OdiaWeb- Odia Film, Music, Songs, Videos, SMS, Shayari, Tourism, News

ସଜନା ଫୁଲ କଷା

sajana phula kasha

sajana phula kasha

ଉପାଦାନ:
ସଜନା ଫୁଲ ,ଅଦା,ଜିରା,ଧନିଆ,ତରକାରୀ ମସଲାଗୁଣ୍ଡ,ଚିନି,ଲୁଣ,ଲଙ୍କା ଗୁଣ୍ଡ ,ବଡି,ତେଲ,ତେଜପତ୍ର,ଗ୍ରୀନ୍ ମଟର,ଆଳୁ,ଘିଅ,ଗରମ ମସଲା |

ପ୍ରସ୍ତୁତି:
୨୫୦ଗ୍ରାମ୍ ସଜନା ଫୁଲ ଅଳ୍ପ ପାଣିରେ ଦର ସିଝା କରି ଦିଅନ୍ତୁ |ଖଣ୍ଡେ ଅଦା ,ଜିରା,ଧନିଆ ବଟା,ଅଳ୍ପ ମସଲା ଗୁଣ୍ଡ ଓ ଆବଶ୍ୟକ ଅନୁଯାୟୀ ଚିନି,ଲୁଣ,ଅଳ୍ପ ଲଙ୍କା ଗୁଣ୍ଡ ଗୋଳାଇ ଦିଅନ୍ତୁ |କିଚି ବଡି ଭାଜନ୍ତୁ |କଡେଇରେ କିଚି ତେଲ ଗରମ କରି ସେଥିରେ ଅଳ୍ପ ଜିରା ଓ ତେଜପତ୍ର ପକାନ୍ତୁ |ତାହା ଫୁଟିଗଲା ପରେ ଗ୍ରିନ୍ ମଟର ଏବଂ ଛୋଟ ଛୋଟ କାତି ରଖିଥିବା ଦୁଇଟି ଆଳୁକୁ କିଛି ସମୟ ଭାଜନ୍ତୁ |ଏବେ ମସଲା ଗୋଳାଇ ରଖିଥିବା ଫୁଲକୁ ସେଥିରେ ପକାଇ ୧୦ ମିନିଟ୍ କଷନ୍ତୁ |ତା ଉପରେ ଭଜା ବଡି ଗୁଣ୍ଡ ,ଘିଅ,ଗରମ ମସଲା ପକାନ୍ତୁ |

Comments

comments