OdiaWeb- Odia Film, Music, Songs, Videos, SMS, Shayari, Tourism, News

ମୂଳା ଶାଗ ପରଟା :

Mula Saga Paratha

Mula Saga Paratha

ପ୍ରସ୍ତୁତି ସାମଗ୍ରୀ ; ୧ କପ୍‌ ମୂଳାପତ୍ର, ୨ କପ୍‌ ଅଟା, ୨ଟି ସିଝାଆଳୁ, ୧ଟି ପିଆଜ, ୨ ଚାମଚ ବଟାଅଦା ଓ ରସୁଣ, ୧ ଚାମଚ ବଟାଲଙ୍କା, ୧ ଛୋଟଚାମଚ ବଟା ଗରମମସଲା, ୪ ଚାମଚ ଘିଅ, ସ୍ବାଦ ଅନୁଯାୟୀ ଲୁଣ ଓ ଗୁଣ୍ଡହଳଦି |

ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ ମୂଳାପତ୍ରକୁ ଡେମ୍ଫରୁ ଅଲଗା କରି ଧୋଇ ଚୂନା ଚୂନା କରି କାଟି ଅଳ୍ପ ଉଷୁମ ପାଣିରେ ଭିଜାଇ ଅଲଗା ରଖନ୍ତୁ । ସିଝାଆଳୁରୁ ଚୋପା ଛଡ଼ାଇ, ବଟା ହୋଇଥିବା ପିଆଜ, . ଅଦା, ରସୁଣ, ଗୁଣ୍ଡଲଙ୍କା, ଗରମମସଲା ଓ ଲୁଣ ଏକାଠି ମିଶାଇ ଚକଟନ୍ତୁ । ଅଟା ଚକଟି ରୁଟି ଗୁଳା ପରି କରି ତା ମଝିରେ ବଟା ମସଲା ଓ ସିଝା ମୂଳାପତ୍ରକୁ ରଖି ଗୁଳାଇ ମୁହଁକୁ ବନ୍ଦ କରିଦିଅନ୍ତୁ । ଏହାକୁ ଧୀରେ ଧୀରେ ବେଲନ୍ତୁ।ତାୱା ଗରମ କରି ପରଟାକୁ ଘିଅ ଦେଇ ସେକନ୍ତୁ |ଏହାକୁ ଗରମ ଗରମ ପରଷନ୍ତୁ |

Comments

comments