OdiaWeb- Odia Film, Music, Songs, Videos, SMS, Shayari, Tourism, News

ମହୁରାଳି ମାଛ ଚଡଚଡି

Mahurali machha chadachadi

Mahurali machha chadachadi

ସାମଗ୍ରୀ:
୧କପ୍ ମହୁରାଳି ମାଛ
୧ ଟା ପିଆଜ
୧ଟା ଆଳୁ
୧ଟା ଟମଟୋ
୪ଟା କଞ୍ଚାଲଙ୍କା
୪ଟେବୁଲ୍ ଚାମଚ ସୋରିଷ ତେଲ
କିଛି ଧନିଆ ପତ୍ର
ଦରକାର ମୁତାବକ ଲୁଣ ଓ ହଳଦି

ପ୍ରସ୍ତୁତି:
ଆଳୁ ,ପିଆଜ ,ସରୁସରୁ କାଟ |କଞ୍ଚାଲଙ୍କା ,ଧନିଆପତ୍ର ,ଟମାଟୋ ଚୂନା ଚୂନା କରି କାଟ |କଡାଇରେ ଦୁଇ ଟେବୁଲ ଚାମଚ ତେଲ ଦେଇ ମାଛକୁ ଭାଜି ଦିଅ |ଭଜା ମାଛ ,ପିଆଜ ,ଆଳୁଟମାଟୋ,କଞ୍ଚାଲଙ୍କା ଅନ୍ୟ ଦୁଇ ଟେବୁଲ୍ ଚାମଚ ତେଲ ,ଲୁଣ ,ହଳଦୀ ଓ ଧନିଆ ପତ୍ର ଦେଇ କମ୍ ନିଆଁରେ ରଖି ପାଞ୍ଚ ମିନିଟ୍ ଫୁଟାଇ ଓହ୍ଲାଇ ଦିଅ |ଇଛା ହେଲେ ଅଧକପ୍ ପାଣି ଦେଇପାରନ୍ତ |

Comments

comments