ୧୦୦ ଗ୍ରାମ୍ କଟା ପିଆଜ, ଅନ ଧନିଆ ପତ୍ର କଟା ଓ ଲୁଣ |
ପ୍ରସ୍ତୁତି: ମାଂସରେ ଅଧ ଚାମଚ ହଳଦୀ, ଅଧ ଚାମଚ ଲଙ୍କା ଗୁଣ୍ଡ, ସାହି ଜୀରା ଓ ଅଳ୍ପ ଲୁଣ ଦେଇ ଗୋଳାଇ ରଖନ୍ତୁ । ଏହାକୁ ଚେପ୍ଟା ଆକାରଗ ଗୁଳା ଗୁଳା ତିଆରି କରି ଛାଣି ଦିଅନ୍ତୁ ଓ ଅଲଗା ରଖନ୍ତୁ । ପ୍ୟାନ୍ରେ ଦହି ପାଣିକୁ ଢାଳି ଗରମ କରନ୍ତୁ ଓ ସେଥିରେ କରି ପାଉଡ଼ର, ବଳକା ହଳଦୀ ଲଙ୍କା ଗୁଣ୍ଡ, ଅଦା ବଟା ପକାନ୍ତୁ । ପିଆଜକୁ ନାଲି କରି ଭାଜି ସେଥିରେ ମିଶାନ୍ତୁ ଓ ଘାଣ୍ଟନ୍ତୁ । ବହଳିଆ ହୋଇଯିବା ପରେ ସେଥିରେ ଛଣା ମାଂସ ପକାନ୍ତୁ । ପ୍ରାୟ ୩୦ ମିନିଟ୍ ପ୍ୟାନ୍କୁ ଘୋଡ଼ାଇ ଅଳ୍ପ ଆଞ୍ଚ ଦେଇ ଚୁଲିରେ ବସାନ୍ତୁ । ସିଝି ଗଲା ପରେ ଉପରେ କଟା ଧନିଆ ପତ୍ର ସଜାନ୍ତୁ ।