OdiaWeb- Odia Film, Music, Songs, Videos, SMS, Shayari, Tourism, News

ମସଲା ଦିଆ ଫୁଲକୋବି

Masala Phulakoboii

Masala Phulakoboii

ପ୍ରସ୍ତୁତି ସାମଗ୍ରୀ– ୪କପ୍‌ ପାଣି, ୪ଚା ଚାମଚ ଲୁଣ, ୧ବଡ ଫୁଲକୋବି, ୧ବଡ ଚାମଚ ପୋସ୍ତଦାନା, ୨ବଡ ଚାମଚ କାଜୁବାଦାମ, ୧ ୦ ଗ୍ରାମ ଅଦା, ୬କୋଲା ରସୁଣ, ୨ଟା କଞ୍ଚାଲଙ୍କା, ୧/ ୨ କପ୍‌ ବନସ୍ପତି ତେଲ, ୨ଟା ବିଲାତି ବାଇଗଣ, ୧/ ୨ ଚା ଚାମଚ ହଳଦୀଗୁଣ୍ଡ, ୧ଚା ଚାମଚ ଧନିଆଗୁଣ୍ଡ, ୧/ ୨ କପ୍‌ ଫେଣ୍ଟା ଦହି, ୧ବଡ ଚାମଚ କଟା ଧନିଆପତ୍ର ।

ପ୍ରଣାଳୀ- ଗୋଟିଏ ବେଲାରେ ୪କପ୍‌ ପାଣି ରଖି ୨ ଚା ଚାମଚ ଲୁଣ ମିଶାନ୍ତୁ । ସେଥିରେ ଫୁଲକୋବି ୧/ ୨ ଘଣ୍ଟେ ଡୁବେଇ ରଖି ପାଣିଫିଙ୍ଗି ଦିଅନ୍ତୁ । ପୋସ୍ତଦାନା, କାଜୁବାଦାମରେ ୩ ବଡଚାମଚ ପାଣି ଛିଞ୍ଚି ଛିଞ୍ଚି ବାଟି ଦିଅନ୍ତୁ । ଅଦା, ରସୁଣ ଓ ଲଙ୍କାକୁ ବାଟି ଅଲଗା ରଖନ୍ତୁ । କୁକରରେ ତେଲ ପ୍ରାୟ ୨ ମିନିଟ୍‌ ଗରମ କରି ପିଆଜ ପକାନ୍ତୁ ଓ ସୁନେଲି ବାଦାମୀ ଦିଶିବା ପର୍ଯ୍ୟନ୍ତ ଭାଜନ୍ତୁ । ଅଦା-ରସୁଣ ବଟା, ବିଲାତି ବାଇଗଣ, ହଳଦୀଗୁଣ୍ଡ, ଧନିଆ ଗୁଣ୍ଡ, ଜ୍ଚିରା | ଗୁଣ୍ଡ, ଲଙ୍କାଗୁଣ୍ଡ ୧୮୪ କପ୍‌ ପାଣି ବଳକା ୩ ଚା ଚାମଚ ଲୁଣ ମିଶାନ୍ତୁ ଓ ମଝିରେ ମଝିରେ ଗୋଳେଇ ବିଲାତି ବାଇଗଣ ସିଝିଯିବା ଯାଏଁ କଷନ୍ତୁ । ୧ ବଡ ଚାମଚ ଦହି ପକେଇ ହାରାହାରି ୧/ ୨ ମିନିଟ୍‌ ପର୍ଯ୍ୟନ୍ତ ଗୋଳେଇ ରାନ୍ଧନ୍ତୁ। ଯେପରିକି ଦହି ସମ୍ପୂର୍ଣ୍ଣ ରୂପେ ମିଶିଯିବ । ବଳକାଦହି ମଧ୍ଯ, ସେହିପରି ୧ଚାମଚ ହିସାବରେ ଗୋଳେଇ ଗୋଳେଇମିଶାନ୍ତୁ । ତାପରେ, ପ୍ରାୟ ୩ ମିନିଟ୍‌ ରାନ୍ଧିଲେ ତେଲ ଅଲଗା ଦିଶିବ । ଏଥର ଫୁଲକୋବି ପକାନ୍ତୁ ଓ ଗୋଳେଇ ପ୍ରାୟ ୫ ମିନିଟ୍‌ ରାନ୍ଧନ୍ତୁ ଫୁଲକୋବିର ତଳଟା ତଳକୁ ରହିଥିବା ଦରକାର । ଆଞ୍ଚଠାରୁ ଦୂରରେ, କାଜୁବାଦାମ ବଟା ଆଉ ବଳକା ୧/୪କପ୍‌ ପାରିକୁ ଫୁଲକୋବି ଚାରିପଟେ ଗୋଳେଇ ଦିଅନ୍ତୁ । କୁକର ବନ୍ଦ କରି ଆଞ୍ଚ ତେଜି ଦିଅନ୍ତୁ ସମ୍ପୂର୍ଣ ପ୍ରେସର ଆସିବା ପର୍ଯ୍ୟନ୍ତ । ଆଞ୍ଚ କମେଇ ଦେଇ ୨ମିନିଟ୍‌ ରାନ୍ଧି ଦେବାକୁ ଦିଅନ୍ତୁ । ଆଞ୍ଚ ଉପରୁ କୁକର ଓହ୍ଲେଇଦେଇ ତା’ର ଭେଣ୍ଟ ୱେଟ୍‌ ସାମାନ୍ୟ ଟେକିଦେଇ ପ୍ରେସର ଛାଡିଦିଅନ୍ତୁ କୁକର ଖୋଲି ପରଷିବା ପାତ୍ରରେ ଫୁଲକୋବି ରଖନ୍ତୁ ଓ ମସଲାକୁ କୋବି ଉପରେ ସବୁଆଡୁ ସମାନ ରୂପେ ଓଜାଡନ୍ତୁ । ଧନିଆ ପତ୍ରରେ ସଜେଇ ଦେଇ ଗରମ ଗରମ ପରଷନ୍ତୁ ।

Comments

comments