OdiaWeb- Odia Film, Music, Songs, Videos, SMS, Shayari, Tourism, News

ଧୋକା ତରକାରୀ

Dhoka tarakari

Dhoka tarakari

ସାମଗ୍ରୀ:

୧କପ୍ ବୁଟଡାଲି
୧ଟା ପିଆଜ
ଦେଢ ସେ.ମି ଅଦା ୬ଟା ଲାଲଲଙ୍କା
ଟିପେ କଳାଜିରା
୧ଚାମଚ ଜିରା
୧ଚାମଚ ଧନିଆ
୧ କପ୍ ତେଲ
୧ ଚାମଚ ଗରମ ମସଲା
ଦରକାର ମୁତାବକ ଲୁଣ ଓ ହଳଦୀ

ପ୍ରସ୍ତୁତି:
ବୁଟ ଡାଲିକୁ ୪ ଘଣ୍ଟା କାଳ ଭିଜାଇ ଦେଇ ଚିକ୍କଣ କରି ବାଟିନିଅ |କଡାଇରେ ୨ ଟେବୁଲ୍ ଚାମଚ ତେଲ ଦେଇ କଳାଜିରା ପକାଇ ଡାଲିବଟା ଓ ଲୁଣ ଦେଇ ଭଲଭାବରେ ଭାଜି ଡାଲି ସିଝିଗଲେ ଜନ୍ତାକୁ ଓହ୍ଲାଇ ଥାଳିରେ ତେଲ ମାରି ସେଥିରେ ଚାପିଚାପି ରଖି ଚାରିକଣିଆ ସାଇଜର ପିସ୍ କାଟି କଡାଇରେ ତେଲ ଗରମକରି ପିସ୍ ଗୁଡିକ ବାଦାମରଙ୍ଗ ହେବା ପର୍ଯ୍ୟନ୍ତ ଭାଜିନିଅ |ବଳିଥିବା ତେଲରେ ପିଆଜ କଟା ଭାଜ |ପିଆଜ ଭାଜି ହୋଇଗଲେ ଜିରା ,ଧନିଆ,ଅଦା,ଲଙ୍କାବଟା ଭାଜ |ମସଲା ଭଲ ଭାବରେ ଭାଜି ହୋଇଗଲେ ସେଥିରେ ଚାରିକପ୍ ପାଣିଦିଅ |ପାଣି ୫ ମିନିଟ୍ ଫୁଟିଲା ପରେ ସେଥିରେ ଧୋକା ଓ ଗରମ ମସଲା ପକାଇ ତରକାରି ଓହ୍ଲାଇ ଦିଅ |

Comments

comments