ସାମଗ୍ରୀ:
୩ କପ୍ ଦୁଧ ଛେନା,
୧ କପ୍ ଅଟା,
୧ କପ୍ ଚିନି,
୨ଟା ଅଳେଇଚ, ୧ କିଲୋ ଦୁଧ,
ଛାଣିବାପାଇଁ ରିଫାଇନ କେଲ କିମ୍ବା ଘିଅ ।
. ପ୍ରସ୍ତୁତି : ଦୁଧ ଓ ଚିନି ଫୁଟାର ରଖିବେ । ଛେନାକୁ ଚିପୁଡ଼ି ପାଣି ନିଗାଡ଼ି ଦେବେ । ଦୁଧ, ଛେନା, ଅଟା ଓ ଅଳେଇଚ ଦାନା ଭଲ ଭାବରେ ଚକଟି ନେବେ | ରିଫାଇନ୍ ତେଲ କିମ୍ବା ଘିଅ ଗରମ କରିବେ । ଛେନା ଚକଟାରୁ ଛୋଟ ଛୋଟ ଗୁଳାକରି ହାତରେ ଚାପି ଚାପି ଛୋଟ ଛୋଟ ପୁରି ପୁରି କରି ଛାଣିନେବେ । ଏହା ବାଦାମୀ ରଙ୍ଗ ହେଲେ ଛାଣି ନେଇ ଚିନିମିଶା ଦୁଧରେ ଦେବେ ।