OdiaWeb- Odia Film, Music, Songs, Videos, SMS, Shayari, Tourism, News

ପାଳଙ୍ଗ ରାଇତା

Palak-Raita

Palak-Raita

ପ୍ରସ୍ତୁତି ସାମଗ୍ରୀ:୨ ବିଡା ପାଳଙ୍ଗ ଶାଗ,୧ଟି ଆଳୁ,୧ଟି ଟମାଟୋ,୧ଟି ଛୋଟ କ୍ୟାପ୍ସିକମ୍, ୨ ଟି କଞ୍ଚାଲଙ୍କା, ୧ ଚାମଚ ଜିରା, ୨ ଚାମଚ ସୋରିଷ, ଖଣ୍ଡେକଟାଅଦା, ୧ ଟି କଟା ପିଆଜ, ୪ ଚାମଚ ଚୂନା ଭଜା ବିରି, ଅଳ୍ପ ହେଙ୍ଗୁ, ବଘାରିବା
ପାଇଁ ୪ ବଢ଼ ଚାମଚ ରିଫାଇନ୍‌ ତେଲ, ଫାଳେ କଟା ବା କୋରା ଗାଜର ଓ ସ୍ଵାଦ ଅନୁଯାୟୀ ଲୁଣ ।

ପ୍ରସ୍ତୁତ ପ୍ରଣାଳୀ : ଶାଗକୁ ବାଛି ଧୋଇ ପ୍ରେସର୍‌କୁକର୍‌ରେ ୧ କପ୍‌ ପାଣି ଦେଇ ଶାଗ, କଟାଆଳୁ, ଟମାଟୋ ପକାଇ ସିଝାଇ ଦିଅନ୍ତୁ । ଥଣ୍ଡା ହେଲେ ମିକ୍କିରେ ବାଟି ରଖନ୍ତୁ | କୋରାଗାଜର, କ୍ୟାପ୍ସିକମ୍,ପିଆଜ, ଅଦା, କଞ୍ଚାଲଙ୍କା କାଟି ରଖନ୍ତୁ | କଢ଼େଇରେ ତେଲ ଗରମ କରି ଫୁଟଣ ଫୁଟାନ୍ତୁ । ଏଥିରେ ଅଧ ଚାମଚ ଗୁଣ୍ତହେଙ୍ଗୁ ଓ ଗୁଣ୍ଡବିରି ପକାଇବା ପରେ କଟା ହୋଇଥିବା ଅଦା, ପିଆଜ, କ୍ୟାପ୍ସିକମ୍ ଗାଜର ଆଦି ପକାଇ କିଛି ସମୟ ଧିମା ଆଞ୍ଚରେ ଭାଜି, ବଟା ହୋଇଥିବା ଶାଗ ଓ ଲୁଣ ଦେଇ ଘାଣ୍ଟନ୍ତୁ । ଶାଗ ବହଳିଆ ହୋଇଗଲେ ଟୁଲିରୁ ଓହ୍ଲାଇ ୨ ଚାମଚ ଗୁଆଘିଅ ପକାଇ ଗୋଳାନ୍ତୁ । ଘିଅ ବଦଳରେ ୪ ଚାମଚ ବଟର୍‌ ମଧ୍ଯ ଦେଇପାରନ୍ତି । ଏବେ ପ୍ରସ୍ତୁତ ହୋଇଗଲା ପାଳଙ୍ଗ ରାଇତା । ଗରମ ଥିବା ଅବସ୍ଥାରେ ରୁଟି ସଙ୍ଗେ ଖାଇବାକୁ ଏହା ଭଲଲାଗେ ।

Comments

comments