OdiaWeb- Odia Film, Music, Songs, Videos, SMS, Shayari, Tourism, News

ବଟର ଚିକେନ୍‌

Butter Chicken

Butter Chicken

ଉପାଦାନ: ୫୦୦ ଗ୍ରାମ୍‌ ଚିକେନ୍‌, ୩ ଟେବୁଲ୍‌ ଚାମଚ ତେଲ, ୨ ଟି ଟମାଟୋ, ୨ଟି ପିଆଜ, ୨ ଚାମଚ କାଜୁ ବଟା, ଆବଶ୍ୟକ ଅନୁସାରେ ଲୁଣ ଓ ଲଙ୍କା ଗୁଣ୍ଡ। ଦେଢ଼ ଚାମଚ ଅଦା, ରସୁଣ, କଞ୍ଚାଲଙ୍କା ବଟା, ୧ ଚାମଚ ଧନିଆ ଗୁଣ୍ଡ । ୧ ଚାମଚ ଗରମ ମସଲା ଗୁଣ୍ଡ, ୧ କପ୍‌ ଦହି, ଅଛ କମଳା ରଙ୍ଗ ଓ ଫେଣ୍ଟା ଯାଇଥିବା ୧ କପ୍‌ କ୍ରିମ୍‌ ।

ପ୍ରସ୍ତୁତି : ଗରମ ମସଲା, ଦହି, ଅଧ କପ୍‌ କ୍ରିମ୍‌, ଅଳ ଅଦା-ରସୁଣ ବଟାକୁ ବିକେନରେ ଗୋଳାଇ ୨ ଘଣ୍ଟା ରଖିଦିଅନ୍ତୁ । ଏକ କଡ଼େଇ ବା ପ୍ୟାନ୍‌ରେ ଅଳ୍ପ ଗରମ କରି ଚିକେନ୍‌ଗୁଡ଼ିକୁ ଭାଜି ରଖନ୍ତୁ । ଟମାଟୋ ଓ ପିଆଜକୁ ଏକାଠି ବାଟନ୍ତୁ । କଡ଼େଇରେ ତେଲ ପକାଇ ଏହି ଟମାଟୋ-ପିଆଜ ବଟାକୁ ଅଳ୍ପ ଭାଜନ୍ତୁ ।ସେଥିରେ ଅବଶିଷ୍ଟ ମସଲା ପକାଇ ପ୍ରାୟ ୫ ମିନିଟ୍‌ ପର୍ଯ୍ୟନ୍ତ କଷନ୍ତୁ । ତା’ପରେ ପାଣି ପକାଇ ୫ ମିନିଟ୍‌ ସିଝାନ୍ତୁ ଓ ସେଥିରେ ଚିକେନ ପକାଇ ଅଳ୍ପ ଆଞ୍ଚରେ ବସାଇ ରାନ୍ଧନ୍ତୁ । ଉପରେ ଅବଶିଷ୍ଟ କ୍ରିମ୍‌ ପକାଇ ରଖନ୍ତୁ ଗରମ ଗରମ ପରଷନ୍ତୁ।

Comments

comments