OdiaWeb- Odia Film, Music, Songs, Videos, SMS, Shayari, Tourism, News

ଛତୁ କ୍ୟାପ୍‌ସିକମ୍‌

Chhatu Capicicum

Chhatu Capicicum

ଉପାଦାନ: ୫୦୦ ଗ୍ରାମ୍‌ ଛତୁ, ୨ଟି କ୍ୟାପ୍‌ସିକମ୍‌, ସ୍ଵାଦ ଅନୁସାରେ ତେଲ, ଗରମ ମସଲା, ୧ ଚାମଚ ଲେଖାଏଁ ରସୁଣ ଓ ଅଦା ବଟା, ୫ଟି ଲଙ୍କା, ଏକ ଚାମଚ ଧନିଆ ଗୁଣ୍ଡ, ୧ କପ୍‌ ଟମାଟୋ ରସ, ଅଧ ଚାମଚ
ମେଥି ।

ପ୍ରସ୍ତୁତି: ଛତୁକୁ ହଳଦୀ ପାଣିରେ ଧୋଇ ୪ ଖଣ୍ଡ ଲେଖାଏଁ କରି କାଟନ୍ତୁ ଓ ଲୁଣ ମରମ ପାଣିରେ ବସାନ୍ତୁ । ପ୍ରାୟ ୨. ମିନିଟ୍‌ ପରେ ଓହ୍ଲାଇ ପାଣି କାଢ଼ି ଦିଅନ୍ତୁ। କମ୍‌ର ମଞ୍ଜି ବାହାର କରି ଲମ୍ବ ଆକାରରେ ପତଳା କରି କାଟନ୍ତୁ। କରେଇରେ ଗରମ କରି ଛତୁ ଓ କ୍ୟାପ୍‌ସିକମ୍‌ ପକାନ୍ତୁ । ମଧ୍ଯମ ଆଞ୍ଚରେ କିଛି ସମୟ ବସାଇ ମଝିରେ ଘାଣ୍ଟନ୍ତୁ। ପାଣି ଏବଂ ଅଦା ବଟା ଦିଅନ୍ତୁ। କ୍ୟାପ୍‌ସିକମ୍‌ ସିଝିଯିବା ପରେ ମସଲା ପକାଇ ଓହ୍ଲାଇ ଦିଅନ୍ତୁ ଅନ୍ୟ ଏକ କରେଇରେ ତେଲ ଗରମ କରି ରସୁଣ ଧନିଆ ଗୁଣ୍ଡ ଓ ଲଙ୍କା, ଲୁଣ, ଟମାଟୋ ରସ ପକାଇ ଦିଅନ୍ତୁ। କମ୍‌ ଆଞ୍ଚରେ କଷନ୍ତୁ ପାଣି ମରିଯିବା ପରେ ତାହାକୁ ଛତୁ ଓ କ୍ୟପ୍‌ସିକମ୍‌ ଉପରେ ଢାଳି ଟିକିଏ କସୁରୀ ଗୁଣ୍ଡ ଓ ଗରମ ମସଲା ଛିଞ୍ଚି ଦିଅନ୍ତୁ ।

Comments

comments