OdiaWeb- Odia Film, Music, Songs, Videos, SMS, Shayari, Tourism, News

କଲରା ଆଳୁ ଷ୍ଟଫିଙ୍ଗ

Kalara

Kalara

ଉପାଦାନ: କଲରା ୪ଟି, ଆଳୁ ୨ଟି, ଲୁଣ ଓ ଲଙ୍କାଗୁଣ୍ଡ, ଆବଶ୍ୟକ ଅନୁଯାୟୀ, ଜିରା ଓ ଅଦା ବଟା ଦେଢ଼ ଚା’ଚାମୁଚ, ପିଆଜ- ୧ଟି କଟା, ଫୁଟଣ ଅଳ୍ପ ତେଲ ୩ ଟେବୁଲ ଚାମୁଚ । ଚାରୋଟି ମଧ୍ଯମ ଆକାରର କଲରା ନିଅନ୍ତୁ ।ଏହା ଉପରକୁ ଅନ୍ନ ବାଞ୍ଚି ଲୁଣ ଦେଇ ସିଝାନ୍ତୁ । କଲରା ସିଝିଗଲା ପରେ ତଳକୁ ଓହ୍ଲାଇ ଥଣ୍ଡା କରିବେ ଓ ଏକ ଛୁରୀ ସାହାଯ୍ୟରେ କଲରାର ପେଟ ଅଧା ଚିରି ଭିତରୁ ମଞ୍ଜି ବାହାର କରି ଦିଅନ୍ତୁ । କରେଇରେ ତେଲ ଓ ଫୂଟଣ ଦେଇ ଛୋଟ ଛୋଟ କଟାଯାଇଥିବା ପିଆଜ ଭାଜନ୍ତୁ ଓ ସ୍ଵାଦ ଅନୁସାରେ ଲୁଣ, ବଟା ମସଲା, ଲଙ୍କା ଗୁଣ୍ଡ ଦୁଇ ଭଲ ଭାବରେ କଷନ୍ତୁ । ସିଝା ଆଳୁରୁ ଚୋପା ଛଡ଼ାଇ ଚକଟି ଦିଅନ୍ତୁ ଓ ମସଲା ୧ ସହିତ ପକାଇ କଷନ୍ତୁ । ପ୍ରତି କଲରା ଭିତରେ ଏହି କଷା ଆଳୁ ପୂର ଭର୍ଭି। ହାତରେ ଚିରା ଅଂଶକୁ ଅଳ୍ପ ଚାପି ଦିଅନ୍ତୁ ଓ ଗୋଟି ଗୋଟି କରି ତାଉଆରେ ଭାଜନ୍ତୁ |

Comments

comments