୨କପ୍ ଗୋଟା ମଟର
୫୦୦ ଗ୍ରାମ୍ ଚିକେନ୍
୪ଟା ପିଆଜ
ତିନି ସେ.ମି ଅଦା
୧ଚାମଚ ଜିରା
୧ଚାମଚ ଧନିଆ
୬ଟା ଲଙ୍କା
୪ଖଣ୍ଡ ଡାଲଚିନି
ଗୋଲମରିଚ
ଅଧକପ୍ ତେଲ
୨ଟା ଟମାଟୋ
୨ଟା ତେଜପତ୍ର
ଦରକାର ମୁତାବକ ଲୁଣ ଓ ହଳଦୀ
ପ୍ରସ୍ତୁତି:
ମଟର ୪\୫ ଘଣ୍ଟା ଭେଦାଇ ରଖ |ପିଆଜ ୨ଟା ଅଦା ରସୁଣ ବାଟ |ଏକଚାମଚ ଜିରା,ଧନିଆ ଓ ତେଜପତ୍ର ବାଟି ନିଅ |କଡାଇରେ ତେଲ ଦେଇ ମାଂସ ,ପିଆଜ ମସଲା ,ଜିରା ମସଲା ଓ ଟମାଟୋ ଦେଇ କଷ |ସେଥିରେ ପାଣି ଦେଇ ସିଝାଅ ମଟର ସିଝା ମାଂସ ମିଶାଇ ନେଇ ୫ ମିନିଟ୍ ଫୁଟାଅ |ଏକ ଟେବୁଲ୍ ଚାମଚ ଜିରା,ଲଙ୍କା,ଡାଲଚିନି,ଗୁଜୁରାତି ,ଗୋଲମରିଚ ଶୁଖିଲା କଡାଇରେ ଭାଜି ନେଇ ଗୁଣ୍ଡ କରି ନିଅ |ମାଂସ ଘୁଗୁନି ଉପରେ ଏ ମସଲା ଗୁଣ୍ଡ ମିଶାଇ ତରକାରି ଓହ୍ଲାଇ ଦିଅ |