OdiaWeb- Odia Film, Music, Songs, Videos, SMS, Shayari, Tourism, News

ବୁଟ ଡାଲି ଓ ପାଳଙ୍ଗ ଶାଗ

buta dali o palanga saga

buta dali o palanga saga

ସାମଗ୍ରୀ:
୫୦୦ଗ୍ରାମ୍ ପାଳଙ୍ଗ ଶାଗ
୧ କପ୍ ଡାଲି
ଫାଳେ ନଡିଆ
୪ ପାଖୁଡା ରସୁଣ
୪ ଟା ଦେଶୀ ପିଆଜ
୬ଟା କଞ୍ଚାଲଙ୍କା
୨ଟା ଶୁଖିଲା ଲଙ୍କା
ଅଧ ଚାମଚ ସୋରିଷ
୨ ଚାମଚ ତେଲ
ଦରକାର ମୁତାବକ ଲୁଣ ଓ ହଳଦୀ

ପ୍ରସ୍ତୁତି :

ବୁଟ ଡାଲି ସିଝା କରି ରଖ |ପାଳଙ୍ଗ ଶାଗ ଛୋଟ ଛୋଟ କାଟି ଲୁଣ ଓ ହଳଦୀ ଦେଇ ଚୂଲି ଉପରେ ରଖ |ଏଥିରେ ଢାଙ୍କୁଣୀ ଦେବେନି |କାରଣ ଶାଗରୁ ବହୁତ ପାଣି ବାହାରିବ |୧ଟା ରସୁଣ ୨ ଟା ପିଆଜ ଛେଚି ରଖ |କଞ୍ଚାଲଙ୍କା କାଟି ଦିଅ |ଶାଗ ସିଝି ଆସିଲା ବେଳକୁ ନଡିଆ କୋରା,କଞ୍ଚାଲଙ୍କା ,ପିଆଜ ରସୁଣ ଛେଚା ଦିଅ |ସିଝା ବୁଟ ଡାଲି ବି ଦିଅ |୨ ମିନିଟ୍ ପରେ ସେସବୁ କାଢି ଦେଇ କଡାଇରେ ତେଲ ଗରମ କରି ଲଙ୍କା ଓ ସୋରିଷ ଫୁଟାଇ ପିଆଜ ଲାଲ୍ କରି ଭାଜ |ଶାଗ ,ବୁଟ ସିଝାକୁ ସେଥିରେ ଦେଇ ଟିକେ ଭାଜି ଓହ୍ଲାଇ ଦିଅ |

Comments

comments