
ସମଗ୍ରୀ :
ମଇଦା- ୨ କପ୍
ଲୁଣ -ପରିମାଣ ଅନୁସାରେ
ଛାଣିବାପାଇଁ ତେଲ
ପ୍ରଣାଳୀ :
ମଇଦାରେ ଲୁଣ ଦିଅ । ଏକ ଟେବୁଲ ଚାମଟ ରିଫାଇନ୍ ତେଲ ଦେଇ ଭଲଭାବରେ ମିଶାଇ ନିଅ । ଅଳ୍ପ ଅଳ୍ପ ପାଣି ଦେଇ ମଇଦା ଚକଟି ନିଆ । ଏହାକୁ ଛୋଟ ଛୋଟ ଗୁଳା କରି ନିଅ । କରେଇରେ ତେଲ ଗରମ କର । ମଇଦା ଗୁଳାକୁ ଛୋଟ ଛୋଟ ପୁରି ବେଲି ଛାଣି୍ ନିଅ । ତେଲ ପେଯରି ବହୁତ ବେଶି ଗରମ ହେବନି । ତା’ହେଲେ ମଇଦା ଲୁଚି ବାଦାମୀ ରଙ୍ଗ ହୋଇଯିବ । ମଧ୍ଯମ ଆଞ୍ଚରେ ଲୁଚିଗୁଡ଼ିକ ଭାଜିବ ।