OdiaWeb- Odia Film, Music, Songs, Videos, SMS, Shayari, Tourism, News

ମସ୍‌ରୁମ୍‌ ବଟର ମସଲା

Musshurum Butter masalla

Musshurum Butter masalla

ପ୍ରସ୍ତୁତି ସାମଗ୍ରୀ : ୧ ପ୍ୟାକେଟ୍‌ ଛତୁ, ୨ଟି କଟା ପିଆଜ, .୨ ଚାମଚ ତେଲ, ୧ ଚାମଚ ଗରମମସଲା, ୨ ଚାମଚ ଟମାଟୋ ପ୍ୟୁରୀ, ୨ ଚାମଚ ଦହି, ୨ ଚାମଚ କାଜୁ ପେଷ୍ଟ, ୧ ଚାମଚ ଲେଖାଏଁ ଅଦା ଓ ରସୁଣ ପେଷ୍ଟ, ବଟା ପୋସ୍ତ, କସୁରୀ ମେଥି ଓ ଗୁଣ୍ଡ ହଳଦି, ୨ ଚାମଚ ଗୁଣ୍ଡ ଶୁଖିଲାଲଙ୍କା, ୨ ଚାମଚ ଚିନି ବା ମହୁ, ୨ ଚାମଚ ଗୁଣ୍ଡ ଧନିଆ: ୨ ଚାମଚ ବଟର, ଅଧା କପ୍‌କ୍ଷୀର, ୧/ ୪ କପ୍‌ କମ୍‌ ଏବଂ ସ୍ବାଦ ଅନୁଯାୟୀ ଲୁଣ ।

ପ୍ରସ୍ତୁତ ପ୍ରଣାଳୀ : କଡ଼େଇରେ ତେଲ ଓ ବଟର ଗରମ କରି ସେଥିରେ କଟା ପିଆଜ ଭାଜି, ଅଦା ରସୁଣ ପେଷ୍ଟ ବାଦାମୀ ହେଲା ପର୍ଯ୍ୟନ୍ତ କଷନ୍ତୁ । ତା’ପରେ ସୁହୁଧନିଆ, ଗୁଣ୍ଡ ହଳଦି, ଗୁଣ୍ଡ ଲଙ୍କା ଓ ଲୁଣ ଦେଇ ତେଲ ଛାଡ଼ିବା ପର୍ଯ୍ୟନ୍ତ କଷନ୍ତୁ । ଟମାଟୋ ପ୍ୟୁରୀ ପକାଇ ୧ ମିନିଟ୍‌ ଗୋଳାନ୍ତୁ । ଏଥର ଦହି ପକାନ୍ତୁ । ୧ ମିନିଟ୍‌ ପରେ କାଜୁ ଓ ପୋସ୍ତ ପେଷ୍ଟ ଦେଇ ଗୋଳାନ୍ତୁ । ଏଥର କ୍ଷୀର, କସୁରୀମେଥି, ଚିନି ଓ ଛତୁକୁ ପକାଇ ୧୦ ମିନିଟ୍‌ ଢ଼ାଙ୍କୁଣୀ ବନ୍ଦ କରିଦିଅନ୍ତୁ । ଏଥର ଗରମ ମସଲା ପକାନ୍ତୁ | ଶେଷରେ କ୍ରିମ୍‌ ଓ ବଟର ଦେଇ ଚୁଲିରୁ ତଳକୁ ଓହ୍ଲାଇ କଟା ଧନିଆପତ୍ର ପକାଇ ଗରମ ଗରମ ପରିବେଷଣ କରନ୍ତୁ ।

Comments

comments