
ଆଜିର ବ୍ୟସ୍ତବହୁଳ ମାନବ ଜୀବନରେ ନିଜର ସାଙ୍ଗ ସାଥୀ, ପ୍ରିୟଜନଙ୍କ ସହ ବ୍ୟକ୍ତିଗତ ଭାବ ବିନିମୟ କରିବା ହେଉ ବା ଅନ୍ୟ କୌଣସି ପ୍ରଫେସନାଲ ବା ବ୍ୟବସାୟିକ ବାର୍ତ୍ତା ଦିଆନିଆ ହେଉ; ଯୁବବର୍ଗଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ଏ ସମସ୍ତ କ୍ଷେତ୍ରରେ ଫେସବୁକ, ହ୍ବାଟ୍ସଆପ, ଇନ୍ଷ୍ଟାଗ୍ରାମ ପରି ସୋସିଆଲ ମିଡିଆର ଭୂମିକା ଯଥେଷ୍ଟ ଗୁରୁତ୍ବପୂର୍ଣ | ସୋସିଆଲ ମିଡିଆକୁ ନିଜ ଜୀବନର ଏକ ପ୍ରକାର ମୁଖ୍ୟ ଅଙ୍ଗ ଭାବେ ମାନି ସାରିଲେଣି ଆଜିର ଇଣ୍ଟରନେଟ ବ୍ୟବହାରକାରୀ। ତେଣୁ ଲୋକମାନେ ନିଜ ଦୈନଦିନ ଜୀବନର ପ୍ରତିଟି ଘଟଣାକୁ ଏବେ ସୋସିଆଲ ମିଡିଆରେ ଅପଡେଟ୍ କରିବା ଓ ନିଜର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ତଥା ରୋଷେଇ ଓ କୌଣସି ନୂଆ କଥା ଶିଖିବା, ପାଠ ପଢିବା, ନିଜ ବ୍ୟବସାୟର ବିଜ୍ଞାପନ କରିବା ପରି ଅନେକ ଭଲ କାର୍ଯ୍ୟରେ ସୋସିଆଲ ମିଡିଆକୁ ବ୍ୟବହାର କରୁଥିବାର ଆପଣମାନେ ଜାଣନ୍ତି|ଏହା ସହ ଦେଶ ଦୁନିଆର ବିଭିନ୍ନ ପ୍ରକାର ସୂଚନା ଓ ଖବର ,ପ୍ରେରଣାଦାୟୀ ବାର୍ତ୍ତା ପରି ଅନେକ ଶିକ୍ଷଣୀୟ କଥା ସୋସିଆଲ ମିଡିଆରୁ ଆମେ ମଧ୍ୟ ଜାଣିବାକୁ ପାଉ |
ଅନ୍ୟ ପକ୍ଷରେ ଆଉ ଏକ କଥା ଦେଖିବାକୁ ମିଳେ ଯେ ଆଜିର ଯୁବପୀଢି ଅନୈତିକ କାର୍ଯ୍ୟରେ ମଧ୍ୟ ସୋସିଆଲ ମିଡିଆକୁ ବ୍ୟବହାର କରୁଛନ୍ତି | ଆମେ ଏଠାରେ ଆପଣଙ୍କୁ ମୁଖ୍ୟତଃ ହ୍ୱାଟ୍ସଆପ୍ ବ୍ୟବହାର ସମ୍ବନ୍ଧରେ କେତୋଟି ଗୁରୁତ୍ବପୂର୍ଣ କଥା ଜଣାଇ ଦେବାକୁ ଚାହୁଁ ଯାହା ଆପଣଙ୍କୁ ହ୍ବାଟସ୍ଆପର ଅପବ୍ୟବହାର ବିଷୟରେ ସତର୍କ କରିବା ସହ ଆପଣଙ୍କୁ ଜଣେ ଆଦର୍ଶ ସୋସିଆଲ ମିଡିଆ ବ୍ୟବହାରକାରୀ କରି ପାରିବ।ଅନେକ ଲୋକେ ହୁଏତ ଏହା ଜାଣି ନଥିବେ କି ହ୍ୱାଟ୍ସଆପ୍ରେ ଆପଣ କାହା ସହିତ ଟାର୍ଚ କରୁଛନ୍ତି, କେତେବେଳେ ଟାର୍ଚ କରୁଛନ୍ତି ଓ କ’ଣ ଟାର୍ଚ କରୁଛନ୍ତି ତାହାର ଏକ ରେକର୍ଡ ରଖୁଛି ରଖୁଛି କମ୍ପାନୀ ।
କେବଳ ସେତିକି ନୁହେଁ ଆପଣଙ୍କ ନାମ, ଆଇପି ଆଡ୍ରେସ, ମୋବାଇଲ ନମ୍ବର, ଲୋକେଶନ, ମୋବାଇଲ ନେଟ୍ୱାର୍କ ଓ ହ୍ୟାଣ୍ଡସେଟ୍ ଟାଇପର ରେକର୍ଡ ମଧ୍ୟ ରଖୁଛି କମ୍ପାନୀ । ତେବେ ଇନ୍ଫର୍ମେସନ ଟେକ୍ନୋଲୋଜି ଆକ୍ଟ-2000 ଅନୁଯାୟୀ ଯଦି କୌଣସି ବ୍ୟକ୍ତି ଏହି ନିୟମର ଉଲଂଘନ କରି ହ୍ୱାଟ୍ସଆପ୍ରେ କିଛି ଅନୈତିକ କାର୍ଯ୍ୟକଳାପ କରନ୍ତି ତେବେ ସେ ପୋଲିସ ଦଣ୍ଡାଦେଶର ଶିକାର ହେବ । ତେବେ ଆସନ୍ତୁ ସଂକ୍ଷେପରେ ଜାଣିବା କ’ଣ ସବୁ ନିୟମ ରହିଛି ହ୍ବାଟସ୍ଆପର ବ୍ୟବହାରକୁ ନେଇ |
ଏହା ସହ ଦେଶ ଦୁନିଆର ବିଭିନ୍ନ ପ୍ରକାର ସୂଚନା ଓ ଖବର ,ପ୍ରେରଣାଦାୟୀ ବାର୍ତ୍ତା ପରି ଅନେକ ଶିକ୍ଷଣୀୟ କଥା ସୋସିଆଲ ମିଡିଆରୁ ଆମେ ମଧ୍ୟ ଜାଣିବାକୁ ପାଉ | ଅନ୍ୟ ପକ୍ଷରେ ଆଉ ଏକ କଥା ଦେଖିବାକୁ ମିଳେ ଯେ ଆଜିର ଯୁବପୀଢି ଅନୈତିକ କାର୍ଯ୍ୟରେ ମଧ୍ୟ ସୋସିଆଲ ମିଡିଆକୁ ବ୍ୟବହାର କରୁଛନ୍ତି | ଆମେ ଏଠାରେ ଆପଣଙ୍କୁ ମୁଖ୍ୟତଃ ହ୍ୱାଟ୍ସଆପ୍ ବ୍ୟବହାର ସମ୍ବନ୍ଧରେ କେତୋଟି ଗୁରୁତ୍ବପୂର୍ଣ କଥା ଜଣାଇ ଦେବାକୁ ଚାହୁଁ ଯାହା ଆପଣଙ୍କୁ ହ୍ବାଟସ୍ଆପର ଅପବ୍ୟବହାର ବିଷୟରେ ସତର୍କ କରିବା ସହ ଆପଣଙ୍କୁ ଜଣେ ଆଦର୍ଶ ସୋସିଆଲ ମିଡିଆ ବ୍ୟବହାରକାରୀ କରି ପାରିବ।ଅନେକ ଲୋକେ ହୁଏତ ଏହା ଜାଣି ନଥିବେ କି ହ୍ୱାଟ୍ସଆପ୍ରେ ଆପଣ କାହା ସହିତ ଟାର୍ଚ କରୁଛନ୍ତି, କେତେବେଳେ ଟାର୍ଚ କରୁଛନ୍ତି ଓ କ’ଣ ଟାର୍ଚ କରୁଛନ୍ତି ତାହାର ଏକ ରେକର୍ଡ ରଖୁଛି ରଖୁଛି କମ୍ପାନୀ । କେବଳ ସେତିକି ନୁହେଁ ଆପଣଙ୍କ ନାମ, ଆଇପି ଆଡ୍ରେସ, ମୋବାଇଲ ନମ୍ବର, ଲୋକେଶନ, ମୋବାଇଲ ନେଟ୍ୱାର୍କ ଓ ହ୍ୟାଣ୍ଡସେଟ୍ ଟାଇପର ରେକର୍ଡ ମଧ୍ୟ ରଖୁଛି କମ୍ପାନୀ । ତେବେ ଇନ୍ଫର୍ମେସନ ଟେକ୍ନୋଲୋଜି ଆକ୍ଟ-2000 ଅନୁଯାୟୀ ଯଦି କୌଣସି ବ୍ୟକ୍ତି ଏହି ନିୟମର ଉଲଂଘନ କରି ହ୍ୱାଟ୍ସଆପ୍ରେ କିଛି ଅନୈତିକ କାର୍ଯ୍ୟକଳାପ କରନ୍ତି ତେବେ ସେ ପୋଲିସ ଦଣ୍ଡାଦେଶର ଶିକାର ହେବ । ତେବେ ଆସନ୍ତୁ ସଂକ୍ଷେପରେ ଜାଣିବା କ’ଣ ସବୁ ନିୟମ ରହିଛି ହ୍ବାଟସ୍ଆପର ବ୍ୟବହାରକୁ ନେଇ |
- ଯଦି କୌଣସି ହ୍ୱାଟ୍ସଆପ୍ ଗ୍ରୁପ୍ରେ କିଛି ଖରାପ କଥା,କୌଣସି ବ୍ୟକ୍ତି ବା ଗୋଷ୍ଠୀଙ୍କର ମାନହାନୀ କରିବା ଉଦ୍ଦେଶ୍ୟରେ କୌଣସି ପ୍ରଚାର ପ୍ରସାର କରାଯାଏ ତେବେ ଏଥିପାଇଁ ଗ୍ରୁପ୍ର ଆଡମିନଙ୍କୁ ପୋଲିସ ଗିରଫ କରି ଜେଲ ମଧ୍ୟ ପଠାଇ ପାରେ ।
- ଯଦି ଆପଣ ହ୍ୱାଟ୍ସଆପ୍ରେ କୌଣସି ଫୋଟୋକୁ ଏଡିଟ୍ କରି ଏହାକୁ ଖରାପ ଉଦ୍ଦେଶ୍ୟରେ ବ୍ୟବହାର କରୁଥାନ୍ତି ତେବେ ଏଥିପାଇଁ ମଧ୍ୟ ଆପଣ ଜେଲ ଦଣ୍ଡାଦେଶ ପାଇ ପାରନ୍ତି ।
- ମହିଳାଙ୍କ ସହ ହ୍ୱାଟ୍ସଆପ୍ରେ ଅସଦାଚରଣ ହେଲେ ଏଥିରେ ପୋଲିସ ଆପଣଙ୍କୁ ଗିରଫ କରିପାରେ ।•ଅନ୍ୟଙ୍କ ନାମ ବ୍ୟବହାର କରି ଯଦି ଆପଣ ଏକ ହ୍ୱାଟ୍ସଆପ୍ ଫେକ୍ ଆକାଉଣ୍ଟକୁ ବ୍ୟବହାର କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। ନହେଲେ ଖୁବଶୀଘ୍ର ଆପଣ ଜେଲ ଯାଇ ପାରନ୍ତି ।
- କୌଣସି ଧର୍ମ, ବ୍ୟକ୍ତି ବା ସ୍ଥାନକୁ ବିରୋଧ କରି କିଛି ଅପ୍ରୀତିକର ମନ୍ତବ୍ୟ ହ୍ୱାଟ୍ସଆପ୍ରେ ପୋଷ୍ଟ କରୁଥିଲେ ଏଥିରୁ ଯଥାଶୀଘ୍ର ବିରତ ହୁଅନ୍ତୁ । ନଚେତ୍ ଜେଲର କୋଠରୀ ଆପଣଙ୍କ ନୂଆ ଠିକଣା ପାଲଟିପାରେ ।
- ହ୍ୱାଟ୍ସଆପ୍ରେ ମିଛ ଖବର ବା ଗୁଜବ ପ୍ରଚାର କରୁଥିଲେ ବା କୌଣସି ଅପ୍ରୀତିକର ମନ୍ତବ୍ୟ ଦେଇ ଗଣ୍ଡଗୋଳ ଭଳି ପରସ୍ଥିତି ସୃଷ୍ଟି କରୁଥିଲେ ସାବଧାନ ହୁଅନ୍ତୁ । କାରଣ ଏହା ଆପଣଙ୍କ ଜେଲ ଯିବାର ଏକ କାରଣ ସାଜିପାରେ
- ହ୍ୱାଟ୍ସଆପ୍ରେ କୌଣସି ଦ୍ରବ୍ୟ ବା କମ୍ପାନୀକୁ ପ୍ରୋମୋଟ କରୁଥିଲେ ଏହା ଆପଣଙ୍କ ପାଇଁ କାଳ ସାଜିପାରେ ଏବଂ ଏଥିପାଇଁ ଆପଣଙ୍କୁ ଜେଲ୍ ଯିବାକୁ ପଡିପାରେ ।
- ବେଆଇନ ଭିଡିଓ କ୍ଲିପ୍ ପଠାଇବା ଦ୍ୱାରା ଓ ହ୍ୱାଟ୍ସଆପ୍ ଜରିଆରେ ଅନ୍ୟଙ୍କ କାର୍ଯ୍ୟକଳାପରେ ନଜର ରଖୁଥିଲେ ଏହା ନିୟମ ଅନୁଯାୟୀ ଏହା ଦଣ୍ଡନୀୟ ।
- ପର୍ଣ୍ଣ ସାଇଟ ବା କ୍ଲିପ୍ କିମ୍ବା କୌଣସି ଆପତ୍ତିଜନକ ଡାଟା ଶେୟାର କରୁଥିଲେ ହୋଇଯାଆନ୍ତୁ ସାବଧାନ । ଏହା ଆପଣଙ୍କ ନିଶ୍ଚିନ୍ତ ରୂପେ ଜେଲ ପଠାଇପାରେ ।
- ହ୍ବାଟ୍ସଆପରେ କୌଣସି ଜାତି, ଧର୍ମ ବା ଲିଙ୍ଗଗତ ଭେଦଭାବ,ପକ୍ଷପାତ,ହିଂସା ବା ସାମ୍ପ୍ରଦାୟିକ ଦଙ୍ଗାକୁ ଉସୁକାଇବାର ଅସହିଷ୍ଣୁ ବାର୍ତ୍ତା ବାଣ୍ଟିବାର କାର୍ଯ୍ୟରୁ ସର୍ବଦା ଦୂରେଇ ରହନ୍ତୁ | ନଚେତ ଭୋଗି ପାରନ୍ତି ଜେଲ ଦଣ୍ଡ |
Comments
comments