OdiaWeb- Odia Film, Music, Songs, Videos, SMS, Shayari, Tourism, News

ପିତା ଶାଗ

Pita Saga

Pita Saga

ପ୍ରସ୍ତୁତି ସାମଗ୍ରୀ : ୧ ବିଡ଼ା ପିତା ଶାଗ, ୧ଟି ବାଇଗଣ, ଗୋଟିଏ ବଡ଼ ପିଆଜ, ୨ଟି କଞ୍ଚାଲଙ୍କା, ଅଛ ଜିରା, ଅଛନ ତେଲ ଓ ସ୍ଵାଦ ଅନୁଯାୟୀ ଲୁଣ |

ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ ପିତା ଶାଗକୁ କାଟି ଦିଅନ୍ତୁ । ବାଇଗଣକୁ ଛୋଟ ଛୋଟ ଖଣ୍ଡ କରି ଏବଂ ପିଆଜକୁ ମଧ୍ଯମ ଆକାରରେ କାଟନ୍ତୁ | କଡ଼େଇରେ ତେଲ ଗରମ କରି ଜିରା ଫୁଟାନ୍ତୁ । ସେଥିରେ କଟା ଯାଇଥିବା ବାଇଗଣ ଓ ଅଳ୍ପ ଲୁଣ ଦେଇ କମ୍‌ ଆଞ୍ଚରେ ଘୋଡ଼ାଇ ଦିଅନ୍ତୁ । ବାଇଗଣ ନରମ ହୋଇ ଆସିଲେ ସେଥିରେ ପିତାଶାଗ ପକାଇ ଗୋଳାଇ ଦିଅନ୍ତୁ । ଶାଗ ପ୍ରସ୍ତୁତ ହେଲାପରେ ଉପରେ ଅଳ୍ପ ସୋରିଷ ତେଲ ଓ ଛେଚା କଞ୍ଚାଲଙ୍କା ପକାଇ ଖାଇବାକୁ ଦିଅନ୍ତୁ ।

Comments

comments