OdiaWeb- Odia Film, Music, Songs, Videos, SMS, Shayari, Tourism, News

ଜଲପି

jalepee

jalepee

ସାମଗ୍ରୀ:
ଦୁଇ କପ୍‌ ମଇଦା,
ଅଧକପ୍‌ ଦହି,
୨ ଟେବୁଲ ଚାମଚ ବିରି,
ତିନିକପ୍‌ ଚିନି,
୧ କପ୍‌ ପାଣି,
ଛାଣିବା ପାଇଁ ରିଫାଇନ୍ ତେଲ

ପ୍ରସ୍ତୁତି:
ବିରି ୩ ଘଣ୍ଟା ଭିଜାଇ ରଖିବେ | ଏହାକୁ ସଞ୍ଚରେ ବାଟି ନେବେ । ରାତିରେ ମଇଦା, ଦହି, ବିରିବଟା ୧ କପ୍‌ ପାଣି ଦେଇ ମିଶାଇ ନେବେ। ସାରା ରାତି ଏହ ମିଶ୍ରଣ ପଦାରେ ରଖିବେ । ସକାଳେ ଚନି ଓ ପାଣି ମିଶାଇ ରସ ତିଆରି କରିବେ । ତେଲ ଗରମ କରିବେ । ଜଲପି ତିଆରି ରୁମାଲରେ ମଇଦା ମିଶ୍ରଣ ରଖି ଜଲପି ସବୁ ଗରମ ତେଲରେ ପକାଇବେ । କଣା ଥିବା ନଡିଆ ଖୋଳ (ସଡ଼ାଇ )ରେ ବି ମଇଦା ମିଶ୍ରଣ ରଖି ଜଲପି ତିଆରି କରି ପାରିବେ । ଗରମ ଗରମ ଜଲପି ଚିନିରସରେ ବୁଡ଼ାର ନେଇ ଥାଳିରେ ରଖିପାରିବେ ।

Comments

comments