ଉପାଦାନ
ବୁଟ ଡାଲି ୪୦୦ ଗ୍ରାମ୍
ଅଣ୍ଡା୪ଟା
ତେଲ
କଟା ଧନିଆ ପତ୍ର
ହଲଦୀ,ଘିଅ,ଲୁଣ
ଗରମ ମସଲା,କଟା ପିଆଜ
ଅଦା ରସୁଣ,ଲଙ୍କା,ପୋସ୍ତକ
ଜିରା ବଟା,କଟା ଟମାଟୋ ୧ଟେ
ପ୍ରସ୍ତୁତି:
ପ୍ରଥମେ ବୁଟଡାଲିକୁ ରାନ୍ଧିବାର୨-୩ ଘଣ୍ଟାପୁର୍ବରୁ ପାଣିରେ ବତୁରାଇ ହଳଦୀ ଓ ଲୁଣ ପକାଇ ସିଝାଇ ଦିଅନ୍ତୁ |କଡେଇରେ ତେଲ ଗରମ କରି ଟିକେ ଚିନି ପକାଇ ଯଥେଷ୍ଟ କଟା ପିଆଜ ପକାନ୍ତୁ |ପିଆଜ ଲାଲ୍ ହୋଇ ଆସିଲେ ଟିକେ ଜିରା ଫୁଟଇ ବଟା ମସଲା ଓ କଟା ଟମାଟୋ ପକାଇ କଷନ୍ତୁ |ତାପରେ ଅଣ୍ଡା ସିଝା ବୁଟକୁ ପକାଇ କଷି ଅଳ୍ପ ପାଣି ଦେବେ |ଅଳ୍ପ ପାଣି ଦେଇ ଗରମ ମସଲା ଓ ଅଣ୍ଡା ପକାନ୍ତୁ |ଧନିଆ ପତ୍ର ପକାଇ ତଳକୁ ଓହ୍ଲାନ୍ତୁ |