
ସାମଗ୍ରୀ :
ବେସନ – ୧ କପ୍
ସିଝା ଆଳୁ – ୫ଟା
ଧନିଆଗୁଣ୍ଡ – ୧ ଟେବୁଲ ଚାମଚ
ଲଙ୍କାଗୁଣ୍ଡ – ୧/୨ ଚା ଚାମଚ
ଜିରା – ୧/ ୨ ଚା ଚାମଚ
ଟିପେ ଖାଇବା ସୋଡ଼ା
ଟିପେ ହେଙ୍କୁ
କାଗେଜିଲେମ୍ବୁଫାଳେ
ଲୁଣ ପରିମାଣ ଅନୁସାରେ
ଛାଣିବାପାଇଁ ତେଇ
ପ୍ରଣାଳୀ :
ବେସନରେ ଖାଇବା ସୋଡ଼ା, ଲୁଣ ଦେଇ ପାଣି ମିଶାଇ ପିଠଭ ଭଳି ଗୋଳାଇ ରଖ । ଆଳୁସିଝାକୁ ଚୋପା ଛଡ଼ାଇ ଚକଟି ନିଅ । ସେଥିରେ ଲୁଣ, ଲଙ୍କାଗୁଣ୍ଡ, ଜିରାଧନିଆ ଗୁଣ୍ଡ ହେଙ୍ଗୁ ଓ ଲେମ୍ବୁରସ ଦେଇ ଭଲଭାବରେ ଚକଟି ନିଅ । ଆଳୁ ଚକଟାକୁ ଗୋଲ କିମ୍ବା ଚେପ୍ଟା ଭାବରେ ଚପ୍ ଗଢି ରଖ । କରେଇରେ ତେଲ ଗରମ କରି ବେସନ ମିଶ୍ରଣରେ ଚପ୍ସୁଡ଼ିକ୍ ବୁଡ଼ାଇ ବୁଡ଼ାଇ ଛାଣ ।
Comments
comments