
ସାମଗ୍ରୀ :
ସୁଜି-୧/୨ କପ୍
ସାଦା ସିମେଇ ଓ ଷ୍ଟାର୍ ସିମେଇ -୧/୨ କପ୍
ଭାଜିବା ପାଇଁ ଘିଅ-୨ ଛୋଟ ଚାମଚ
ଛୋଟ ଅଳେଇଚ-୨-୩ ଟି
ତେଜପତ୍ର- ୨ଟି
ଲୁଣ-ଅଳ୍ପ
କ୍ଷୀର-୧ ଲିଟର (ମାରି ଅଧା କରିବେ)
କାଜୁ/କିସ୍ମିସ୍ ଭାଜା-ଅଳ୍ପ
ପ୍ରଣାଳୀ :
କରିଇରେ ତେଲ ଗରମ କରି ଅଳେଇଚ ଓ ତେଜପତ୍ର ପକାଇ ସିମେଇ ଦୁଇ ପ୍ରକାରର ପକାଇ ଭାଜି ରଖନ୍ତୁ | ସୁଜିକୁ ଅଲଗା ବାଦାମୀ କରି ଭାଜି ଏଥିରେ ମିଶାନ୍ତୁ |ଲୁଣ ଓ ପାଣି ଓ ପାଣି ଦେଇ ସିଝାନ୍ତୁ | ସିଝିଗଲେ ଓ ପାଣି ମରିଆସି ଅଳ୍ପ ଥିଲେ ଚିନି ଓ ବହଳିଆ କ୍ଷୀର ,ଭଜା କାଜୁ- କିସ୍ମିସ୍ ଆଦି ପକାଇ ଫୁଟାନ୍ତୁ | କ୍ଷୀର ପରି ବହଳିଆ ହୋଇଆସିଲେ ଥଣ୍ଡା ବା ଗରମ ସର୍ଭ କରନ୍ତୁ |