OdiaWeb- Odia Film, Music, Songs, Videos, SMS, Shayari, Tourism, News

ମଲେଇ ବରଫ୍‌ (କୁଲ୍‌ଫି )

Malei Barapha

Malei Barapha

ଉପାଦାନ: ଖାଣ୍ଟି କ୍ଷୀର୪ କପ୍‌, କଣ୍ଡେନ୍‌ସଡ଼ ମିଲ୍‌କ-୪ କପ୍‌, ଅଧ ଚାମଚ କେଶର ଗୁଣ୍ଡ, ଦୁଇ ଟେବୁଲ୍‌ ଚାମୁଚ କର୍ଣଫ୍ଲୋର, କିଛି ପେସ୍ତା ବାଦାମ ଖଣ୍ଡ, ଚିନି-୬ ଚାମୁଚ, ଗୋଲାପଜଳ- ୧ ଚାମୁଚ |

ପ୍ରସ୍ତୁତ: ଡେକଚିରେ କ୍ଷୀରକୁ ଫୁଟାଇ ଅଧା କରନ୍ତୁ । ଏଥରେ ଚିନି ଓ କଣ୍ଡେନସଡ଼ ମିକ୍କ ମିଶାଇ ଆଉ କିଛି ସମୟ ଫୁଟାନ୍ତୁ । ଆଞ୍ଚ ବସାଇ କ୍ଷୀରକୁ ଭଲଭାବେ ଘାଣ୍ଟନ୍ତୁ । କ୍ଷୀର ସମ୍ପୂର୍ଣ ବହଳିଆ ହୋଇଗଲେ କର୍ଣଫ୍ଲୋର୍ ପକାଇ ପୁଣି ଘାଣ୍ଟନ୍ତୁ ଯେମିତିକି କ୍ଷୀରରେ ତାହା ସମ୍ପୁର୍ଣ୍ଣ ମିଶିଯିବ |କ୍ଷୀର ଆହୁରି ବହଳିଆ ହୋଇଯିବା ପରେ ତଳକୁ ଓହ୍ଲାଇ ସେଥିରେ କେଶର ଗୁଣ୍ଡ,ପେସ୍ତା ବାଦାମ୍ ଖଣ୍ଡ ଓ ଗୋଲାପ ଜଳ ମିଶାନ୍ତୁ |କ୍ଷୀର ସମ୍ପୁର୍ଣ୍ଣ ଥଣ୍ଡା ହୋଇଗଲେ ତାହାକୁ ଛୋଟ ଛୋଟ ଗିନାରେ ରଖି ଫ୍ରିଜ୍ ରେ ବରଫ ବାକ୍ସ ଭିତରେ ପାଞ୍ଚ ଛଅ ଘଣ୍ଟା ରଖି ଦିଅନ୍ତୁ |ଖାଇବାର ୫ ମିନିଟ୍ ପୂର୍ବରୁ ତାହାକୁ କାଢି ସିଧା ପାଣିରେ ଗିନାକୁ ସାମାନ୍ୟ ବୁଡାଇ କୁଲଫି ବା ମଲେଇ ବରଫ ପ୍ଲେଟକୁ କାଢନ୍ତୁ ଓ ଛୁରୀରେ ଖଣ୍ଡ ଖଣ୍ଡ କରି କାଟନ୍ତୁ |

Comments

comments