ଉପାଦାନ:
ବଟର ୩୦୦ ଗ୍ରାମ୍,ପାଉଡର ହୋଇଥିବା ଚିନି ଦୁଇ କପ୍,ପାଞ୍ଚଟି ଅଣ୍ଡା ,୧୦୦ ଗ୍ରାମ୍ ଡାର୍କ ଏସେନ୍ସ-୧ଟେବୁଲ୍ ଚାମଚ ,ଡେଢ କପ୍ ମଇଦା,୨ ଚାମୁଚ -ଖାଇବା ସୋଢା,କାକୋ ପାଉଡର-୩ ଚାମୁଚ,୧ କପ୍ କ୍ଷୀର
ପ୍ରସ୍ତୁତ:
ପ୍ରଥମେ ୨୦୦ ଗ୍ରାମ୍ ବଟରରେ ଦେଢକପ୍ ଚିନି ପାଉଡରକୁ ଫେଣ୍ଟନ୍ତୁ |ଭଲ ଭାବରେ ଫେଣ୍ଟିବା ପରେ ଏହା ସାମାନ୍ୟ ଫେଣ୍ଟୁଆ ଦେଖାଯିବ |ତିନୋଟି ଅଣ୍ଡାକୁ ଭାଙ୍ଗି ଏଥିରେ ସାମାନ୍ୟ ପକାନ୍ତୁ ଏବଂ ଡାର୍କ ଚକୋଲେଟ୍ ଓ ଭାନିଲା ଏସେନ୍ସ ମିଶାଇ ପୁଣି ଫେଣ୍ଟନ୍ତୁ |ଆଉ ଅକ ପାତ୍ରରେ ମଇଦା,ଖାଇବା ସୋଢା ଓ କୋକୋ ପାଉଡରକୁ ମିଶାଇ ଭଲଭାବେ ଗୋଳାଇ ଦିଅନ୍ତୁ |ଏବେ ଏଥିରେ କ୍ଷୀର ପକାଇ ଫେଣ୍ଟନ୍ତୁ ଏବଂ ପୂର୍ବରୁ ମିଶ୍ରଣକୁ ମିଶାଇ ଭଲଭାବରେ ଗୋଳାନ୍ତୁ |ଏହାକୁ ବେକିଂ ପ୍ୟାନ୍ ରେ ପତଳା କାଗଜ ଉପରେ ଢାଳି ଓଭେନ୍ ରେ ବସାନ୍ତୁ |ବେକିଂ ହୋଇ କେକ୍ ପ୍ରସ୍ତୁତ ହେବାପରେ ତାହାକୁ କାଢି ଆଣନ୍ତୁ |ଏବେ ଅବଶିଷ୍ଟ ବଟରକୁ ହାଲୁକା ହେଲାଯାଏ ଫେଣ୍ଟି ସେଥିରେ ତରଳ ଡାର୍କ ଚକୋଲେଟ୍ ଓ ଦୁଇଟି ଅଣ୍ଡାର କେଶର ଏବଂ ଅଧକପ୍ ଚିନି ପାଉଡରମିଶାଇ ଫେଣ୍ଟନ୍ତୁ |ଏହି ମିଶ୍ରଣକୁ କେକ୍ ଉପରେ ଢାଳି ଦେଇ ଥଣ୍ଡା କଲାପରେ ଖଣ୍ଡ ଖଣ୍ଡ କରି କାଟି ଖାଇବାକୁ ଦିଅନ୍ତୁ |
Comments
comments