OdiaWeb- Odia Film, Music, Songs, Videos, SMS, Shayari, Tourism, News

ମୁଗ କାକରା

Muga kakara

Muga kakara

୧କପ୍ ଭଜା ମୁଗଡାଲି
ଅଧକପ୍‌ ଚାଉଳ ଚୂନା
ଅଧଫାଳେ ନଡିଆ
୧ କପ୍ ଖୁଆ
୨କପ ଚିନି
୨ ଗୋଟା ଅଳେଇଚ
ଛାଣିବା ପାଇଁ ତେଲ କିମ୍ବା ଘିଅ

ପ୍ରସ୍ତୁତି:

ଭଜା ମୁଗଡାଲି ୧କପ୍ ପାଣି ଦେଇ ସିଝାଇନିଅ |ଡାଲି ବେଶୀ ଯେପରି ନସିଝେ ଓ ପାଣି ଯେପରି ନ ରହେ |ଡାଲିକୁ ଚିକକ୍‌ଣ କରି ବାଟିନିଅ |ସେଥିରେ ଚାଉଳ ଚୁନା ମିଶାଇ ଭଲ ଭାବରେ ଚକଟିନିଅ |ନଡିଆ ଫାଳକ କୋରିନିଅ |ନଡିଆ କୋରା,ଖୁଆ ଓ ଏକକପ୍ ଚିନି ମିଶାଇ ୫ ମିନିଟ୍ ଭାଜିନିଅ |ସେଥିରେ ଅଳେଇଚ,ଗୁଡଦିଅ |ଅନ୍ୟ ଏକ କପ୍‌ ଚିନିରେ ୧ କପ୍‌ ପାଣିଦେଇ ଗଢ ରସ ତିଆରି କରି ରଖ |ମୁଗ ଚକଟାରୁ ଟିକେ ଟିକେ ନେଇ ସେଥିରେ ଖୁଆପୁର ଦେଇ ଛୋଟ ଛୋଟ କାକରା ଗଢି ନିଅ |ତେଲ ଗରମ କରି କାକରା ଗୁଡିକ ଛାଣିନିଅ |ଛଣା କାକରଗୁଡିକ ଚିନି ରସରେ ବୁଡାଇ ବୁଡାଇ ଥାଳିରେ ରଖ |

Comments

comments