OdiaWeb- Odia Film, Music, Songs, Videos, SMS, Shayari, Tourism, News

ଲାଉ ପତ୍ର ଚଡଚଡି

Lau patra chadachadi

Lau patra chadachadi

ସାମଗ୍ରୀ:

କିଛି ଲାଉ ଡଙ୍କ ଓ ପତ୍ର
ଅଧ କିଲୋ ଲାଉ
୨୫୦ଗ୍ରାମ୍ କଖାରୁ
୪ଟା ଜହ୍ନି
୧ଟା ଆଳୁ
୨ଚାମଚ ପୋସ୍ତକ
୨ଚାମଚ ସୋରିଷ
୬ଟା କଞ୍ଚାଲଙ୍କା
୨ଟେବୁଲ ଚାମଚ ତେଲ
୧ଚାମଚ ଫୁଟଣ
ଦରକାର ମୁତାବକ ଲୁଣ,ହଳଦୀ

ପ୍ରସ୍ତୁତ:
ଲାଉ,କଖାରୁ,ଦହି,ଆଳୁ,ଲାଉପତ୍ର ଓ ଡଙ୍କ କାଟି ନେଇ ଧୋଇ ରଖନ୍ତୁ |କଡାଇରେ ତେଲ ଦେଇ ଫୁଟଣ ଫୁଟାନ୍ତୁ |ଫୁଟଣ ଫୁଟିଗଲେ ସବୁ ପରିବା ଲୁଣ ,ହଳଦୀ ଦେଇ ଗୋଳାଇ ନେଇ ଢାଙ୍କୁଣୀ ଦେଇ ଦିଅନ୍ତୁ |ପୋସ୍ତକ ,ସୋରିଷ,କଞ୍ଚାଲଙ୍କା ବାଟି ନିଅନ୍ତୁ |ପରିବା ସିଝିଗଲେ ବଟା ମସଲା ଦେଇ ଟିକେ ଏପଟ ସେପଟ କରି ୨ ମିନିଟ୍ ଫୁଟାଇ ତରକାରି ଓହ୍ଲାଇ ଦିଅନ୍ତୁ |

Comments

comments