OdiaWeb- Odia Film, Music, Songs, Videos, SMS, Shayari, Tourism, News

ଭେଜିଟେବୁଲ୍‌ ଚପ୍‌

Vegetable Chop

Vegetable Chop

ସାମଗ୍ରୀ:

(,୨୫୦ ଗାମ ଆଳୁ, ୨ଟା ଗାଜର, ୧୦/୧୧ଟା ବିନ୍, କପେ ମଟର
ମଞ୍ଜ, ୬ ପାଖୁଡା ଫୁଲକୋବି, ଗୋଟିଏ ପିଆଜ, ଦେଢ଼ ସେମି ଅଦା, ୬ଟା
କଞ୍ଚାଲଙ୍କା, ଅଧ କପ୍‌ ବେସନ, ୧ ଚାମଚ ଗରମ ମସଳା ପାଉଡ଼ର, ଛାଣିବା
ପାଇଁ ତେଲ, ଦରକାର ମୁତାବକ ଲୁଣ । ୧ କପ୍‌ ଲଢ଼ୁଆ ବିସ୍କୁଟ ଗୁଣ୍ଡ ।)

ପ୍ରସ୍ତୁତି : ଗାଜର, ବିନ, ଘୁଲକୋବି, ଅଦା କଞ୍ଚାଲକ ଛୋଟ ଛୋଟ କାଟି
ରଖ । କଡ଼ାଇରେ ୧ ଟେବୁଲ ଚାମଚ ତେଲ ଦେଇ ସବୁ କଟା ପରିବା ସହ ମଟର
ମଞ୍ଜକୁ ଲୁଣ ଦେଇ ଢ଼ାଙ୍କୁଣୀ ଦେଇ ଦିଅ । ୫ ମିନିଟ୍‌ ପରେ ଢ଼ାଙ୍କୁଣୀ ଖୋଲି
ଗରମ ମସଲା ଗୁଣ୍ଡ ଦେଇ ଭଲ ଭାବରେ ଗୋଳାଇ ଦିଅ ଓ ଓହ୍ଲାର ଭାଜି ଦିଅ ।
ଆଳୁ ଚକଟା ହାତରେ ଧରି ମଣ୍ଡାପିଠା ପରି ଖୋଳକରି ସେଥିରେ ପରିବା ପୁର
କିଛି ଦେଇ ବନ୍ଦ କରିଦିଅ । ମଣ୍ଡା ପିଠା ପରି ଗୋଲ ନ କରି ଭଲ ସାଇଜର ଚପ୍‌
ଗଢ଼ନ୍ତୁ । ବେସନରେ ଅଳ୍ପ ପାଣି ଦେଇ ମିଶ୍ରଣ କରନ୍ତ । ଚପ୍‌କୁ ବେସନ ମିଶ୍ରଣରେ
ବୁଡ଼ାଇ ବିସ୍କୁଟ୍‌ ଗୁଣ୍ତରେ ଗଡାଇ ହାତରେ ଚାପି ଚାପି ନେଇ ରଖିବେ । ଗରମ
ଗରମ ଛାଣି ଖାଇବାକୁ ଦେବେ ।

Comments

comments