OdiaWeb- Odia Film, Music, Songs, Videos, SMS, Shayari, Tourism, News

ମଟନ୍ କ୍ରିମ୍

Mutton Crim

Mutton Crim

ସାମଗ୍ରୀ:

୫୦୦ ଗ୍ରାମ୍ ମଟନ୍,ରସୁଣ ଅଦା ବଟା ୨ ବଡ ଚାମଚ,୪ଟା ପିଆଜ,ଦହି ୧୫୦ ଗ୍ରାମ୍,ମିଲ୍କ ପାଉଡର୧ ଛୋଟ ଚାମଚ,ଚିନି ୧ ଚାମଚ ,ଲଙ୍କା ଗୁଣ୍ଡ ୧ ଚାମଚ ,ମଲାଇ ୧୦୦ ଗ୍ରାମ୍,ପେସ୍ତା ୧୦୦ ଗ୍ରାମ୍,ଦେଶୀ ଘିଅ ୬ ଚାମଚ,କେସର,ଗୁଜୁରାତି,ଗୋଲମରିଚ ଗୁଣ୍ଡ,୧ ଛୋଟ ଚାମଚ ,ଲୁଣ ହଳଦୀଗୁଣ୍ଡ |

ପ୍ରସ୍ତୁତି :

ମତନ୍ କୁ ଭଲରୂପେ ଧୋଇ ସେଥିରେ ଅ ଚାମଚ ଅଦା ଓ ରସୁଣ ବଟା ,ଅଳ୍ପ ଲଙ୍କାଗୁଣ୍ଡ ଓ ଦହି ଗୋଳାଇ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜ୍ ରେ ରଖନ୍ତୁ |କଡେଇରେ ୧ ଚାମଚ ଘିଅ ଗରମ କରି ପିଆଜକୁ କାଟି ଭାଜନ୍ତୁ |ପିଆଜ ଭାଜି ହୋଇ ଲାଲ୍ ହୋଇଗଲେ କଡେଇରୁ କାଢି ନିଅନ୍ତୁ |ଡେକ୍ଚିରେ ଘିଅ ଗରମ କରି ଚିନି ପକାନ୍ତୁ |ଚିନି ଲଲ୍ ହୋଇ ଅସିଲେ ସେଥିରେ ହଲଦୀଗୁଣ୍ଡ ଓ ଭଜା ପିଆଜକକୁ ପକାଇ କଷନ୍ତୁ |ଏବେ ମେରିନେତ୍ ହୋଇଥିବା ମଟନ୍ କୁ ପକାନ୍ତୁ ଓ ପାଣି ଶୁଖିବା ପର୍ଯ୍ୟନ୍ତ କଷନ୍ତୁ |ଅବଶିଷ୍ତ ରସୁଣ ଓ ଅଦାବଟା ଦିଅନ୍ତୁ |୧୦ ଟା ପେସ୍ତା ଅଲଗା ରଖି ଅନ୍ୟ ବାଦାମ୍ ର ଚୋପା ଛଡାଇ ବାଟି ରଖନ୍ତୁ |ମଟନ୍କୁ ବରାବରା ଘାଣ୍ଟନ୍ତୁ |ଏବେ ଏଥିରେ ମଲାଇ,ବାଦାମ୍ ପେଷ୍ଟ ପକାଇ ୫ ମିନିଟ୍ ରାନ୍ଧି ପ୍ରାୟ ୨ କପ୍ ପାଣି ,ସ୍ବାଦ ଅନୁଯାୟୀ ଲୁଣ ପକାଇ ଘୋଡଣୀ ଦେଇ ଦିଅନ୍ତୁ |କିଛି ସମୟ ପରେ ଘୋଦଣୀ କାଢି କେସର ପକା କ୍ଷୀର ,ଗୋଲ ମରିଚ ଗୁଣ୍ଡ ପକାଇ ୫ ମିନିଟ୍ ରାନ୍ଧନ୍ତୁ |ମଟନ୍ ସିଝି ଗଲେ ଚୁଲିରୁ ଓହ୍ଲଇ ଉପରେ ବାକି ବଦାମ୍ ପକଇ ଗରମ ରୁଟି କିମ୍ବା ଭାତ ସହିତ ପରଶି ଦିଅନ୍ତୁ |

Comments

comments