OdiaWeb- Odia Film, Music, Songs, Videos, SMS, Shayari, Tourism, News

ଲାଉ ଦହି ତରକାରି

Lau Dahi Darakari

Lau Dahi Darakari

ସାମଗ୍ରୀ:

ଅଧକିଲୋ ଲାଉ
ଫାଳେ ଭଲ ନଡିଆ
୧ କପ୍ ସଜ ଦହି
ଅଧ ଚାମଚ ଜିରା
୪ ପାଖୁଡା ରସୁଣ
ଅଧା ଚାମଚ ସୋରିଷ
୪ଟା ପିଆଜ
ଛୋଟ ଖଣ୍ଡେ ଅଦା
୫ଟା କଞ୍ଚାଲଙ୍କା
୧ ଡେମ୍ଫ ଭୁରୁସୁଙ୍ଗା ପତ୍ର
୨ ଚାମଚ ତେଲ
ଦରକାର ମୁତାବକ ଲୁଣ

ପ୍ରସ୍ତୁତ:
ଲାଉକୁ ସରୁ ସରୁ କାଟି ଲୁଣ ଦେଇ ସିଝାଇ ନିଅ |ବହୁତ ନରମ କରି ସିଝାଇବ |ନଡିଆ କୋରି ସେଥିରେ ଜିରା;ଅଦା ଓ କଞ୍ଚାଲଙ୍କା ମିଶାଇ ବହୁତ ଚିକ୍କଣ କରି ବାଟିନିଅ |ଦହିରେ ଏହି ବଟା ମସଲା ଭଲଭାବରେ ସିଝାଇ ଗୋଳାଇ ଲାଉରେ ମିଶାଅ |କଡଇରେ ତେଲ ଦେଇ ଲଙ୍କା ଓ ସୋରିଷ ଭାଜି ପିଆଜ ପକାଇ ଲାଲ୍ କରି ଭୁରୁସୁଙ୍ଗା ପତ୍ର ଛିଣ୍ଡାଇ ପକାଇ ଦହିଲାଭ ମିଶ୍ରଣକୁ ଢାଳି ଦିଅ |ତାହାକୁ ୫ ମିନିଟ୍ ଫୁଟାଇ ନେଇ ଓହ୍ଲାଇ ଦିଅ |

Comments

comments